ଅଧିକ ବିବାହିତ କରୁଛନ୍ତି ଆତ୍ମହତ୍ୟା

ନୂଆଦିଲ୍ଲୀ : ଆମ ଦେଶରେ ଧୀରେ ଧୀରେ ବିବାହ ବନ୍ଧନ କେବଳ ଏକ ବନ୍ଧନ ହୋଇଗଲାଣି; ଯେଉଁଥିରେ ବାନ୍ଧି ହୋଇ ଅଧିକାଂଶ ଲୋକ ଖୁସି ନାହାନ୍ତି ଏବଂ ଅବସାଦର ଶିକାର ହେଉଛନ୍ତି । ରାଷ୍ଟ୍ରୀୟ ଅପରାଧ ବୁ୍ୟରୋ ରେକର୍ଡରୁ ଏହି ତଥ୍ୟ ସାମନାକୁ ଆସିଛି । ଏଥିରେ ଦର୍ଶାଯାଇଛି ଦେଶରେ ଅବିବାହିତଙ୍କ ତୁଳନାରେ ଅଧିକାଂଶ ବିବାହିତ ଲୋକ ଜୀବନ ସଂଗ୍ରାମରେ ହାରମାନି ଆତ୍ମହତ୍ୟା କରୁଛନ୍ତି । ରିପୋର୍ଟ ଅନୁଯାୟୀ ୨୦୧୪ରେ ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ୬୫.୯% ହେଉଛନ୍ତି ବିବାହିତ ଏବଂ ୨୧.୧% ହେଉଛନ୍ତି ଅବିବାହିତ । ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧.୪% ହେଉଛନ୍ତି ଛାଡପତ୍ରଧାରୀ ବା କୌଣସି କାରଣରୁ ଏକାକୀ ଅବସ୍ଥାନ କରୁଥିଲେ । ମନୋବିଜ୍ଞାନୀଙ୍କ ମତରେ ପାରିବାରିକ ବିବାଦ ବଢିବା ସହ ଲୋକଙ୍କ ସହନଶୀଳତା ହ୍ରାସ ପାଉଥିବାରୁ ଏଭଳି ଘଟଣା ଘଟୁଛି । ଅଧିକାଂଶ ସମୟରେ ସ୍ୱାମୀ-ସ୍ତ୍ରୀ ସେମାନଙ୍କ କର୍ମସ୍ଥଳର ବା ବ୍ୟକ୍ତିଗତ ସମସ୍ୟାକୁ ପରସ୍ପର ମଧ୍ୟରେ ବାଣ୍ଟୁନାହାନ୍ତି ଏବଂ ଏକାକୀ ସଂଘର୍ଷ କରୁଛନ୍ତି । ଶେଷରେ ଅବସାଦର ଶିକାର ହୋଇ ଆତ୍ମହତ୍ୟାର ମାର୍ଗ ବାଛୁଛନ୍ତି ।

December 2018
Mo Tu We Th Fr Sa Su
26 27 28 29 30 1 2
3 4 5 6 7 8 9
10 11 12 13 14 15 16
17 18 19 20 21 22 23
24 25 26 27 28 29 30
31 1 2 3 4 5 6