ବାବା ଆଖଣ୍ଡଳମଣୀ

 


ଭଦ୍ରକ ଜିଲ୍ଲାର ଆରଡିରେ ଅବସ୍ଥିତ ବାବା ଆଖଣ୍ଡଳମଣୀଙ୍କ ପୀଠ । ଜନଶ୍ରୁତି ଅନୁସାରେ ଯେଉଁ ସ୍ଥାନରେ ବର୍ତ୍ତମାନ ବାବା ପୂଜା ପାଉଛନ୍ତି ତାହା ପୂର୍ବରୁ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା । କିମ୍ବଦନ୍ତୀ ଅନୁସାରେ ବହୁ ବର୍ଷ ପୂର୍ବେ ଜଣେ ହଳୁଆ ବିଲରେ ହଳ କରୁଥିଲା । ସେହି ସମୟରେ ଲଙ୍ଗଳର ‘ାଳ ଏକ ପଥର ଖଣ୍ଡକୁ ଶକ୍ତ ଆଘାତ ଦେଇଥିଲା । ଏହି ଆଘାତ ‘ଳରେ ପଥରଟିରୁ କ୍ଷୀର ଆଉ ରକ୍ତ ବାହାରିବାର ଦୃଶ୍ୟ ଦେଖିବାକୁ ପାଇଥିଲା ହଳୁଆ । ଏପରି ଏକ ଅଭୁତ ଖବର ଖୁବ ଶୀଘ୍ର ଆଖପାଖ ଅଞ୍ଚଳର ଲୋକମାନେ ଜାଣିବାକୁ ପାଇଲେ । ଏହା ପରେ ସ୍ଥାନୀୟ ଜମିଦାର ପ୍ରଭୁଙ୍କ ଛାଇ ନିମନ୍ତେ ତାଳ ବରଡାର ଏକ ଛତ୍ର ନିର୍ମାଣ କରି ପୂଜା ଅର୍ଚ୍ଚନା କରିବା ଆରମ୍ଭ କରିଥିଲେ । ଏହା ବୈତରଣୀ ଓ ସାଳନ୍ଦୀ ନଦୀର ସଂଗମ ସ୍ଥଳି ହୋଇଥିବାରୁ ପୂର୍ବେ ଏହି ସ୍ଥାନରେ ଦେବରାଜ ଇନ୍ଦ୍ର ମହାଦେବଙ୍କୁ ସ୍ଥାପନ କରି ପୂଜାର୍ଚ୍ଚନା କରିବା ପରେ ଆରୋଗ୍ୟ ଲାଭ କରିଥିଲେ । ଇନ୍ଦ୍ରଙ୍କ ନାମ ଅନୁସାରେ ଏହି ପୀଠରେ ମହାଦେବ ଆଖଣ୍ଡଳମଣି ରୂପେ ପୂଜିତ ହେଲେ । ବାବାଙ୍କ ଶିରରେ ଲାଗି ହେଉଥିବା ଜଳର ଚରଣାମୃତ ପାନ କଲେ ସମସ୍ତ ରୋଗ ଓ ପାପ ନାଶନ ହେଉଥିବାର ଖବର ମଧ୍ୟ ବ୍ୟାପି ଯାଇଥିଲା । ଏହି ଖବର ପାଇ କନିକା ରାଣୀ ସତ୍ୟଭାମା ପାଟଦେଈ ରାଜାଙ୍କ ଶରୀରରେ ଦେଖା ଦେଇଥିବା ପକ୍ଷାଘାତ ରୋଗର ଉପଶମ ନିମନ୍ତେ ବୈତରଣୀ ନଦୀ ପାରି ହୋଇ ଧାଇଁ ଆସିଥିଲେ ବାବାଙ୍କ ଆସ୍ଥାନ ନିକଟକୁ । ବାବାଙ୍କ ପାଖରେ ପୂଜାର୍ଚ୍ଚନା କରିବା ସହ ଏକ ପଥର ମନ୍ଦିର ତୋଳିବା ପାଇଁ ମାନସିକ କରିଥିଲେ । ବାବାଙ୍କ ଚରଣାମୃତ ପାନ କଲା ପରେ କନିକାର ରାଜା ହରିହରଭଞ୍ଜ ଦେଓ ଆରୋଗ୍ୟ ଲାଭ କରିଥିଲେ । ବାବାଙ୍କ ପାଖରେ ରାଣୀ ରଖିଥିବା ମାନସିକ ପୂରଣ ନିମନ୍ତେ ରାଜା ବାବାଙ୍କୁ ନିଜ ରାଜବାଟୀକୁ ନେବା ପାଇଁ ଚେଷ୍ଟା କରିଥିଲେ । ମାତ୍ର ତାହା ସମ୍ଭବ ହୋଇନଥିଲା । ଏହାପରେ ବାବାଙ୍କ ସ୍ୱପ୍ନାଦେଶ ପାଇ ରାଜା ନଦୀ ପଥରେ ବଡବଡ ପଥର ଆଣିବା ସହ ବାବାଙ୍କ ଆସ୍ଥାନ ପର୍ଯ୍ୟନ୍ତ ଆଣିବା ପାଇଁ ନଦୀଠାରୁ ୧କି.ମି ପର୍ଯ୍ୟନ୍ତ ଶିବମାହାରା ନାମରେ ଏକ ନାଳ ଖୋଳିବା ସହ ନିକଟରେ ଏକ ଶିବଗଙ୍ଗା ପୁଷ୍କରିଣୀ ଖୋଳିଥିଲେ । ଏପରିକି ବାବାଙ୍କର ନୀତିପୂଜା ସମେତ ପର୍ବପର୍ବାଣୀ ପାଳନ

November 2017
Mo Tu We Th Fr Sa Su
30 31 1 2 3 4 5
6 7 8 9 10 11 12
13 14 15 16 17 18 19
20 21 22 23 24 25 26
27 28 29 30 1 2 3