। । ବ୍ରହ୍ମୋପନିଷତ୍ । ।
ଓଁ ସହନାବବତୁ । ସହ ନୌ ଭୁନକ୍ତୁ । ସହବୀର୍ୟଂ କରବାବହୈ । ତେଜସ୍ୱି ନାବଧୀତମସ୍ତୁ ମା ବିଦ୍ୱିଷାବହୈ । ।
ଓଁ ଶାନ୍ତିଃ! ଶାନ୍ତିଃ! ଶାନ୍ତିଃ!
ଈଶ୍ୱର ଆମ ଦୁଇଜଣଙ୍କୁ(ଗୁରୁ ଓ ଶିଷ୍ୟଙ୍କୁ) ଯଥାର୍ଥରେ ବିଦ୍ୟା ପ୍ରଦାନ ଦ୍ୱାରା ରକ୍ଷା କରନ୍ତୁ । ଯଥାର୍ଥରେ ଈଶ୍ୱର ଆମ ଦୁଇଜଣଙ୍କୁ ବିଦ୍ୟା-ଫଳ ଉପଭୋଗ କରାନ୍ତୁ (କରିବାରେ ସାହାଯ୍ୟ କରନ୍ତୁ) । ଆମେ ଦୁଇ ଜଣ ଏକତ୍ର ବିଦ୍ୟାଜନ୍ୟ ଶକ୍ତିକୁ (ବିଦ୍ୟା ପ୍ରଦାନ ଓ ଗ୍ରହଣ) ଲାଭ କରୁ । ଆମ ଦୁଇ ଜଣଙ୍କ ମଧ୍ୟରେ ପରସ୍ପର ପ୍ରତି (କୌଣସି ସମୟରେ ଓ ବିଷୟରେ) ବିଦ୍ୱେଷ ଭାବ ନ ରହୁ ।
ଓଁ ଆଧ୍ୟାତ୍ମିକ ତାପର (ନିଜ ଶରୀର ଜନୀତ ଦୁଃଖ କଷ୍ଟର), ଆଧିଭୌତିକ ତାପର(ଜୀବ-ଜନ୍ତୁଙ୍କ ଦ୍ୱାରା ଉପôନ୍ନ ହେଉଥିବା ଦୁଃଖ କଷ୍ଟର) ଓ ଆଧିଦୈବିକ ତାପର (ଦେବତାଙ୍କ ଦ୍ୱାରା ଉପôନ୍ନ ହେଉଥିବା ଦୁଃଖ କଷ୍ଟର) ପ୍ରଶମନ ହେଉ ।
ଓଁ ଅଥାସ୍ୟ ପୁରୁଷସ୍ୟ ଚତ୍ୱାରି ସ୍ଥାନାନି ଭବନ୍ତି । ନାଭିର୍ହୃଦୟଂ କଣ୍ଠଂ ମୂର୍ଦ୍ଧା ଚ । ତତ୍ର ଚତୁଷ୍ପାଦଂ ବ୍ରହ୍ମ ବିଭାତି । ଜାଗରିତେ ବ୍ରହ୍ମା ସ୍ୱପ୍ନେ ବିଷ୍ଣୁଃ ସୁଷୁପ୍ତୌ ରୁଦ୍ରସ୍ତୁରୀୟମକ୍ଷରମ୍ । ସ ଆଦିତ୍ୟୋ ବିଷ୍ଣୁଶ୍ଚେଶ୍ୱରଶ୍ଚ । ସ୍ୱୟମମନସ୍କମଶ୍ରୋତ୍ରମପାଣିପାଦଂ ଜ୍ୟୋତିର୍ବିଦିତମ୍ । ।୧

ଶରୀରରେ ନାଭି, ହୃଦୟ, କଣ୍ଠ ଏବଂ ବ୍ରହ୍ମରନ୍ଧ୍ର - ଏହି ଚାରିଟି ଆତ୍ମା ବା ନିଜର ବିଶେଷ ସ୍ଥାନ ଅଟେ । ଏଥିରେ ଚାରିପାଦ ବିଶିଷ୍ଟ ବ୍ରହ୍ମ ପ୍ରକାଶିତ ହୁଅନ୍ତି । ଜାଗ୍ରତ ଅବସ୍ଥାରେ ବ୍ରହ୍ମ ରୂପରେ, ସ୍ୱପ୍ନରେ ବିଷ୍ଣୁ ରୂପରେ, ନିଦ୍ରା ଅବସ୍ଥାରେ ରୁଦ୍ର ରୂପରେ ଏବଂ ଚତୁର୍ଥ ଅବସ୍ଥା ବା ତୁରୀୟରେ ଅକ୍ଷର ବା ପରଂବ୍ରହ୍ମ ରୂପରେ ପ୍ରକାଶମାନ ହୁଅନ୍ତି । ଏହି ଆତ୍ମା ସ୍ୱୟଂ ମନ, ଇନ୍ଦ୍ରିୟ, ହସ୍ତ, ପାଦ ଆଦିରୁ ଭିନ୍ନ ଏବଂ ଜ୍ୟୋତି ଭାବରେ ବିଦିତ ।
