ବୁଡିଯାଇଛି ମନ୍ଦିର,


ମହାକାଳେଶ୍ୱର ଗର୍ଭଗୃହରେ ପାଣି


ଉଜ୍ଜୟିନୀ,୨୧ା୭: ୩ଦିନ ଧରି ଲଗାଣ ବର୍ଷା ଯୋଗୁଁ ମହାକାଳଙ୍କ ନଗରୀ ମଧ୍ୟ ପ୍ରଦେଶର ଉଜ୍ଜୟିନୀ ପାଣିରେ ବୁଡିଯାଇଛି । ଭୀଷଣ ବର୍ଷା ଯୋଗୁଁ ପାଣି ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗ ମନ୍ଦିରର ଗର୍ଭଗୃହରେ ପ୍ରବେଶ କରିଛି । ପ୍ରଥମ ଥର ଲାଗି ବ୍ରାହ୍ମଣ ଓ ପଣ୍ଡିତଙ୍କୁ ମହାକାଳଙ୍କ ଭସ୍ମ ଆଳତି ପାଣି ଭିତରେ ଛିଡାହୋଇ କରିବାକୁ ପଡିଥିଲା । ବର୍ଷା ଯୋଗୁଁ ମନ୍ଦିର ମଧ୍ୟରେ ଥିବା କୋଟିକୁଣ୍ଡ ତୀର୍ଥ ପାଣିରେ ବୁଡିଯାଇଛି । କୋଟିକୁଣ୍ଡର ପାଣି ମନ୍ଦିର ତଳ ଦେଇ ଗର୍ଭଗୃହରେ ପହଞ୍ଚôଛି । ଗତ ମାସ ୨୦ତାରିଖ ସୋମବାର ରାତି ୧୧ଟାରେ ମହାକାଳଙ୍କ ଶୟନ ଆଳତି ପରେ ଗର୍ଭଗୃହର ଦ୍ୱାର ବନ୍ଦ କରାଯାଇଥିଲା । ୨୧ତାରିଖ ମଙ୍ଗଳବାର ଭୋର ୩ଟାରେ ଯେତେବେଳେ ବ୍ରାହ୍ମଣ ଗର୍ଭଗୃହର ଦ୍ୱାରକୁ ଖୋଲିଥିଲେ ସେତେବେଳେ ଗର୍ଭଗୃହରେ ପାଣି ଭରିଯାଇଥିବା ଦେଖିବାକୁ ମିଳିଥିଲା । ଏଭଳି ପରିସ୍ଥିତିରେ ପାଣି ମଧ୍ୟରେ ଛିଡାହୋଇ ମହାକାଳଙ୍କ ଭସ୍ମ ଆଳତି କରିବାକୁ ପଡିଥିଲା ।

December 2018
Mo Tu We Th Fr Sa Su
26 27 28 29 30 1 2
3 4 5 6 7 8 9
10 11 12 13 14 15 16
17 18 19 20 21 22 23
24 25 26 27 28 29 30
31 1 2 3 4 5 6