୧୯୫୦ରୁ ୧୯୮୦ ପର୍ଯ୍ୟନ୍ତ ୟୁପିରେ ସାଧୁ ବେଶରେ ରହିଥିଲେ ନେତାଜୀ

ନୂଆଦିଲ୍ଲୀ : ନେତାଜୀ ସୁଭାଷ ଚନ୍ଦ୍ର ବୋଷ ୧୯୫୦ ଦଶକରୁ ନେଇ ୧୯୮୦ ଦଶକ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶର ଅନେକ ସ୍ଥାନରେ ସାଧୁଙ୍କ ବେଶରେ ରହୁଥିଲେ । ସାମ୍ବାଦିକ ଅନୁଜ ଧରଙ୍କ ପୁସ୍ତକ “ହ୍ୱାଟ ହାପେଣ୍ଡ ଟୁ ନେତାଜୀ?’ରେ ଏହା ଦର୍ଶାଯାଇଛି । ବ୍ରିଟେନରେ ପୁସ୍ତକ ଉନ୍ମୋଚନବେଳେ ଧର ପ୍ରକାଶ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀଙ୍କ ପାଖରେ ଏକ ଅତିଗୋପନୀୟ ଫାଇଲ ରହିଛି; ଯେଉଁଥିରେ ନେତାଜୀଙ୍କ ରହସ୍ୟ ରହିଛି । ଭାରତ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ତାଙ୍କୁ ଏହି ବିଷୟରେ ସୂଚନା ଦେଇଥିଲେ । ନେତାଜୀଙ୍କ ସହ ସଂଶ୍ଳୀଷ୍ଟ ରହସ୍ୟକୁ ୧୫ ବର୍ଷ ଧରି ସମୀକ୍ଷା କରିବା ପରେ ଏହି ଲେଖକ ଦର୍ଶାଇଛନ୍ତି ଫୈଜାବାଦର ସାଧୁ ଭଗବାନଜୀ ପ୍ରକୃତରେ ସୁଭାଷ ବୋଷ ଥିଲେ ଏବଂ ଏଥିପାଇଁ ତତ୍କାଳୀନ ସରକାର ତାଙ୍କ ସହିତ ସଂପର୍କ ବଜାୟ ରଖିଥିଲେ । ଧର ଲେଖିଛନ୍ତି “କେନ୍ଦ୍ର ସରକାରଙ୍କ ପକ୍ଷରୁ ଉତ୍ତର ପ୍ରଦେଶର ମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଗୁପ୍ତଚର ତଥା ଗୁଇନ୍ଦା ଅଧିକାରୀଙ୍କୁ ଭାଗବାନଜୀଙ୍କ ନିକଟକୁ ପଠାଯାଉଥିଲେ । ଏମାନେ ତାଙ୍କଠାରୁ ବିଭିନ୍ନ ବିଷୟରେ ପରାମର୍ଶ ନେବା ସହ ନଜର ରଖୁଥିଲେ ।’ ସେ ପୁସ୍ତକରେ ଆହୁରି ଦାବି କରିଛନ୍ତି ଭଗବାନଜୀଙ୍କ ଦାନ୍ତର ଡିଏନ୍ଏ ପରୀକ୍ଷା ରିପୋର୍ଟକୁ ଅଧିକାରୀମାନେ ହେରଫେର କରିଛନ୍ତି ।

December 2018
Mo Tu We Th Fr Sa Su
26 27 28 29 30 1 2
3 4 5 6 7 8 9
10 11 12 13 14 15 16
17 18 19 20 21 22 23
24 25 26 27 28 29 30
31 1 2 3 4 5 6