ଶ୍ରୀ ଶ୍ରୀ ହନୁମନ୍ତ ପଞ୍ଚକୁଣ୍ଡୀୟ ମହାଯଜ୍ଞ ନିମନ୍ତେ କଳସ ଶୋଭାଯାତ୍ରା

 

ନିଶ୍ଚିନ୍ତକୋଇଲି, ୫ ।୪ (ଆମ ବିବେକ ବୁ୍ୟରୋ): ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ଗ୍ରାମପଞ୍ଚାୟତ କୁଳଗାଁଈଶାଳୋ ସ୍ଥିତ ଶ୍ରୀ ଶ୍ରୀ ଲାଲ୍ ବାବାଙ୍କ ପବିତ୍ରପୀଠରେ ଶ୍ରୀ ଶ୍ରୀ ହନୁମତ୍ ପଞ୍ଚକୁଣ୍ଡୀୟ ମହାଯଜ୍ଞ, ଶ୍ରୀରାମଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ନିମନ୍ତେ ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁଭକ୍ତ ଲୁଣାନଦୀରୁ କଳସ ବୁଡ କରି ଏକ ଶୋଭାଯାତ୍ରାରେ ଯଜ୍ଞ ମଣ୍ଡପକୁ ଆସିଥିଲେ । ଏହି କଳସକୁ ଯଜ୍ଞସ୍ଥଳରେ ବିଧିପୁର୍ବକ ସ୍ଥାପନା କରାଯାଇଥିଲା । ପରମ୍ପରା ଅନୁଯାୟୀ ଯଜ୍ଞରେ ଅଙ୍କୁରାରୋପଣ, ଶୁଭାଧିବାସ, କଳସ ଚୟନ ଓ ସ୍ଥାପନ , ଗୋ-ପୂଜା ଅଗ୍ନିସ୍ଥାପନ, ଯଜ୍ଞଆହୁତି, ଶ୍ରୀ ହନୁମାନ ଜୀୟୁଙ୍କର ମହାସ୍ନାନ, ବଡପଣା ଭୋଗ ଇତ୍ୟାଦି ପର୍ବ ସମ୍ପାଦିତ କରାଯାଇଥିଲା । ଏହି ଅବସରରେ ଉନବିଂଶ ବାର୍ଷିକ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରବଚକ ଭାବେ ରାମଦୟା ପରିଷଦର ଗଙ୍ଗାଧର ଦାସଜୀ ମହାରାଜ, ବିଜୟରାଘେବେନ୍ଦ୍ର ଦାସମହାରାଜ, ଶୁଶ୍ରୀ ଆଶାଲତା ପଣ୍ଡା, ଜୟରାମ ପାଢ଼ୀ, ସୂର୍ଯ୍ୟକାନ୍ତ ରାଥ, ରବିନାରାୟଣ ହୋତା ପ୍ରମୁଖ ଯୋଗଦାନ କରି ପ୍ରବଚନ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ପରିଚାଳନା କମିଟିର ସଭାପତି ରଞ୍ଜନ କୁମାର ପଣ୍ଡା, ସମ୍ପାଦକ ନଳିନୀ ରଞ୍ଜନ ପଣ୍ଡା ତଥା ସମସ୍ତ ଗ୍ରାମବାସୀ ବୃନ୍ଦ ପୁର୍ଣ୍ଣ ସହେଯାଗ କରିଥିଲେ ।

December 2018
Mo Tu We Th Fr Sa Su
26 27 28 29 30 1 2
3 4 5 6 7 8 9
10 11 12 13 14 15 16
17 18 19 20 21 22 23
24 25 26 27 28 29 30
31 1 2 3 4 5 6