ସର୍ବସାଧାରଣରେ ବାଛୁରୀ ହତ୍ୟାକୁ ରାହୁଲଙ୍କ ନିନ୍ଦା

ନୂଆଦିଲ୍ଲୀ : କେରଳରେ ଯୁବ କଂଗ୍ରେସ କର୍ମୀମାନେ ଏକ ବାଛୁରୀକୁ ସର୍ବସାଧାରଣରେ ହତ୍ୟା କରିବା ଭଳି ଘଟଣାକୁ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ନିନ୍ଦା କରିଛନ୍ତି । ତାଙ୍କ ଦଳ ଏହାକୁ ସମର୍ଥନ କରୁନି ଓ ସେ ଏହାକୁ ନିନ୍ଦା କରୁଛନ୍ତି ବୋଲି ରାହୁଲ କହିଛନ୍ତି । ଶନିବାର କେରଳାରେ ଯାହା ଘଟିଥିଲା ତାହା କଂଗ୍ରେସ ଦଳ ଏବଂ ମୋ ପାଇଁ ଅଭାବନୀୟ, ଘୃଣ୍ୟ ଏବଂ ସମ୍ପୂର୍ଣ୍ଣ ଭାବେ ଅଗ୍ରହଣୀୟ ବୋଲି ରହୁଲ କହିଛନ୍ତି । ଗୋମାଁସ ପାଇଁ ଗୋ-ବଜାରରେ ଗାଇ ବିକ୍ରି ଉପରେ କେନ୍ଦ୍ର ସରକାର ନିଷେଦ୍ଧାଦେଶ ଲଗାଇବା ପରେ ଏହାକୁ ବିରୋଧ କରି କେରଳର ଅନେକ ବିରୋଧୀ ଦଳ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗୋମାଁସ ଭୋଜି କରିଥିଲେ । ଏହି ଭିତ୍ତିରେ କେରଳ ଯୁବ କଂଗ୍ରେସ କର୍ମୀମାନେ ଗୋଟିଏ ବାଛୁରୀକୁ ହତ୍ୟା କରିବା ପରେ ମାଂସ ପ୍ରସ୍ତୁତ କରି ସାଧାରଣରେ ବାଣ୍ଟୁଥିବାର ଏକ ଭିଡ଼ିଓ ସାମ୍ନାକୁ ଆସିଥିଲା । ଯାହାକୁ ନେଇ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ରବିବାର ନିଜ ପ୍ରତିକ୍ରିୟା ରଖିଛନ୍ତି ।

November 2017
Mo Tu We Th Fr Sa Su
30 31 1 2 3 4 5
6 7 8 9 10 11 12
13 14 15 16 17 18 19
20 21 22 23 24 25 26
27 28 29 30 1 2 3