ୟୋଗ ବିଦ୍ୟା ଅଗୁଷ୍ଟା ଉଦ୍ଘାଟିତ


ରୋମ, ଇଟାଲୀ/ଭୁବନେଶ୍ୱର (ଆମ ବିବେକ ବୁ୍ୟରୋ): ବିଦ୍ୟା ବାହିନୀ ଟ୍ରଷ୍ଟର ପ୍ରତିଷ୍ଠାତା, ୟୋଗ ବିଦ୍ୟା ସେଣ୍ଟରର ପରାମର୍ଶଦାତା ସ୍ୱାମୀ ଆନନ୍ଦ ସରସ୍ୱତୀ ପ୍ରତିବର୍ଷ ଭଳି ଏବର୍ଷ ବସନ୍ତ ଋତୁରେ ଇଟାଲୀର ବିଭିନ୍ନ ରାଜ୍ୟରେ ୟୋଗ ଓ ବେଦାନ୍ତ ଉପରେ ପ୍ରବଚନ ଦେଉଛନ୍ତି । ଗତ ମାସ ୧୯ ତାରିଖ ଏବଂ ୨୦ତାରିଖରେ ଇଟାଲୀର ରାଜଧାନୀ ରୋମ ସହରରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଲିଖିତ ‘ସାଧନା ପଞ୍ଚକମ୍’ ଉପରେ ପ୍ରବଚନ ଦେଇଥିବା ବେଳେ ଗତ ମାସ ୨୬ତାରିଖ ଶନିବାର ଦିନ ସିସିଲି ରାଜ୍ୟର ଅଗୁଷ୍ଟା ସହରରେ ୟୋଗ ବିଦ୍ୟା ଅଗୁଷ୍ଟା ସେଣ୍ଟରକୁ ଉଦ୍ଘାଟନ କରିଛନ୍ତି । ଉକ୍ତ ୟୋଗ ସେଣ୍ଟରକୁ ଉଦ୍ୟାଟନ କରିବା ସମୟରେ ଉପସ୍ଥିତ ୟୋଗ ସାଧକମାନଙ୍କୁ ୟୋଗ ଅଭ୍ୟାସର ମାହାତ୍ମ୍ୟ ଏବଂ ଜୀବନରେ ବୈଦିକ ମୂଲ୍ୟବୋଧକୁ ଗୁରୁତ୍ୱ ଦେଇ ଚାଲିଲେ ଜୀବନ ସହଜ ଓ ସରଳ ହେବ ବୋଲି କହିଥିଲେ । ୟୋଗ ବିଦ୍ୟା ଅଗୁଷ୍ଟା ସେଣ୍ଟରର ଅଧ୍ୟକ୍ଷ ଶ୍ରୀ ଏଲିଓ ପାନାରେଲୋ ସ୍ୱାଗତମ ଭାଷଣ ଦେବା ସହ ସ୍ୱାମୀ ଆନନ୍ଦ ସରସ୍ୱତୀଙ୍କ ସଂସ୍ପର୍ଶରେ ଆସିବା ପରେ ତାଙ୍କ ଜୀବନରେ ଘଟିଥିବା ପରିବର୍ତ୍ତନ ବିଷୟରେ ଆଲୋକପାତ କରିଥିଲେ । ୟୋଗ ବିଦ୍ୟା ଇଟାଲିଆର ଅଧ୍ୟକ୍ଷା ଷ୍ଟେଫାନିଆ ରୋଶିତୋ ସ୍ୱାମୀଜୀଙ୍କ ଭାଷଣକୁ ଅନୁବାଦ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଇଟାଲୀର ବିଭିନ୍ନ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪ଟି ୟୋଗ ବିଦ୍ୟା ସେଣ୍ଟର କାର୍ଯ୍ୟରତ ।

December 2018
Mo Tu We Th Fr Sa Su
26 27 28 29 30 1 2
3 4 5 6 7 8 9
10 11 12 13 14 15 16
17 18 19 20 21 22 23
24 25 26 27 28 29 30
31 1 2 3 4 5 6