ମୂର୍ଖ ଗୁରୁ
    ଥରେ ଜଣେ ପ୍ରଖ୍ୟାତ ସନ୍ଥଙ୍କ ବଳିଷ୍ଠ ବ୍ୟକ୍ତିତ୍ୱରେ ଆକର୍ଷିତ ହୋଇ ସମାଜର ବିଭିନ୍ନ ବର୍ଗର ଲୋକେ ତାଙ୍କ ନିକଟକୁ ଆସୁଥିଲେ । ତାଙ୍କଠାରୁ ଶିକ୍ଷା ଗ୍ରହଣକରି ନିଜକୁ ଧନ୍ୟ ମନେକରୁଥିଲେ । ଜିଜ୍ଞାସୁମାନେ ବିଭିନ୍ନ ପ୍ରଶ୍ନ ପଚାରୁଥିଲେ । ସେମାନଙ୍କ ସମସ୍ୟା ସମାଧାନ
ଦିଗରେ ଉକ୍ତ ସନ୍ଥ ଯଥାସମ୍ଭବ ଚେଷ୍ଟା କରୁଥିଲେ । ସନ୍ଥ ସମସ୍ତଙ୍କୁ ସମାନଦୃଷ୍ଟିରେ ଦେଖୁଥିଲେ ।
ସର୍ବଦା ଚେଷ୍ଟା କରୁଥିଲେ ଲୋକେ ଯେ ତାଙ୍କ ନିକଟକୁ ନାନା ସମସ୍ୟା ନେଇ ଆସୁଛନ୍ତି ସେମାନେ ସନ୍ତୋଷ ଚିତ୍ତରେ େ‘ରିଯାନ୍ତୁ । ଥରେ ଜଣେ ଆଗନ୍ତୁକ କୌତୂହଳବଶତଃ ଉକ୍ତ ସନ୍ଥଙ୍କୁ ପଚାରିଲେ ଆପଣଙ୍କ ଗୁରୁ କିଏ ମହାଭାଗ?
    ସନ୍ଥ ହସିହସି କହିଲେ- ତୁମେ ମୋର ଗୁରୁଙ୍କ ସମ୍ପର୍କରେ ଜାଣିବାକୁ ଇଚ୍ଛା କରୁଛୁ ତ?
ତେବେ ଶୁଣ । ଏ ଦୁନିଆରେ ଯେତେସବୁ ମୂର୍ଖ ଅଛନ୍ତି ସେମାନେ ପ୍ରତ୍ୟେକ ମୋର ଜଣେଜଣେ ଗୁରୁ । ଏଭଳି ଏକ କିମ୍ଭୂତକିମାକାର ଉତ୍ତର ଶୁଣି ଆଗନ୍ତୁକ ମନେମନେ ଭାବିଲେ ବୋଧହୁଏ ସନ୍ଥ ମହାରାଜ ପରିହାସ ଛଳରେ ଏପରି କହୁଛନ୍ତି । ଏଭଳି କାହିଁକି କହିଲେ ସେ ସମ୍ପର୍କରେ ବୁଝିପାରିଲେ ନାହିଁ । କିନ୍ତୁ ମନ ଭିତରେ ସର୍ବଦା ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥିଲା ଏଭଳି ଜଣେ ବିଖ୍ୟାତ ସନ୍ଥଙ୍କର ଗୁରୁ କିଏ ହୋଇପାରେ ସେ ସମ୍ପର୍କରେ ଜାଣିବା ନିମିତ୍ତ ।
    କିଛିଦିନ ବ୍ୟବଧାନରେ ସନ୍ଥଙ୍କୁ ପୁଣି ସେଇ ପ୍ରଶ୍ନକଲେ ଆଗନ୍ତୁକ । ଏବେ ନମ୍ରଭାବରେ ନିବେଦନ କଲେ ଏହାକୁ ପରିହାସବୋଲି ନଭାବି ଗମ୍ଭୀରତାରସହ ନେଇ ଉତ୍ତର ଦେବାକୁ । ଏହାସତ୍ତ୍ୱେ ବି ସନ୍ଥ ଯେତେବେଳେ ପୁଣି ସେଇ ଉତ୍ତର ଦେଲେ ଆଗନ୍ତୁକଙ୍କ ଆଶ୍ଚର୍ଯ୍ୟର
ସୀମା ରହିଲାନାହିଁ । ବିସ୍ମୟାଭିଭୂତ ହୋଇ ସନ୍ଥଙ୍କୁ ପ୍ରଶ୍ନକଲେ ସନ୍ଥ ମହାରାଜ! ମୂର୍ଖ କିପରିଭାବରେ
ଆପଣଙ୍କର ଗୁରୁ ପଦବାଚ୍ୟ ହୋଇପାରନ୍ତି ?
