- Details
- Written by Swami Ananda Saraswati
- Category: International News
- Published: 30 November 2015
- Hits: 606

ଅନୂଭୁତି ପାଇବା ପାଇଁ ନୁହେଁ ବରଂ ମନକୁ ପ୍ରସ୍ତୁତ କରିବା ପାଇଁ ଧ୍ୟାନ କର - ସ୍ୱାମୀ ଆନନ୍ଦ
ସିରାକୁଷା : ଅନୂଭୁତି ପାଇବା ପାଇଁ ନୁହେଁ ବରଂ ମନକୁ ପ୍ରସ୍ତୁତ କରିବା ପାଇଁ ପ୍ରତିଦିନ ଧ୍ୟାନ କରିବା ଉଚିତ । ଶାସ୍ତ୍ର ଆଧାରରେ ବ୍ୟକ୍ତି ଧ୍ୟାନ କଲେ ମାନସିକ ଅବସାଦ ଦୂର ହେବା ସହ ବ୍ୟକ୍ତିର ମନ ଆତ୍ମଜ୍ଞାନ ପାଇଁ ପ୍ରସ୍ତୁତ ହୋଇଥାଏ ବୋଲି ସ୍ୱାମୀ ଆନନ୍ଦ ସରସ୍ୱତୀ ଇଟାଲୀର ପ୍ରତିଷ୍ଠିତ କରାଯାଇଥିବା ୟୋଗ ବିଦ୍ୟା କେନ୍ଦ୍ରରେ ଗୀତାର ଷଷ୍ଠ ଅଧ୍ୟାୟ ଉପରେ ପ୍ରବଚନ ଦେବା ସମୟରେ କହିଥିଲେ । ଉକ୍ତ ଶିବିରକୁ କେନ୍ଦ୍ରର ଉପାଧ୍ୟକ୍ଷା ମାରିଆଲା ପରିଚାଳନା କରିଥିବାବେଳେ ସେଣ୍ଟରର ଅଧ୍ୟକ୍ଷା ଷ୍ଟେଫାନିଆ ରୋଶିତୋ ସ୍ୱାମୀଜୀଙ୍କ ପ୍ରବଚନକୁ ଇଟାଲୀ ଭାଷାରେ ଅନୁବାଦ କରିଥିଲେ । ପ୍ରତିବର୍ଷ ଭଳି ଏବର୍ଷ ସ୍ୱାମୀ ଆନନ୍ଦ ସରସ୍ୱତୀ ଶରତ ଋତୁରେ ଇଟାଲୀ ଗସ୍ଥରେ ଯାଇ ବିଭିନ୍ନ ଯୋଗ କେନ୍ଦ୍ରରେ ବେଦାନ୍ତ ଶାସ୍ତ୍ର ଉପରେ ଶିକ୍ଷା ଦେଉଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଇଟାଲୀରେ ବର୍ତ୍ତମାନ ୬ଟି ଯୋଗ କେନ୍ଦ୍ର ବିଦ୍ୟା ବାହିନୀ ଟ୍ରଷ୍ଟ୍ ଅଧୀନରେ କାର୍ଯ୍ୟ କରୁଛି ।