ବାରାଣସୀ ହେବ ସ୍ମାର୍ଟ ସିଟି କ୍ୟୋଟୋ-ବାରାଣସୀ ରାଜିନାମା ସ୍ବାକ୍ଷରିତ
ନୂଆଦିଲ୍ଲୀ/କ୍ୟୋଟୋ,୩୦ା୮(ଏଜେନ୍ସି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ମଣ୍ଡଳୀ ବାରାଣସୀକୁ ସ୍ମାର୍ଟ ସିଟିରେ ପରିଣତ କରାଯିବ  । ସେଥିପାଇଁ ମୋଦିଙ୍କ ଜାପାନ ଗସ୍ତ କାଳରେ ଆଜି ଦୁଇଦେଶ ମଧ୍ୟରେ ଏକ ସାଂସ୍କୃତିକ ରାଜିନାମା ସ୍ବାକ୍ଷର ହୋଇଛି  । ମୋଦିଙ୍କ ଉପସ୍ଥିତିରେ ଜାପାନର ସ୍ମାର୍ଟ ସିଟି କ୍ୟୋଟୋ ମେୟର ଦାଇସାକୁ କାଦୋକାୱା ଏବଂ ଜାପାନରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଦୀପା ଗୋପାଳନ ୱାଧୱାଙ୍କ ମଧ୍ୟରେ ‘ବାରାଣସୀ-କ୍ୟୋଟୋ’ ରାଜିନାମା ସ୍ବାକ୍ଷରିତ ହୋଇଥିଲା  । ଭାରତ ଓ ଜାପାନ ମଧ୍ୟରେ ସ୍ମାର୍ଟ ହେରିଟେଜ ସିଟି ପ୍ରୋଗ୍ରାମ ଅଧୀନରେ ଏହି ରାଜିନାମା ହୋଇଥିବା ଜଣାପଡିଛି  । ରାଜିନାମା ଅନୁସାରେ କ୍ୟୋଟୋର ସହଯୋଗ ଓ ଅଭିଜ୍ଞତା ଭିିରେ ବାରାଣସୀକୁ ସ୍ମାର୍ଟ ସିଟିରେ ପରିଣତ କରାଯିବ  । ଐତିହ୍ୟ ଓ ଆଧୁନିକତା ଦୃଷ୍ଟିରୁ କ୍ୟୋଟୋ ଜାପାନର ଏକ ଉନ୍ନତ ସହର  । ଅତୀତରେ ବୌଦ୍ଧଧର୍ମର ଏହା ପ୍ରମୁଖ ସହର ଥିଲା  । ବର୍ମାନ ଆଧୁନିକ ପ୍ରଯୁକ୍ତି ବିଦ୍ୟା ଦ୍ୱାରା ଏହାର ବିକାଶ ଘଟିଛି  । ଭାରତରେ ୧୦୦ ସ୍ମାର୍ଟ ସିଟି ପ୍ରତିଷ୍ଠା ଲାଗି ମୋଦି ଘୋଷଣା କରିସାରିଥିବାରୁ ଜାପାନ ଗସ୍ତ କାଳେ ସେ କ୍ୟୋଟୋ ଭଳି ସ୍ମାର୍ଟ ସିଟି ପରିଦର୍ଶନ କରିବା ଲାଗି ମନ ବଳାଇଥିଲେ  । ୫ ଦିନିଆ ଜାପାନ ଗସ୍ତରେ ଆସି ମୋଦି ପହôଥିଲେ  । କଳା ପ୍ରିନ୍ସକୋଟ୍ ପରିଧାନ କରିଥିବା ମୋଦି ଓସାକା ବିମାନବନ୍ଦରରେ ଅବତରଣ କରିବା ପରେ ତାଙ୍କୁ ଜାପାନୀ ପ୍ରତିନିଧିମାନେ ପାଛୋଟି ନେଇଥିଲେ  । ଆସନ୍ତା ସେପ୍ଟେମ୍ବର ୧ରେ ମୋଦି ଜାପାନ ପ୍ରଧାନମନ୍ତ୍ରୀ ସିନ୍ଜୋ ଆବେଙ୍କୁ ସାକ୍ଷାତ କରିବେ  । ସାକ୍ଷାତକାଳରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ବେସାମରିକ ପରମାଣୁ, ଭିିଭୂମି ବିକାଶ ଓ କେତେକ ରସାୟନ ସାମଗ୍ରୀ ପ୍ରସଙ୍ଗ ଉପରେ ଆଲୋଚନା ସହ ରାଜିନାମା ହେବାର ସମ୍ଭାବନା ରହିଛି  । ଆମେରିକା ସହ ୨୦୦୮ରେ ହୋଇଥିବା ବେସାମରିକ ଅଣୁଚୁକ୍ତି ଭଳି ଭାରତ ମଧ୍ୟ ଜାପାନ ସହିତ ଏକ ରାଜିନାମା କରିବାକୁ ଚାହୁଁଛି  । ଯାହାଫଳରେ ଜାପାନ ପରମାଣୁ ଇନ୍ଧନ ଓ ଜ୍ଞାନକୌଶଳ ଭାରତକୁ ଯୋଗାଇ ଦେବ  । ତେବେ ଜାପାନ ଏଥିପାଇଁ ଭାରତ ଉପରେ କେତେକ ସର୍ତ ଲଗାଇଛି  ।

December 2018
Mo Tu We Th Fr Sa Su
26 27 28 29 30 1 2
3 4 5 6 7 8 9
10 11 12 13 14 15 16
17 18 19 20 21 22 23
24 25 26 27 28 29 30
31 1 2 3 4 5 6