ଛୋଟ ଝିଅଟିଏ ପ୍ରତିଦିନ ସ୍କୁଲ୍କୁ ଚାଲିଚାଲି ଯିବା ଆସିବା କରେ । ଦିନେ ସକାଳୁ ସକାଳୁ ଆକାଶସାରା ମେଘ ଭିର୍ ହୋଇ ଥାଏ । ଥଣ୍ଡା ପବନ ବହୁଥାଏ । ପାଗର ଗତିବିଧିରୁ ସେଦିନ ବର୍ଷା ହେବା ନିଶ୍ଚିତ ବୋଲି ଜଣା ପଡ଼ୁଥାଏ । ଝିଅଟି କିନ୍ତୁ ସେଦିନ ସ୍କୁଲ୍ ଯିବା ବନ୍ଦ କଲାନାହିଁ; ସବୁଦିନ ପରି ସ୍କୁଲ୍ ଗଲା । ଅପରାହ୍ନ ବେଳକୁ ପାଗ ଅଧିକ ଖରାପ ହେବାକୁ ଲାଗିଲା । ପବନ ଜୋର୍ରେ ବହିବାକୁ ଆରମ୍ଭ କଲା, ବିଜୁଳି ଘଡ଼ଘଡ଼ି ଜୋର୍ରେ ମାରିବା ସହିତ ଝିପିଝିପି ବର୍ଷା ଆରମ୍ଭ ହେଲା ।
ଘରେ ଝିଅଟିର ମା’ ପାଗର ଏ ଅବସ୍ଥା ଦେଖି ବ୍ୟସ୍ତ ହୋଇପଡ଼ିଲେ । ସ୍କୁଲ୍ରୁ ଆସିବା ବେଳେ ବିଜୁଳି ଘଡ଼ଘଡ଼ି ଦେଖି ତାଙ୍କ ଝିଅ ଡରିବ ଓ କାଳେ ତା’ର କିଛି କ୍ଷତି ହେବ ଭାବି ସେ ବେଳକୁ ବେଳ ଆଶଙ୍କିତ ହୋଇପଡ଼ୁଥିଲେ । ତେଣୁ ମା’ ଜଣକ କାଳ ବିଳମ୍ବ ନକରି ଝିଅକୁ ସ୍କୁଲ୍ରୁ ଆଣିବା ପାଇଁ ଘରୁ ବାହାରି ପଡ଼ିଲେ ।
ରାସ୍ତାରେ ଯିବା ସମୟରେ ମା’ ଜଣକ ଦେଖିଲେ ଯେ ତାଙ୍କ ଝିଅ ସ୍କୁଲ୍ରୁ ଖୁସୀମନରେ ଚାଲି ଚାଲି ଘରକୁ ଫେରୁଛି, କିନ୍ତୁ ବିଜୁଳିର ଝଲକ ଦେଖାଯିବା ମାତ୍ରେ ରାସ୍ତାରେ ଛିଡ଼ାହୋଇ ଆକାଶକୁ ଚାହୁଁଛି ଏବଂ ଓଠରେ ତା’ର ଖେଳି ଯାଉଛି ସ୍ମିତହସଟିଏ । ମା’ ଦେଖିଲେ ଯେତେଥର ବିଜୁଳି ମାରୁଛି ପ୍ରତି ଥର ଝିଅ ସେହି ଏକା କାମ କରୁଛି ।
ଶେଷରେ ମା’ ତାଙ୍କ ଝିଅକୁ ପାଖକୁ ଡାକି ପଚାରିଲେ, ‘ତୁ ଏ କ’ଣ କରୁଛୁ?
ସ୍ମିତହସ ହସି ଝିଅ କହିଲା, ‘ଈଶ୍ୱର ମୋ ଫଟୋ ଉଠାଉଛନ୍ତି ତ, ସେଇଥିପାଇଁ ଉପରକୁ ଚାହିଁ ସ୍ମିତହସ ହସୁଛି ।’

December 2018
Mo Tu We Th Fr Sa Su
26 27 28 29 30 1 2
3 4 5 6 7 8 9
10 11 12 13 14 15 16
17 18 19 20 21 22 23
24 25 26 27 28 29 30
31 1 2 3 4 5 6