ମାଲୋଗାଓଁ ବିସ୍ଫୋରଣ ମାମଲା

ସାଧ୍ୱୀ ପ୍ରଜ୍ଞା ଦୋଷମୁକ୍ତ


ମୁମ୍ବଇ, (ଆମ ବିବେକ ବୁ୍ୟରୋ): ଏ କି ବିଚିତ୍ର ନୀତି । ବିନା କାରଣରେ ସାଧ୍ୱୀ ପ୍ରଜ୍ଞାଙ୍କୁ ୮ବର୍ଷ ଧରି ବିଚାରାଧିନ ହାଜତରେ ରହିବାକୁ ପଡିଲା । ଦୀର୍ଘ ୮ ବର୍ଷ ପରେ ଗତ ୧୩ତାରିଖ ଶୁକ୍ରବାର ଦିନ ମାଲୋଗାଓଁ ବିସ୍ଫୋରଣ ମାମଲାର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ଅଭିଯୋଗ ଫର୍ଦ ଦାଖଲ କରିଛି । ଏନଆଇଏ ଏହାର ଅଭିଯୋଗ ଫର୍ଦରେ ଅଭିଯୁକ୍ତ ତାଲିକାରୁ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କ ନାମ ବାଦ ଦେଇଛି । ସାଧ୍ୱୀ ପ୍ରଜ୍ଞାଙ୍କ ସହିତ ଅନ୍ୟ ୪ଜଣ ଅଭିଯୁକ୍ତ ଲୋକେଶ ଶର୍ମା, ଶିବ ନାରାୟଣ କାଲସାଙ୍ଗ୍ରା, ଶ୍ୟାମ ଭାବରାଲ ସାହୁ ଓ ପ୍ରବୀଣ ଟାକାଲକିଙ୍କୁ ମଧ୍ୟ କ୍ଲିନଚିଟ ଦିଆଯାଇଛି । ମକୋକା ଆଇନ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ହୋଇଥିବା ବିଭିନ୍ନ ଆରୋପକୁ ମଧ୍ୟ ବାଦ୍ ଦିଆଯାଇଛି । ଅନ୍ୟତମ ଅଭିଯୁକ୍ତ ଲେପ୍ଟନାଣ୍ଟ କର୍ଣ୍ଣେଲ ପ୍ରସାଦ ଶ୍ରୀକାନ୍ତ ପୁରୋହିତଙ୍କ ବିରୋଧରେ ଆତଙ୍କବାଦ ନିରୋଧ ଆଇନ ୟୁଏପିଏ ଓ ଆଇପିସିର ଅନ୍ୟାନ୍ୟ ଧାରାରେ ଅଭିଯୋଗ ଆରୋପ କରାଯାଇଛି । ସାଧ୍ୱୀ ପ୍ରଜ୍ଞାଙ୍କୁ ଅଭିଯୁକ୍ତ ତାଲିକାର ବାଦ ଦିଆଯିବା ଦ୍ୱାରା ଜେଲରୁ ତାଙ୍କର ମୁକ୍ତି ପାଇଁ ବାଟ ପରିଷ୍କାର ହୋଇଛି । ଗତମାସରେ ଏନଆଇ କହିଥିଲା ସାଧ୍ୱୀ ପ୍ରଜ୍ଞାଙ୍କ ବିସ୍ଫୋରଣ ମାମଲାରେ ସମ୍ପୃକ୍ତି ନେଇ ସେପରି କୌଣସି ବଳିଷ୍ଠ ପ୍ରମାଣ ନାହିଁ । ଏଠରେ ସୂଚନାଯୋଗ୍ୟ ଯେ ୨୦୦୮ ସେପ୍ଟେମ୍ବର ୨୯ରେ ମହାରାଷ୍ଟ୍ର ନାସିକ ଜିଲା ମାଲେଗାଓଁ ସହରରେ ଦୁଇଟି ବିସ୍ଫୋରଣ ହୋଇଥିଲା । ଏଥିରେ ୭ଜଣଙ୍କର ମୃତୁ୍ୟ ହେବା ସହ ୮୦ଜଣ ଆହତ ହୋଇଥିଲେ । ଏହି ମାମଲାରେ ପ୍ରଥମେ ୧୪ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା । ମହାରାଷ୍ଟ୍ର ଆତଙ୍କବାଦ ନିରୋଧ ସ୍କ୍ୱାଡ (ଏଟିଏସ୍) ପ୍ରଥମେ ଏହାର ତଦନ୍ତ କରିଥିଲା । ପରେ ଏହାର ତଦନ୍ତ ଭାର ଏନଆଇଏ ନେଇଥିଲା ।

March 2019
Mo Tu We Th Fr Sa Su
25 26 27 28 1 2 3
4 5 6 7 8 9 10
11 12 13 14 15 16 17
18 19 20 21 22 23 24
25 26 27 28 29 30 31