‘ଶ୍ରୀମନ୍ଦିର ସୁରକ୍ଷା ପାଇଁ ସରକାର ଉତ୍ତରଦାୟୀ’

ପୁରୀ - ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ପଦକ୍ଷେପ ଗ୍ରହଣ କରନ୍ତୁ । ଗତ ମାସ ୧୯ତାରିଖ ଗୁରୁବାର ଦିନ ଏପରି ପରାମର୍ଶ ଦେଇଛନ୍ତି ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ଆତଙ୍କବାଦୀଙ୍କ ଟାର୍ଗେଟରେ ଶ୍ରୀମନ୍ଦିର ରହିଥିବା ସମ୍ପର୍କରେ ପ୍ରଶ୍ନର ଉତ୍ତରଦେଇ ଗୁରୁଜୀ କହିଲେ ଶ୍ରୀମନ୍ଦିରର ଦୈନନ୍ଦିନ ରକ୍ଷଣାବେକ୍ଷଣ, ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ସରକାର ଲୋକଙ୍କ ପାଖରେ ଉତ୍ତରଦାୟୀ । ଏଥିପାଇଁ ପ୍ରତିବଦ୍ଧତା ଦରକାର । ଶ୍ରୀମନ୍ଦିର ପରିଚାଳନା କ୍ଷେତ୍ରରେ ପ୍ରଶାସନ କ୍ଷମତାର ଦୁରୂପଯୋଗ କରୁଛି । ମହାପ୍ରଭୁ ନିଜେ ନିଜର ରକ୍ଷା କରିପାରିବେ । ଆମେ ତାଙ୍କ ଅନୁଗତଭାବେ ଏଥିପ୍ରତି ସଜାଗ ରହିବା ଉଚିତ । ଧର୍ମ ଓ ଧର୍ମାନୁଷ୍ଠାନ ଗୁଡିକର ସୁରକ୍ଷା କରିବା ସରକାରଙ୍କ କର୍ତ୍ତବ୍ୟ । କିନ୍ତୁ ସରକାର ନୈତିକ ଦାୟିତ୍ୱଠାରୁ ଦୂରେଇ ଯାଉଛନ୍ତି । ରାଜନୈତିକ ଦଳଗୁଡିକ କ୍ଷମତା ଲୋଭରେ ନୀତି ଓ ଆଦର୍ଶକୁ ଭୁଲିଯାଉଛନ୍ତି । ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷାପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯିବାକୁ ଶଙ୍କରାଚାର୍ଯ୍ୟ ମତ ଦେଇଛନ୍ତି ।

May 2019
Mo Tu We Th Fr Sa Su
29 30 1 2 3 4 5
6 7 8 9 10 11 12
13 14 15 16 17 18 19
20 21 22 23 24 25 26
27 28 29 30 31 1 2