ସ୍ୱିଜରଲ୍ୟାଣ୍ଡରେ ବୁର୍ଖା ଉପରେ କଟକଣା

ଟିସିନୋ : ସ୍ୱିଜରଲ୍ୟାଣ୍ଡରେ ମୁସଲମାନମହିଳା ବୁର୍ଖା ପିନ୍ଧିଲେ ଗଣିବେ ବଡ଼ ଆକାରର ଜୋରିମନା । ଏହି ଜୋରିମନାର ପରିମାଣ ହେଉଛି ୯,୮୩୫ ଆମେରିକୀୟ ଡଲାର । ବୁର୍ଖା ପିନ୍ଧାକୁ ବନ୍ଦ କରିବାକୁ ଦେଶରେ ଲାଗୁ ହୋଇଛି ଏକ ନୂଆ ଆଇନ । ବୁର୍ଖା ପିନ୍ଧାକୁ ବନ୍ଦ କରିବାକୁ ସ୍ୱିଜରଲ୍ୟାଣ୍ଡର ଟିସିନୋ ପ୍ରଦେଶରେ ନିଆଯାଇଛି ଏଭଳି ପଦକ୍ଷେପ । ଏହି ନିୟମ ସ୍ଥାନୀୟ ବାସିନ୍ଦାଙ୍କ ସମେତ ବିଦେଶୀ ପର୍ଯ୍ୟଟକଙ୍କ ଉପରେ ମଧ୍ୟ ଲାଗୁ କରାଯାଇଛି । ଲୋକମାନେ ବୁର୍ଖାକୁ ଛାଡ଼ି ମୁଣ୍ଡରେ ଘୋଡାଯାଉଥିବା ଅନ୍ୟାନ୍ୟ ପୋଷାକ ଯଥା ମାସ୍କ, ହେଲ୍ମେଟ୍ ଓ ବାଲାକ୍ଲାଭାସ୍ ପିନ୍ଧିପାରିବେ । ସ୍ୱିଜରଲ୍ୟାଣ୍ଡ ସଂସଦରେ ଏନେଇ ଏକ ବିଧେୟକ ପାରିତ ହୋଇଛି । କିନ୍ତୁ ଦେଶସାରା ଏହି ଆଇନ କେବେ ଲାଗୁ ହେବ ସେନେଇ ସଠିକ୍ ତଥ୍ୟ ମିଳିପାରି ନାହିଁ । ଟିସିନୋ ପ୍ରଦେଶକୁ ଆସୁଥିବା ପର୍ଯ୍ୟଟକଙ୍କୁ ଏନେଇ ସୂଚନା ଦିଆଯାଇଛି । ଟିସିନୋ ବିମାନବନ୍ଦରରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନାପତ୍ର ଲଗାଯାଇଛି । ସୂଚନାଯୋଗ୍ୟ ୟୁରୋପର ଅନ୍ୟ ଏକ ଦେଶ ଫ୍ରାନ୍ସରେ ବୁର୍ଖା ଉପରେ କଟକଣା ଜାରି ହୋଇସାରିଛି । ଏଠାରେ ନିୟମକୁ ଉଲ୍ଲଂଘନ କଲେ ସାଢେ ୩ହଜାର ୟୁରୋ ଜୋରିମନା ଦେବାକୁ ପଡିଥାଏ ।

December 2018
Mo Tu We Th Fr Sa Su
26 27 28 29 30 1 2
3 4 5 6 7 8 9
10 11 12 13 14 15 16
17 18 19 20 21 22 23
24 25 26 27 28 29 30
31 1 2 3 4 5 6