ମା’ କଟକଚଣ୍ଡୀ


ଦେବୀ ପ୍ରପନ୍ନାର୍ି ହରେ ପ୍ରସୀଦ ।
ପ୍ରସୀଦ ମାତର୍ଜଗତୋଖିଳସ୍ୟ ।
ପ୍ରସୀଦ ବିଶ୍ୱେଶ୍ୱରୀ ପାହି ବିଶ୍ୱଂ ।
ତ୍ୱମୀଶ୍ୱରୀ ଦେବୀ ଚରାଚରସ୍ୟ ।

କଟକ ହେଉଛି ଶାକ୍ତ ଧର୍ମାବଲମ୍ବୀ ସହର । ଏଠାରେ ବହୁ ଦେବଦେବୀଙ୍କ ଉପାସନା ପୀଠ ଥିଲେ ମଧ୍ୟ ଲୋକେ ଶକ୍ତି ପୂଜାକୁ ପ୍ରାଧାନ୍ୟ ଦେଇଥାନ୍ତି । ତେଣୁ ସହରର ବିଭିନ୍ନ ସ୍ଥାନରେ ଶତାଧିକ ଶକ୍ତି ପୀଠ ସୃଷ୍ଟି ହୋଇଛି । ସହରରେ ଏହି ଶକ୍ତି ପୀଠ କେବେଠାରୁ ନିର୍ମାଣ ହୋଇଛି ତା’ର ସଠିକ ତଥ୍ୟ ନଥିଲେ ମଧ୍ୟ ବହୁ ଲୋକମତ ରହିଛି । ଯେତେବେଳେ ପ୍ରଭୁ ଚୈତନ୍ୟ କଟକ ଆସିଲେ ତାଙ୍କ ସହ କିଛି ବଙ୍ଗାଳୀ ଅନୁଗାମୀ ମଧ୍ୟ କଟକ ଆସିଥିଲେ । ସେମାନେ କଟକରେ ବସତି ସ୍ଥାପନ କରିବାପରେ ୧୫୦୯ ମସିହାରେ ଘଟ ସ୍ଥାପନ କରି ଶାରଦୀୟ ଦୁର୍ଗାପୂଜା ଆରମ୍ଭ କରିଥିଲେ । ଏହାର ବହୁବର୍ଷ ପୂର୍ବରୁ କନିକା ରାଜା ମଧ୍ୟ ଶକ୍ତି ପୂଜା କରିଥିବା ପ୍ରମାଣ ରହିଛି ବୋଲି କିଛି ଯୁକ୍ତି ଦର୍ଶାନ୍ତି । ୧୯୧୩ ମସିହାରେ ପ୍ରଥମ କରି ମାଟିରେ ମା’ ଦୁର୍ଗାଙ୍କର ମୂିର୍ ନିର୍ମାଣ କରାଯାଇ ବଙ୍ଗୀୟ ପରମ୍ପରା ତଥା ଗୁପ୍ତ ପଞ୍ଜିକା ଅନୁସାରେ ମହାଷଷ୍ଠୀଠାରୁ ମା’ଙ୍କ ପୂଜା ଆରମ୍ଭ ହୋଇଥିଲା । ସେହିଦିନଠାରୁ କଟକ ସହରରେ ଶକ୍ତିପୂଜାର ଅଧିକ ପ୍ରସାର ହୋଇଥିବା କୁହାଯାଏ ।
କଟକ ସହରର ଅତ୍ୟନ୍ତ ପ୍ରାଚୀନତମ ଓ ଐତିହାସିକ ଶକ୍ତି ପୀଠ ଭାବେ ମା’ କଟକଚଣ୍ଡୀ ଖ୍ୟାତ । ପ୍ରାଚୀନ ଯୁଗରୁ କଟକର ଅଧିଷ୍ଠାତ୍ରୀ ଦେବୀଭାବେ ମା’ କଟକଚଣ୍ଡୀଙ୍କୁ ପୂଜା କରାଯାଏ । ଏଥିପାଇଁ ଓଡ଼ିଶା ତଥା ଓଡ଼ିଶା ବାହାରୁ ମଧ୍ୟ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥାଏ । ମା’ଙ୍କର ସ୍ବତନ୍ତ୍ର ମହିମା ରହିଥିବା ଶ୍ରଦ୍ଧାଳୁମାନଙ୍କ ମତ ରହିଛି । ସହରରେ ଶତାଧିକ ଶକ୍ତିପୀଠ ଥିଲେ ମଧ୍ୟ ମା’ କଟକଚଣ୍ଡୀଙ୍କ ପୀଠର ସ୍ବତନ୍ତ୍ରତା ରହିଛି । ପ୍ରାଚୀନ ଉକ୍ରଳୀୟ ହିନ୍ଦୁଧର୍ମରେ ଶୈବ ଓ ବୈଷ୍ଣବଙ୍କ ସହ ଶାକ୍ତମାନଙ୍କ ଭୂମିକା ମଧ୍ୟ ରହିଛି । କଟକ, ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ମୟୂରଭଞ୍ଜରେ ଶକ୍ତି ପୂଜାକୁ ପ୍ରାଧାନ୍ୟ ଦିଆଯାଏ । କଟକରେ କନିକା ରାଜାଙ୍କ ଦ୍ୱାରା ମା’ କଟକଚଣ୍ଡୀଙ୍କ ପୀଠ ନିର୍ମାଣ ହୋଇଥିବାର ପ୍ରମାଣ ରହିଛି । ଲୋକକଥା ଅଛି, ବର୍ମାନ ମା’ ଚଣ୍ଡୀ ମନ୍ଦିର ଥିବା ସ୍ଥାନଟି ପ୍ରଥମେ ରାଜାଙ୍କ ମେଣ୍ଢାଶାଳ ଥିଲା । ତତ୍‌କାଳୀନ ରାଜାଙ୍କ ପୁରୋହିତ ଭାବେ ହଂସ ପଣ୍ଡା ନାମକ ଜଣେ ପୂଜକ ଥିଲେ । ଏକଦା ତାଙ୍କୁ ରାତି୍ରରେ ସ୍ବପ୍ନାଦେଶ ହେଲା ଯେ ମା’ ଚଣ୍ଡୀ ସେହିଠାରୁ ଆବିର୍ଭାବ ହେବେ । ପୂଜକ ରାଜାଙ୍କୁ ଏକଥା କହିବା ବେଳେ ରାଜା ମଧ୍ୟ ତାଙ୍କୁ ସ୍ବପ୍ନାଦେଶ ହୋଇଥିବା ସ୍ବୀକାର କରିଥିଲେ । ସ୍ବପ୍ନାଦେଶ ଅନୁଯାୟୀ ୪୦ ଶଗଡ଼ ସିନ୍ଦୂର ଅଣାଯାଇ ମା’ଙ୍କ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା କରାଯିବା ପରେ ସେହିଠାରେ ମା’ ଆବିର୍ଭାବ ହୋଇଥିଲେ । ଏହାପରେ ରାଜାଙ୍କ ନିର୍ଦ୍ଦେଶରେ ସେହିଠାରେ ମା’ଙ୍କ ମନ୍ଦିର ନିର୍ମାଣ ହୋଇଥିଲା । ଏହା ୧୦୦୦ରୁ ୧୪୫୩ ଖ୍ରୀ.ଅ. ବୋଲି ଅନୁମାନ କରାଯାଏ । ହଂସ ପଣ୍ଡାଙ୍କ ପରେ ତାଙ୍କର ଏକମାତ୍ର ପୁତ୍ର ଲକ୍ଷ୍ମଣ ପଣ୍ଡା ମା’ଙ୍କ ପୂଜା କାର୍ଯ୍ୟରେ ନିୟୋଜିତ ରହିଲେ । ତାଙ୍କର ୪ଝିଅ ଥିଲେ । ମାତ୍ର ପୁତ୍ର ସନ୍ତାନ ନଥିବାରୁ ତାଙ୍କ ପରେ ଏ ଦାୟିତ୍ୱ ଗ୍ରହଣ କରିବ ସେ ନେଇ ତାଙ୍କର ଚିନ୍ତା ଥିଲା । ସେ ମା’ଙ୍କ ନିକଟରେ ଗୁହାରି କରିବା ପରେ ମା’ଙ୍କ ଦୟାରୁ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହେଲା । ତା’ର ନାମ ରଖିଲେ ଦୟାନିଧି ପଣ୍ଡା । ସେ ମଧ୍ୟ ପିତାଙ୍କ ପଦାଙ୍କ ଅନୁସରଣ କଲେ । ତାଙ୍କ ଅନ୍ତେ ତାଙ୍କର ୬ ପୁତ୍ର ମଧ୍ୟ ମା’ଙ୍କ ପୂଜାସେବାରେ ନିୟୋଜିତ ରହିଲେ । ଏବେ ସେମାନଙ୍କ ୧୪ଜଣ ସନ୍ତାନ ମଧ୍ୟ ମା’ଙ୍କ ସେବାରେ ନିୟୋଜିତ । ଏହିଭଳି ବଂଶାନୁକ୍ରମିକ ଭାବେ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି । କଟକରେ ଶକ୍ତି ପୂଜା ଉପରେ ବିଶେଷ ପ୍ରାଧାନ୍ୟ ଦିଆଯାଉଥିବାରୁ ମା’ଙ୍କ ପୀଠରେ ଦଶହରା, କାଳୀପୂଜା ଆଦି ବଡ଼ ନିଷ୍ଠାର ସହ ପାଳନ କରାଯାଏ । ଏଠାରେ ମା’ଙ୍କର ନବରାତ୍ର ପୂଜା ହୋଇଥାଏ । ଆଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିପଦାଠାରୁ ନବମୀ ପର୍ଯ୍ୟନ୍ତ ମା’ଙ୍କ ସ୍ବତନ୍ତ୍ର ପୂଜା ହୋଇଥାଏ । ଏହି ପୂଜାରେ ମା’ ବିଭିନ୍ନ ବେଶରେ ପୂଜା ପାଇଥାନ୍ତି । ମା’ଙ୍କର ଶାରଦୀୟ ପୂଜା ଅବସରରେ ଦୁର୍ଗାପୂଜାର ଷୋଡ଼ଶ ଦିନାତ୍ମକ ଉପଚାର ପୂଜା ହୋଇଥାଏ । ଏହି ପୂଜାରେ ମା’ଙ୍କୁ ବିଭିନ୍ନ ବେଶରେ ସଜ୍ଜିତ କରାଇ ପୂଜାର୍ଚ୍ଚନା କରାଯାଏ । ଚଳିତ ବର୍ଷ ମୂଳାଷ୍ଟମୀଠାରୁ ସହସ୍ରକୁମ୍ଭାଭିଷେକ ଓ କଳସ ସ୍ଥାପନା ହେବାପରେ ବିଭିନ୍ନ ବେଶ ଆରମ୍ଭ ହୋଇଛି । ଏହାସହିତ ଏହି ପୀଠରେ ପବିତ୍ର ଅଷ୍ଠମୀ ତିଥିରେ ମା’ଙ୍କ ବଳି ଭୋଗ ହୋଇଥାଏ । ଏଠାରେ ଜୀବବଳି ଦିଆନଗଲେ ମଧ୍ୟ ପାଣିକଖାରୁ, ବୁଢ଼ା କାକୁଡ଼ି ଇତ୍ୟାଦି ବଳି ଦିଆଯାଇ ମା’ଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ ।

September 2017
Mo Tu We Th Fr Sa Su
28 29 30 31 1 2 3
4 5 6 7 8 9 10
11 12 13 14 15 16 17
18 19 20 21 22 23 24
25 26 27 28 29 30 1