ଜଳବାୟୁ ପରିବର୍ନ ପାଇଁ ‘ଯୋଗ’କୁ ଗୁରୁତ୍ୱ ଦେଲେ ମୋଦି

ଜାତିସଂଘ: ପରିବର୍ନଶୀଳ ଦୁନିଆରେ ସବୁକିଛି ପରିବର୍ନ ହେଉଥିବାବେଳେ ଜଳବାୟୁ ପରିବର୍ନ ହେବା ସମସ୍ତଙ୍କ ପାଇଁ ଏକ ଚିନ୍ତାର ବିଷୟ । ଆମ ଭାରତୀୟ ସଂସ୍କୃତିରେ ଏହାର ମୁକାବିଲା କରିବା ପାଇଁ ଯୋଗ ଉପରେ ଗୁରୁତ୍ୱ ଦିଆଯାଇଛି । ଯୋଗକୁ କେବଳ ବ୍ୟାୟାମରେ ସୀମିତ ନରଖି ଶାସ୍ତ୍ରାନୁସାରେ ପରିବ୍ୟାପ୍ତ କରାଗଲେ ସବୁକିଛିର ପରିବର୍ନ କରାଯାଇପାରିବ । ତେଣୁ ଆନ୍ତର୍ଜାତିକ ସ୍ତରରେ ଯୋଗ ଦିବସ ପାଳନ କରାଯିବା ଉଚିତ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୨୭ତାରିଖରେ ଜାତିସଂଘର ସାଧାରଣ ପରିଷଦର ୬୯ତମ ବୈଠକକୁ ପ୍ରଥମ କରି ସମ୍ବୋଧିତ କରି ଏହା କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରତ୍ୟେକ ଦେଶର ନିଜସ୍ୱ ଆଦର୍ଶ ନୁହେଁ, ଦର୍ଶନ ରହିଛି । ଏହି ଦର୍ଶନ ହିଁ ଦେଶକୁ ଆଗକୁ ନେଇପାରିବ । ତା’ରି ଆଧାରରେ ଆଜି ଆମେ ୧୯୩ଟି ଦେଶର ପ୍ରତିନିଧି ଏକାଠି ହେଇଛେ । ଭାରତ ହେଉଛି ‘ବସୁଧୈବ କୁଟୁମ୍ବକମ୍’ ଆଦର୍ଶରେ ବିଶ୍ୱାସ କରେ । ସମଗ୍ର ବିଶ୍ୱକୁ ଭାରତ ଗୋଟିଏ କୁଟୁମ୍ବ ବୋଲି ଭାବେ ।
ପାକିସ୍ତାନ ସହ ଶାନ୍ତି ପରିବେଶରେ ଦ୍ୱିପାକ୍ଷିକ ସମସ୍ୟାର ସମାଧାନ ଲାଗି କଥାବାର୍ା ପାଇଁ ଆମେ ପ୍ରସ୍ତୁତ । ହେଲେ ଆତଙ୍କବାଦର ଛାୟା ଭିତରେ ତାହା ସମ୍ଭବ ନୁହେଁ । ତେଣୁ ପାକିସ୍ତାନ ଆତଙ୍କବାଦ ବନ୍ଦ କରି ଉପଯୁକ୍ତ ପରିବେଶ ସୃଷ୍ଟି କରିବାକୁ ପଡିବ । ଆତଙ୍କବାଦ ଦିନକୁ ଦିନ ନୂଆ ରୂପ ନେଉଛି ଏବଂ କୌଣସି ଦେଶ ଏହାର କବଳରୁ ମୁକ୍ତ ନୁହେଁ । ତେଣୁ ମିଳିତ ଭାବେ ଏହାର ମୁକାବିଲା କରାଯିବା ଆବଶ୍ୟକ । ବିଶ୍ୱରେ ଗଣତନ୍ତ୍ରର ପ୍ରସାର ଘଟୁଛି । ଗଣତାନ୍ତ୍ରିକ ଦୃଷ୍ଟିରୁ ଜାତିସଂଘକୁ ଆହୁରି ମଜଭୂତ କରିବାକୁ ପଡିବ । ସେଥିପାଇଁ ଜାତିସଂଘର ସଂସ୍କାର ଅପରିହାର୍ଯ୍ୟ ହୋଇପଡିଛି । ମୋଦି କହିଥିଲେ ଯେ, ଅନ୍ତର୍ଜାତୀୟ ଲକ୍ଷ୍ୟ ହାସଲ କରିବା ଦିଗରେ ଭାରତ ପ୍ରତିଶ୍ରୁତିବଦ୍ଧ । ସେଥିପାଇଁ ଆମେ ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି କରିଛୁ । ଜାତିସଂଘ ଶାନ୍ତିସେନାକୁ ଆହୁରି ବ୍ୟାପକ କରିବା ଉପରେ ପ୍ରଧାନମନ୍ତ୍ରୀ ମଧ୍ୟ ଗୁରୁତ୍ୱ ଦେଇଥିଲେ ।
ସେହିଭଳି ପାନୀୟ ଜଳ, ପରିମଳ ବ୍ୟବସ୍ଥା ଓ ବିଦୁ୍ୟତ ଭଳି ମୌଳିକ ସୁବିଧାରୁ ଆଜି ବିଶ୍ୱର ନିୟୁତାଧିକ ଲୋକ ବôତ ହୋଇଛନ୍ତି । ଏ ଦିଗରେ ଆମକୁ ମିଳିତ ଭାବେ କାମ କରିବାକୁ ପଡିବ । ଆମେ ଆମ ଦାୟିତ୍ୱରୁ ଓହରି ଯାଇପାରିବା ନାହିଁ ବୋଲି ମୋଦି କହିଥିଲେ ।

December 2018
Mo Tu We Th Fr Sa Su
26 27 28 29 30 1 2
3 4 5 6 7 8 9
10 11 12 13 14 15 16
17 18 19 20 21 22 23
24 25 26 27 28 29 30
31 1 2 3 4 5 6