ଯେମିତି ଅନ୍ନ, ସେପରି ମନ

ମହାଭାରତ କଥା । ସେତେବେଳେ ପିତାମହ ଭୀଷ୍ମ ଶର ଶଯ୍ୟାରେ ଥାଆନ୍ତି । ଜୀବନର ଏହି ଅନ୍ତିମ ସମୟରେ ପାଖରେ ଯୁଧିଷ୍ଠିରଙ୍କ ସମେତ ପଞ୍ଚପାଣ୍ଡବ ଏବଂ ଦ୍ରୌପଦୀ ଉପସ୍ଥିତ ଥିଲେ । ଏହି ସମୟରେ ସେ ବିଭିନ୍ନ ଉପଦେଶ ଦେଉଥାନ୍ତି । ଏହି ଅବସରରେ ହଠାତ୍ ଦ୍ରୌପଦୀ ଉଚ୍ଚ ସ୍ୱରରେ ହସିଉଠିଲେ । ଯୁଧିଷ୍ଠିର ଆଦି ପାଣ୍ଡବମାନେ ଦ୍ରୌପଦୀଙ୍କ ଉପରେ ରାଗିବାରୁ ପିତାମହ ଭୀଷ୍ମ ସେମାନଙ୍କୁ ବାରଣ କରି ଦ୍ରୌପଦୀଙ୍କୁ ଅତି ସସମ୍ମାନର ସହ ପଚାରିଲେ, “ ମା’ ! ହସିବାର କାରଣ କ’ଣ! କେଉଁ କଥା ତୁମ ମନକୁ ପାଇଲା ନାହିଁ ଯେ ତୁମେ ବହୁ ଯୋରରେ ହସିଉଠିଲ ।” ଦ୍ରୌପଦୀ ବିନମ୍ରତାର ସହିତ କ୍ଷମା ମାଗି ତାଙ୍କୁ ପଚାରିଲେ, “ମହାତ୍ମା! ଯଦି ଆପଣ ଧର୍ମର ପ୍ରଣେତା ଥିଲେ, ତେବେ ସେ ସମୟରେ କ’ଣ କରୁଥିଲେ ଯେତେବେଳେ ଦୁଃଶାସନ ମୋତେ ଟାଣିଟାଣି ତଥାକଥିତ ରାଜସଭାକୁ
ଆଣିଥିଲା । ସେ ସଭାରେ ଆପଣ ମଧ୍ୟ ଉପସ୍ଥିତ ଥିଲେ । ଏହାର ବିରୋଧ କଲେ ନାହିଁ କାହିଁକି?” ଶାନ୍ତ ପଡ଼ିବା ସହ ସାମାନ୍ୟ ଉତ୍ତେଜନା ପ୍ରକାଶ କରି କହିଲେ, ‘ ପୁତ୍ରୀ ମନେରଖ, ଯେମିତିକା ଅନ୍ନ ଖାଇବ, ମନ ସେମିତିକା ହୋଇଯିବ ଆଉ ରକ୍ତ ବି । ସେତେବେଳେ ମୁଁ ଦୁର୍ଯେ୍ୟାଧନର ଅନ୍ନ ଖାଉଥିଲି । ତେଣୁ ମୋର ମନ ଏବଂ ରକ୍ତ ସେପରିକା ହୋଇଯାଇଥିଲା । ଏବେ ଅର୍ଜୁନର ବାଣରେ ମୋର ସମସ୍ତ ଦୂଷିତ ରକ୍ତ ବାହାରିଆସିଛି । ତେଣୁ ମୁଁ ତୁମ୍ଭମାନଙ୍କୁ ଧର୍ମର ମାର୍ଗ ବତାଉଛି ।

November 2017
Mo Tu We Th Fr Sa Su
30 31 1 2 3 4 5
6 7 8 9 10 11 12
13 14 15 16 17 18 19
20 21 22 23 24 25 26
27 28 29 30 1 2 3