ବେଦମାତା ବେଶରେ ଭଦ୍ରକାଳୀ

 

ଭଦ୍ରକ - ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ପରମ ବୈଷ୍ଣବୀ ମା’ ଭଦ୍ରକାଳୀ ମଙ୍ଗଳବାର ଭକ୍ତମାନଙ୍କୁ ବେଦମାତା ବେଶରେ ଦର୍ଶନ ଦେଇଛନ୍ତି । ମା’ଙ୍କର ଏହି ବେଶକୁ ଦେଖିବା ପାଇଁ ସକାଳୁ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗିଥିଲେ । ପବିତ୍ର ସାଳନ୍ଦୀ ନଦୀର
ଆହାରପଦା ଘାଟରୁ ଶ୍ରଦ୍ଧାଳୁ ଭକ୍ତମାନେ ଏକ ବିରାଟ ପଟୁଆରରେ ମାନସିକ କଳସ ଶୋଭଯାତ୍ରାରେ ମୁଣ୍ଡରେ ଘଟ ଆଣି କଳସ ମଣ୍ଡପରେ ସ୍ଥାପନ କରିବା ପରେ ବ୍ରାହ୍ମଣମାନଙ୍କ ଦ୍ୱାରା ପାଞ୍ଚଦେବତାଙ୍କର ପୂଜା କରାଯାଇ ବିଶ୍ୱଶାନ୍ତି ମହାଯଜ୍ଞର ଶୁଭାରମ୍ଭ ହୋଇଥିଲା । ବେଦମାତା ବେଶରେ ମା’ ପଦ୍ମାସନରେ ବିରାଜମାନ କରିଥିବାବେଳେ ହଂସ ମା’ଙ୍କର ବାହନ ଥିଲା । ମା’ଙ୍କ ମୁଖମଣ୍ଡଳ ହଳଦିଆ ଥିବାବେଳେ ହଳଦିଆ ପାଟ ବସ୍ତ୍ରପରିଧାନ କରିଥିଲେ । ବିଭିନ୍ନ ଅଳଙ୍କାରରେ ଭୂଷିତ ହୋଇ ଦକ୍ଷିଣ ହସ୍ତରେ ଜପାମାଳି ଓ ବାମହସ୍ତରେ ଶଙ୍ଖ ଧାରଣ କରି ଚତୁର୍ଧାମୂର୍ତ୍ତିରେ ମା’ ଦର୍ଶନ ଦେଇଛନ୍ତି । ଉଦିତ ଓ ଅସ୍ତଗାମୀ ସୂର୍ଯ୍ୟ ସଦୃଶ ଏହି ପୀଠର ମା’ ଶାନ୍ତ, ଶିଷ୍ଟ, ଭଦ୍ର ଓ କଲ୍ୟାଣୀମୟୀ ରୂପେ ବିରାଜମାନ । ବେଦମାତା ବେଶରେ ମା’ଙ୍କୁ ଦର୍ଶନ କଲେ ଭକ୍ତର ଜ୍ଞାନ ଚକ୍ଷୁ ଉନ୍ମୁକ୍ତ ହୁଏ, ଭକ୍ତ ସବୁ କ୍ଷେତ୍ରରେ ବିଜୟୀ ହୁଏ ବୋଲି ବିଶ୍ୱାସ ରହିଛି ।

March 2019
Mo Tu We Th Fr Sa Su
25 26 27 28 1 2 3
4 5 6 7 8 9 10
11 12 13 14 15 16 17
18 19 20 21 22 23 24
25 26 27 28 29 30 31