    ସନ୍ଥ ଉତ୍ତରରେ କହିଲେ- ପ୍ରଥମେ ମୁଁ ଅନୁଶୀଳନ କରେ କେଉଁ ଦୋଷ ଯୋଗୁଁ ଜଣକୁ ମୂର୍ଖ ବୋଲି କୁହାଯାଉଛି । ତାଙ୍କଠାରେ ଏମିତି କ’ଣ ଦୋଷତ୍ରୁଟି ପରିଲକ୍ଷିତ ହେଉଛି ଯାହାଦ୍ୱାରା ତାଙ୍କୁ ମୂର୍ଖବୋଲି କୁହାଯାଉଛି । ଯଦି ସେଇ ନିର୍ଦିଷ୍ଟ ଦୋଷ ମୋଠାରେ ଅଛି ବୋଲି ମୁଁ ଅନୁଭବ କରେ, ତେବେ ସେଇ ଦୋଷକୁ ମୁଁ ଁଦୂରକରିବାପାଇଁ ସର୍ବାନ୍ତକରଣରେ ଚେଷ୍ଟା କରିଥାଏ । ଯଦି ସେ ଦୋଷ ମୋ ନିକଟରେ ରହେ ତେବେ ତ ମୁଁ ସେହିଭଳି ମୂର୍ଖ ପଦବାଚ୍ୟ ହେବି । ମୋର ବିଶେଷତ୍ୱ ରହିବ ବା କିପରି? ଏହିକାରଣରୁ ମୋତେ ଯେପରି କେହି ମୂର୍ଖ ବୋଲି ନକହନ୍ତି ସେ ନିମନ୍ତେ ତାଙ୍କ ପାଖରେ ଥିବା ଦୋଷ ଯଦି ମୋଠାରେ ପରିଲକ୍ଷିତ ହୁଏ ତେବେ ସେହି ଦୋଷକୁ ଦୂର କରିବାକୁ ଚେଷ୍ଟା କରିଥାଏ । ମୁଁ ଯାହାକିଛି ଜ୍ଞାନପ୍ରାପ୍ତ ହୋଇଛି ତାହା କେବଳ ଏଇ ମାର୍ଗରେ ଶିକ୍ଷାଗ୍ରହଣ କରି । ଯଦି ମୂର୍ଖମାନେ ନଥାନ୍ତେ ତେବେ ମୋତେ ପରିଶୁଦ୍ଧ କରିବାର ଅବସର ମିଳିନଥାନ୍ତା  । ଏବେ ତୁମେ କୁହ ବାସ୍ତବରେ ମୂର୍ଖମାନେ ମୋର ଗୁରୁ ପଦବାଚ୍ୟ ନୁହନ୍ତି କି?

December 2018
Mo Tu We Th Fr Sa Su
26 27 28 29 30 1 2
3 4 5 6 7 8 9
10 11 12 13 14 15 16
17 18 19 20 21 22 23
24 25 26 27 28 29 30
31 1 2 3 4 5 6