ଏସବୁ ନଥିଲା


ଥରେ ଇଂଲଣ୍ଡରେ ଜଣେ ଆରବୀ ବ୍ୟକ୍ତି କୌଣସି ସ୍ଥାନକୁ ଯିବା ପାଇଁ ବସରେ ଚଢିଲେ । ବସରେ ପାଶ୍ଚାତ୍ୟ ସଂଗୀତ ବାଜୁଥାଏ । ସେ କଣ୍ଡକ୍ଟରକୁ କହିଲେ ଏହି ଗୀତ ବନ୍ଦ କରିବା ପାଇଁ । କଣ୍ଡକ୍ଟର ପଚାରିଲା କଣ ପାଇଁ ସେ ଏହାକୁ ବନ୍ଦ କରିଦେବାକୁ କହୁଛନ୍ତି । ଆରବୀ ବ୍ୟକ୍ତି କହିଲେ ଯେ ଏହା ଇସଲାମବିରୋଧୀ । ମହାପୁରୁଷ ପ୍ୟାରେ ନବୀଙ୍କ ସମୟରେ ପାଶ୍ଚାତ୍ୟ ସଂଗୀତ ନଥିଲା । ତେଣୁ ଏହା ଶୁଣିବା ତାଙ୍କ ପାଇଁ ପାପ । ଏକଥା ଶୁଣି କଣ୍ଡକ୍ଟର ପାଶ୍ଚାତ୍ୟ ସଂଗୀତ ବନ୍ଦ କରିଦେଲା ଏବଂ ଡ୍ରାଇଭରକୁ ବସ୍ ରଖିବା ପାଇଁ କହିଲା । ବସ ରହିବା ପରେ ସେ ଆରବୀ ବ୍ୟକ୍ତିଙ୍କୁ ବସରୁ ଓହ୍ଲାଇ ଯିବା ପାଇଁ ଅନୁରୋଧ କଲା । ଏଥିରେ ଆଶ୍ଚର୍ଯ୍ୟ ହୋଇ ଆରବୀ ବ୍ୟକ୍ତି ପଚାରିଲେ - କଣ ପାଇଁ? କଣ୍ଡକ୍ଟର କହିଲା - ମହାଶୟ, ପ୍ୟାରେ ନବୀଙ୍କ ସମୟରେ ପାଶ୍ଚାତ୍ୟ ସଂଗୀତ ନଥିଲା ଏହା ସଂପୂର୍ଣ୍ଣ ସତ୍ୟ । କିନ୍ତୁ ସେତେବେଳେ ଆହୁରି ବହୁତ ଜିନିଷ ନଥିଲା । ଧର୍ମ ନାମରେ ହିଂସାକାଣ୍ଡ ନଥିଲା । ଆଇଏସ ତାଲିବାନ ନଥିଲା । ଏକେ ୪୭ ନଥିଲା । ଆଧୁନିକ ଯନ୍ତ୍ରପାତି ନଥିଲା । ଗାଡ଼ିମୋଟର, ବସ୍ ଟ୍ରେନ୍ ନଥିଲା କି ଉଡ଼ାଜାହାଜ ନଥିଲା । ତେଣୁ ଆପଣ ଦୟାକରି ବସରୁ ଓହ୍ଲାଇ ଯାଆନ୍ତୁ ଏବଂ ଓଟଟିଏ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ।

November 2017
Mo Tu We Th Fr Sa Su
30 31 1 2 3 4 5
6 7 8 9 10 11 12
13 14 15 16 17 18 19
20 21 22 23 24 25 26
27 28 29 30 1 2 3