ଅନେକ ସମୟରେ ଲୋକେ ବାବାଜିମାନଙ୍କର ଧନ-ସଂପି, କ୍ଷମତା, କୋଠାବାଡ଼ି, ଶିଷ୍ୟ ଓ ଟି.ଭି ଆଦି ଗଣମାଧ୍ୟମରେ ବହୁ ପ୍ରଚାର ପ୍ରସାରକୁ ଦେଖି ଆମେ ତାଙ୍କୁ ବଡ଼ ବାବାଜି ଭାବରେ ମାନିନେଉ । କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ ଈଶ୍ୱରଙ୍କୁ ପାଇବାକୁ ବା ଜାଣିବାକୁ ହେଲେ ସମ୍ପି ନୁହେଁ; ଜ୍ଞାନ ରୂପକ ସାଧନା ଲୋଡ଼ା । ଧନ ନୁହେଁ; ଶୁଦ୍ଧ ମନ ଦରକାର । ତାଙ୍କ ପାଇଁ କେତେ ଧନ ଦେଲ ତାହା ମାପଚୁପ ହୁଏନା । କେତେ ସମୟ ବା କେତେଥର ତୁମେ ତାଙ୍କୁ ତୁମ ଦୈନନ୍ଦିନ ଜୀବନରେ ଗ୍ରହଣ କରିପାରିଛ ତା’ର ହିସାବ ହୁଏ ।
ଏ ପରିପ୍ରେକ୍ଷୀରେ ମନେପଡେ ଘଟଣାଟିଏ ।
ଜଣେ ବ୍ୟକ୍ତିଙ୍କର ପିଲାବେଳୁ ଘର, ସଂସାର, ପରିବାର ପ୍ରତି ଉଦାସ ଭାବ ଆସିଲା । ବାବାଜି ବେଶ ନେଲେ । ନିଇତି ମାଳା, ଚିତା, ତିଳକ, ଆସନ, ପ୍ରାଣାୟମ, ଧ୍ୟାନ ଆଦିରେ ବହୁ ସମୟ ଦେଲେ । ଅନେକ ଶିଷ୍ୟଶିଷ୍ୟା ମଧ୍ୟ ପହିଲେ । ଜୀବନରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା- ଯାହାକୁ ଆମେ ଅନ୍ତର ସହିତ ଛାଡ଼ିଦେଉ, ସେ ସବୁ ଆମ ପଛରେ ଗୋଡାଏ ଆଉ ଯାହାକୁ ପାଖରେ ରଖିବାକୁ ଚେଷ୍ଟାକରୁ ସେ ସବୁ ଦୂରେଇ ଯିବା ପରି ବୋଧହୁଏ । ସେମିତି ବାବାଜି ରହିବା ପାଇଁ ପ୍ରଥମେ କୁଡ଼ିଆଟିଏ ଥିଲା । ତା’ପରେ ଘର । ଘରରୁ କୋଠା । ତା’ପରେ ସୁଉଚ୍ଚ ଅଟ୍ଟାଳିକା । ଏଥିପାଇଁ ଲୋଡ଼ା ଗୋଡ଼ି, ବାଲି, ସିମେ ଆଦିର ହିସାବ ରଖିଲେ ବାବାଜି । ସେ ହିସାବ ପ୍ରପଂଚର; ଈଶ୍ୱରଙ୍କ ପାଇଁ ନୁହେଁ । ପାରାୟଣ କରୁଥିବା ଗ୍ରନ୍ଥରେ ଲେଖୁଥିଲେ କିଏ କେତେ ଟଙ୍କା ଦେଲା । ଆଉ କେତେ ଦେବ ।
ଦିନେ ଗୁରୁ ଦେଖିଲେ ଶିଷ୍ୟର ବିଷୟାସକ୍ତ ଅବସ୍ଥା । ତାଙ୍କ ଆଶ୍ରମକୁ ଡାକିଲେ । ନିଜେ ଗୋଟିଏ ଚୌକିରେ ବସି ଅନ୍ୟ ଚୌକିଟି ଶିଷ୍ୟଙ୍କୁ ଦେଖାଇ ବସିବାକୁ କହିଲେ । ଶିଷ୍ୟ ବସୁନଥିଲେ; ବରଂ ଭାବୁଥିଲେ ଏଠିକି ଆସି ବଡ଼ ମୁସ୍କିଲ୍ ହେଲା । ମୁଁ ଆଶ୍ରମରେ ଥିଲେ, ଅମୁକ ଡାକ୍ତର ଦେଇଥା’ନ୍ତେ କୋଡ଼ିଏହଜାର, ସେ ଅଧ୍ୟାପକ ଦେଇଥା’ନ୍ତେ ପନ୍ଦର ହଜାର... ଏମିତି କେତେ ଭାବନା । ଗୁରୁ ପୁଣି ବସିବାକୁ କହିଲେ । ଶିଷ୍ୟ କହିଲେ- ଆଜ୍ଞା ଏଠି ତ ଏତେ ଅଳିଆ । ବସିବି କୋଉଠି?
ଗୁରୁ କହିଲେ- ତୁମ ଅବସ୍ଥା ତ ଠିକ୍ ଏମିତି । ଯାହା ପାଇଁ ପୂଜା, ଜପ, ତପ, ଚିତା, ତିଳକ ତାଙ୍କ ପାଇଁ ହୃଦୟରେ ସ୍ଥାନ ନାହିଁ । ତମର ହିସାବକିତାବ ଏଇ ଦୁନିଆର । ଜଡ଼ ବସ୍ତୁର । ଏଇ ହିସାବରେ ତ ସମୟ, ବୟସ ଗଲା । ସେପାଖକୁ କେବେ ଅନେଇବ? ତମେ ସିନା ଏଠି ଇଟା, ପଥରର ହିସାବ ରଖୁଚ, ସିଏ ରଖନ୍ତି ତମ ଚିନ୍ତାଧାରାର ହିସାବ, ଯାହା ଜ୍ଞାନ ଆଧାରରେ ଆମ ପାଖକୁ ଆସିଥାଏ । ତମେ ଏଠି ସିମେ, ରଡ଼ର ଓଜନ ତଉଲୁଛ, ସିଏ ତମ ହୃଦୟର ଆବେଗକୁ ତଉଲନ୍ତି । ତମେ ସିନା ମୂଲିଆଙ୍କ ସମୟ ନିର୍ଦ୍ଧାରଣ କରୁଛ, ସିଏ ତମ ଜ୍ଞାନାବେଶ ବା ସମାଧି ଅବସ୍ଥାର ସମୟକୁ ପରଖୁ ଥାଆନ୍ତି । ଏ ଦୁନିଆର କାଗଜପତ୍ର ସେ ଦୁନିଆ ପାଇଁ ଅଲୋଡ଼ା । ଏଠିକାର ସୁନା ସେଠିକାର ମାଟି । ଏଇଠୁ ହୃଦୟ ଆସନରୁ ଅଜ୍ଞାନରୂପି ଅଳିଆ ହଟାଅ । ମନମୋହନଙ୍କୁ ମନରେ ଆସ୍ଥାନ ଦିଅ । ଦେଖିବ ସବୁ ହିସାବ ଆପଣା ଛାଏଁ ହେବ ।

March 2019
Mo Tu We Th Fr Sa Su
25 26 27 28 1 2 3
4 5 6 7 8 9 10
11 12 13 14 15 16 17
18 19 20 21 22 23 24
25 26 27 28 29 30 31