ରୋମରେ ସାଧନା ଶିବିର

ରୋମ୍: ପ୍ରତିବର୍ଷ ଭଳି ଏବର୍ଷ ସ୍ୱାମୀ ଆନନ୍ଦ ସରସ୍ୱତୀ ଶରତ ଋତୁରେ ଇଟାଲୀ ଗ୍ରସ୍ଥରେ ଯାଇ ବିଭିନ୍ନ ଯୋଗ ସେଣ୍ଟରରେ ବେଦାନ୍ତ ଶାସ୍ତ୍ର ଉପରେ ଶିକ୍ଷା ଦେଉଛନ୍ତି । ଗତ ୭ତାରିଖ ଶନିବାର ଏବଂ ୮ତାରିଖ ରବିବାର ଦିନ ରୋମ୍ର ୟୋଗିକାମେଣ୍ଟ ସେଣ୍ଟରରେ ଶ୍ରୀ ଶଙ୍କରାଚାର୍ଯ୍ୟଙ୍କ ଲିଖିତ ସାଧନା ପଞ୍ଚକ ଉପରେ ପ୍ରବଚନ ଦେଇଥିଲେ । ଉକ୍ତ ଶିବିରକୁ ସେଣ୍ଟରର ଅଧ୍ୟକ୍ଷା ତମାରା ପ୍ରୋନେଷ୍ଟି ପରିଚାଳନା କରିଥିବାବେଳେ ଷ୍ଟେଫାନିଆ ରୋଶିତୋ ସ୍ୱାମୀଜୀଙ୍କ ପ୍ରବଚନକୁ ଇଟାଲୀ ଭାଷାରେ ଅନୁବାଦ କରିଥିଲେ । ସ୍ୱାମୀଜୀଙ୍କ ଲିଖିତ ସାଧନା ପଞ୍ଚକ ପୁସ୍ତକକୁ ଇଟାଲୀ ଭାଷାରେ ଅନୁବାଦ କରାଯାଇ ଲୋକାର୍ପିତ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ, ସ୍ୱାମୀଜୀଙ୍କ ଲିଖିତ ୬ଟି ପୁସ୍ତକ ବର୍ତ୍ତମାନ ଇଟାଲୀ ଭାଷାରେ ଉପଲବ୍ଧ ।

November 2017
Mo Tu We Th Fr Sa Su
30 31 1 2 3 4 5
6 7 8 9 10 11 12
13 14 15 16 17 18 19
20 21 22 23 24 25 26
27 28 29 30 1 2 3