ଜଟାଶଙ୍କର ମହାଦେବ

ଗିରନାର ଶୃଙ୍ଗରେ ସ୍ଥିତ ମହତ୍ୱପୂର୍ଣ୍ଣ ତୀର୍ଥସ୍ଥଳୀ ମଧ୍ୟରେ ଅନ୍ୟତମ ଜଟାଶଙ୍କର ମହାଦେବ ମନ୍ଦିର । ଋଷିମୁନିଙ୍କ ତପଭୂମି ଭାବେ ଏହା ପ୍ରସିଦ୍ଧି ଅର୍ଜନ କରିଛି । ଏଠାରେ ସ୍ଥିତ ପାହାଡ଼ ଉପରୁ ଶିବଲିଙ୍ଗ ଉପରେ ଅନବରତ ଜଳରାଶି ପ୍ରବାହିତ ହେଉଥାଏ । ରାବଣ କବଳରୁ ମାତା ସୀତାଙ୍କୁ ରକ୍ଷା କରିବା ପାଇଁ ଆପ୍ରାଣ ଚେଷ୍ଟା କରିଥିବା ଜଟାୟୁ ରାମଙ୍କ ସୈନ୍ୟବାହିନୀର ପ୍ରଥମ ସହିଦ ଥିଲା । ତ୍ରେତୟା ଯୁଗରେ ବାଗଲୀ ଜଙ୍ଗଲରେ ଘୋର ତପସ୍ୟା କରିଥିଲା ଜଟାୟୁ । ଏହି ସ୍ଥାନରେ ପ୍ରଭୁ ଶ୍ରୀରାମଙ୍କ ସହ ଜଟାୟୁର ସାକ୍ଷାତ ହୋଇଥିବା ମାନ୍ୟତା ରହିଛି । ଦୁର୍ଗମ ଜଙ୍ଗଲଘେରା ଏହି କ୍ଷେତ୍ର ଶ୍ରଦ୍ଧାଳୁ ତଥା ପର୍ଯ୍ୟଟକଙ୍କୁ ମନ୍ତ୍ରମୁଗ୍ଧ କରିଥାଏ । କିମ୍ବଦନ୍ତୀ କହେ, ଜଟାୟୁ ପରେ ଏହି ସ୍ଥଳ ଅନେକ ଋଷିମୁନିଙ୍କ ତପସ୍ଥଳ ରହିଆସିଛି । ବର୍ତ୍ତମାନ କେଶବଦାସ କରୟାଲୀ ବାବାଙ୍କ ଶିଷ୍ୟ ବଦ୍ରୀଦାସ ମହାରାଜ ଗାଦି ସମ୍ଭାଳିଛନ୍ତି । କେଶବଦାସ ମହାରାଜାଙ୍କର ଏଠାରେ ସମାଧି ରହିଛି । ମନ୍ଦିରରେ ବ୍ୟଦମାନ ଶିବଲିଙ୍ଗ ବହୁପ୍ରାଚୀନ । ଏଠାରେ ସ୍ଥିତ ପାହାଡ଼ରୁ ଝରୁଥିବା ଜଳରାଶି କେବେ ଶୁଖିନାହିଁ । ପ୍ରଭୁ ଶ୍ରୀରାମଙ୍କ ସମୟରୁ ଝରଣା ବହିଚାଲିଛି ବୋଲି କିମ୍ବଦନ୍ତୀରୁ ଜଣାପଡ଼େ । ବାଗଲୀର ବିୟାବାନ୍ ଜଙ୍ଗଲରେ ସ୍ଥିତ ଏହି ପବିତ୍ର ସ୍ଥାନକୁ କମ୍ ଲୋକ ଆସୁଥିଲେ ମଧ୍ୟ ପ୍ରତି ଶ୍ରାବଣରେ ଭଜନ, ପୂଜନ ଓ ଭଣ୍ଡାର ଆୟୋଜିତ ହୋଇଥାଏ ।

November 2017
Mo Tu We Th Fr Sa Su
30 31 1 2 3 4 5
6 7 8 9 10 11 12
13 14 15 16 17 18 19
20 21 22 23 24 25 26
27 28 29 30 1 2 3