ମହନୀୟତାଠାରୁ ଦୂରେଇ ଯାଉଛି ଶରଧା ବାଲି

ପୁରୀ: ନିଜର ମହନୀୟତା ପାଇଁ ପରିଚିତ ଥିବା ଶରଧାବାଲି ଏବେ ଏକ ସଭାସ୍ଥଳୀ କେନ୍ଦ୍ରରେ ପରିଣତ ହୋଇଛି । ପୌରସଂସ୍ଥା ଶରଧାବାଲିକୁ ବିଭିନ୍ନ ସମୟରେ ଧର୍ମସଭା, ପୁସ୍ତକ ମେଳା ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଅନୁମତି ପ୍ରଦାନ କରିବା ସହ ଏ ବାବଦକୁ ଦିନକୁ ୧୫୦୦ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହେଉଛି । ମରିଚିକୋଟ ଛକଠାରୁ ବଡ଼ଦାଣ୍ଡରେ ବାଣ ଦୋକାନ ପାଇଁ ଅନୁମତି ନ ମିଳିବା ପରେ ସରକାରୀ ଦଳର କେତେକ ଟାଣୁଆ ପୌର ସଦସ୍ୟ ଏସ୍ପିଙ୍କୁ କହି ଶରଧାବାଲିରେ ଥିବା ସ୍ଥାନକୁ ଏଥିନିମନ୍ତେ ଅନୁମତି ଦେବା ଘଟଣା ଏଠାରେ ଏକ ଚର୍ଚ୍ଚାର ବିଷୟ ହୋଇଛି । ସହରରେ ଶ୍ରୀମନ୍ଦିର ଓ ଗୁଣ୍ଡିଚା ଘର ପ୍ରତି ସର୍ବଦା ବିପଦ ରହିଥିବା ବେଳେ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖସ୍ଥ ଶରଧାବାଲିରେ କିପରି ବାଣ ଦୋକାନ କରିବା ନିମନ୍ତେ ଅନୁମତି ପ୍ରଦାନ କରାଗଲା ତାହା ସମସ୍ତଙ୍କ ପାଇଁ ପ୍ରଶ୍ନବାଚୀ ହୋଇଛି । ଏହି ସ୍ଥାନରେ ୫୦ରୁ ଅଧିକ ବାଣ ଦୋକାନ ବସିଛି । ଶରଧା ବାଲି ଉପରେ ପ୍ରଶାସନ ଦିନକୁ ଦିନ ଅତ୍ୟାଚାର ବୃଦ୍ଧି ପାଇଥିବା ଅଭିଯୋଗ ହେଉଛି । ଅତୀତରେ ଶରଧାବାଲିରେ ଶ୍ରଦ୍ଧାଳୁ ଭକ୍ତ ପହଞ୍ଚôଲେ ସେହି ବାଲିକୁ ମୁଣ୍ଡରେ ଲଗାଇ ପ୍ରଣାମ କରିଥାଆନ୍ତି । ଏବେ ଶରଧାବାଲି ଭାବେ ପରିଚିତ ସ୍ଥାନଟି କେବଳ ମାତ୍ର ସ୍ମାରକୀ ହୋଇରହିଛି । ଶରଧାବାଲିରେ ଯାତ୍ରୀବାହୀ ବସ୍ ରହିବା ଓ ଧୁଆ ହେବା ଫଳରେ ଉକ୍ତ ଅଞ୍ଚଳ ଦୂଷିତ ହେଉଛି । ଶରଧାବାଲି ଅଞ୍ଚଳକୁ ସମ୍ପୂର୍ଣ୍ଣ ସଂରକ୍ଷଣ କରିବା ସହ ଏହି ଅଞ୍ଚଳର ମହତ୍ୱକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଦାବି ହେଉଛି ।

December 2018
Mo Tu We Th Fr Sa Su
26 27 28 29 30 1 2
3 4 5 6 7 8 9
10 11 12 13 14 15 16
17 18 19 20 21 22 23
24 25 26 27 28 29 30
31 1 2 3 4 5 6