ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କୁ ଶ୍ରଦ୍ଧାଞ୍ଜଳି

 

 

ଋଷିକେଶ - ଗତ ୮ତାରିଖ ଗୁରୁବାର ଦିନ ଋଷିକେଶ ସ୍ଥିତ ଦୟାନନ୍ଦ ଆଶ୍ରମରେ ୩୦୦୦ହଜାରରୁ ଅଧିକ ସାଧୁସନ୍ଥଙ୍କ ଉପସ୍ଥିତି ଯୋଗୁ ଏକ ମହାକୁମ୍ଭମେଳାର ଭ୍ରମ ସୃଷ୍ଟି କରିଥିଲା । ବିଭିନ୍ନ ସମ୍ପ୍ରଦାୟରୁ ମଠାଧିଶ, ମହାମଣ୍ଡଳେଶ୍ୱର, ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ବୁଦ୍ଧିଜୀବୀମାନଙ୍କ ଉପସ୍ଥିତିରେ ଗଙ୍ଗାକୁଳସ୍ଥ ଆଶ୍ରମ ହୃଦୟସ୍ପର୍ଶୀ ଥିଲା । ଜଣେ ମହାନ୍ ବେଦାନ୍ତାଚାର୍ଯ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ସମସ୍ତଙ୍କ ଉପସ୍ଥିତି ଏବଂ ସେମାନଙ୍କ ଅନୁଭୂତିର ବିଭିନ୍ନ ଦିଗ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ବ୍ୟକ୍ତିତ୍ୱକୁ ଗୌରାବାନ୍ୱିତ କରିଥିଲା । ପରମ୍ପରାନୁଯାୟୀ, ବିଭିନ୍ନ ସମ୍ପ୍ରଦାୟରୁ ଆସିଥିବା ମଠାଧିଶ ଏବଂ ମହାମଣ୍ଡଳେଶ୍ୱରଙ୍କ ମଧ୍ୟରୁ ୧୬ଜଣଙ୍କୁ ସସମ୍ମାନେ ୧୬ଟି ଦ୍ରବ୍ୟ ପ୍ରଦାନ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ ଦେଶ ବିଦେଶରେ ଥିବା ସମସ୍ତ ଆର୍ଷ ବିଦ୍ୟା ଗୁରୁକୁଳମ୍ର ପ୍ରତିଷ୍ଠାତା, ଦୟାନନ୍ଦ ଆଶ୍ରମ, ଋଷିକେଶର ପ୍ରତିଷ୍ଠାତା, ଅଖିଳ ଭାରତ ସେବା ଅଭିଯାନର ପ୍ରତିଷ୍ଠାତା, ଆଚାର୍ଯ୍ୟ ସଭାର ସଂଯୋଯକ, ପାରମ୍ପରିକ ବେଦାନ୍ତଶାସ୍ତ୍ରର ଗୁରୁ ସ୍ୱାମୀ ଶ୍ରୀ ଦୟାଦନ୍ଦ ସରସ୍ୱତୀ (୮୭)ଙ୍କର ଗତ ମାସ୨୩ତାରିଖ ବୁଧବାର ରାତିରେ ଋଷିକେଶର ଶୀଶମଝାଡି ସ୍ଥିତ ତାଙ୍କ ଆଶ୍ରମରେ ଦେହାବସାନ ଘଟିଥିଲା । ଗତ ୮ତାରିଖରେ ସ୍ୱାମୀଜୀଙ୍କ ଦେହାବସାନର ୧୬ଦିନ ହୋଇଥିବାରୁ, ୧୬ଜଣ ସନ୍ନ୍ୟାସୀଙ୍କୁ ୧୬ଟି ଦ୍ରବ୍ୟ ପ୍ରଦାନ କରାଯାଇଥିଲା । ଏହି ବିଧିକୁ ଷୋଡଶୀ କୁହାଯାଏ । ଆର୍ଶବିଦ୍ୟା ଗୁରୁକୁଲମ୍ କୋୟୁମ୍ବାଟୁର୍, ଆର୍ଶ ବିଦ୍ୟା ଗୁରୁକୁଲମ୍, ନାଗପୁର, ଆର୍ଶ ବିଦ୍ୟା ଗୁରୁକୁଳମ୍ ସେଲସ୍ବର୍ଗ (ଆମେରିକା) ଆଦିରେ ସ୍ୱାମୀଜୀଙ୍କ ପାଇଁ ଷୋଡଶୀର ଆୟୋଜନ କରାଯାଇଥିଲା । ଏତଦ୍ବ୍ୟତୀତ ସ୍ୱାମୀଜୀଙ୍କ ବହୁ ଶିଷ୍ୟ ମଧ୍ୟ ନିଜ ନିଜ ଆଶ୍ରମରେ ଷୋଡଶୀର ଆୟୋଜନ କରିଥିଲେ । ଭୁବନେଶ୍ୱରସ୍ଥ ବେଦାନ୍ତ ବିଜ୍ଞାନ ଗୁରୁକୁଳମ୍ରେ ସ୍ୱାମୀ ଭାଗବତାନନ୍ଦ ସରସ୍ୱତୀ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଉଦେ୍ଧଶ୍ୟରେ ଷୋଡଶୀର ଆୟୋଜନ କରିଥିଲେ ।

November 2017
Mo Tu We Th Fr Sa Su
30 31 1 2 3 4 5
6 7 8 9 10 11 12
13 14 15 16 17 18 19
20 21 22 23 24 25 26
27 28 29 30 1 2 3