ୟତ୍ର ଲୋକା ନ ଲୋକା ଦେବା ନ ଦେବା ବେଦା ନ ବେଦା ୟଜ୍ଞା ନ ୟଜ୍ଞା ମାତା ନ ମାତା ପିତା ନ ପିତା ସ୍ନୁଷା ନ ସ୍ନୁଷା ଚାଣ୍ଡାଲୋ ନ ଚାଣ୍ଡାଲଃ ପୌଷ୍କଲୋ ନ ପୌଷ୍କଲଃ ଶ୍ରମଣୋ ନ ଶ୍ରମଣଃ ତାପସୋ ନ ତାପସ ଏକମେବ ତତ୍ପରଂ ବ୍ରହ୍ମ ବିଭାତି ନିର୍ବାଣମ୍ । ।୨
ଯେଉଁଠାରେ (ଆତ୍ମା ସାକ୍ଷାତ୍କାରରେ) ସ୍ୱର୍ଗ ଆଦି ଲୋକମାନେ ଉପଭୋଗ୍ୟ ବସ୍ତୁ ଭାବରେ ନଥାଏ, ଇପ୍ସିତ ବସ୍ତୁ ପ୍ରଦାନକାରୀ ଦେବତାମାନେ ଦେବତା ଭାବରେ ନଥାନ୍ତି, ଜ୍ଞାନର ଗନ୍ତାଘର ବେଦ ମଧ୍ୟ ବେଦ ଭାବରେ ନଥାଏ, ପୂଣ୍ୟ ଫଳ ପ୍ରଦାନକାରୀ ଯଜ୍ଞ ମଧ୍ୟ ଯଜ୍ଞ ଭାବରେ ନଥାଏ, ଜନ୍ମଦାତ୍ରୀ ମାତା ମାତା ଭାବରେ ନଥାଏ, ଶରୀରକୁ ଲାଳନପାଳନ କରି ପୃଷ୍ଟ କରିଥିବା ପିତା ପିତା ଭାବରେ ନଥାନ୍ତି, ମାନସିକ ଅବସାଦକୁ ଦୂର କରୁଥିବା ପତ୍ନୀ ମଧ୍ୟ ପତ୍ନୀ ଭାବରେ ନଥାଏ, ଚାଣ୍ଡାଳ (ଅସ୍ପୃଶ୍ୟ ବ୍ୟକ୍ତି) ମଧ୍ୟ ଚାଣ୍ଡାଳ ଭାବରେ ନଥାଏ, ଲାଭଦାୟକ ଖାଦ୍ୟ ବସ୍ତୁ ମଧ୍ୟ ଖାଦ୍ୟ ବସ୍ତୁ ଭାବରେ ନଥାଏ, କଷ୍ଟରେ ଦିନକାଟୁଥିବା ଶ୍ରମିକ ମଧ୍ୟ ଶ୍ରମିକ ଭାବରେ ନଥାଏ କିମ୍ବା ତପସ୍ୱାରତ ତପସ୍ୱୀ ତପସ୍ୱୀ ଭାବରେ ଦଣ୍ଡାୟମାନ ହୁଅନ୍ତି ନାହିଁ; କିନ୍ତୁ ସର୍ବପ୍ରକାର ଦୁଃଖକଷ୍ଟ ରହିତ ସେହି ବ୍ରହ୍ମ ସଦା ଏକ ଭାବରେ ପ୍ରକାଶିତ ହୁଅନ୍ତି ।
ନ ତତ୍ର ଦେବା ଋଷୟଃ ପିତର ଈଶତେ ପ୍ରତିବୁଧ୍ୟଃ ସର୍ବବିଦ୍ୟେତି । ।୩
ଏହି ବ୍ରହ୍ମଙ୍କଠାରେ ଦେବତା, ଋଷି କିମ୍ବା ପିତୃପୁରୁଷମାନେ ରାଜୁତି କରନ୍ତି ନାହିଁ । ସର୍ବ ବିଦ୍ୟା ସ୍ୱରୂପ ହେତୁ ତାଙ୍କୁ ଜ୍ଞାନ ଦ୍ୱାରା ଜାଣି ହୁଏ ।
ହୃଦିସ୍ଥା ଦେବତାଃ ସର୍ବା ହୃଦି ପ୍ରାଣାଃ ପ୍ରତିଷ୍ଠିତାଃ ।
ହୃଦି ପ୍ରାଣାଶ୍ଚ ଜ୍ୟୋତିଶ୍ଚ ତ୍ରିବୃତ୍ସୂତ୍ରଂ ଚ ତଦ୍ବିଦୁରିତି ।
ହୃଦି ଚୈତନ୍ୟେ ତିଷ୍ଠତି ।୪ । ।
ପ୍ରାଣୀମାନଙ୍କ ହୃଦୟରେ ସମସ୍ତ ଦେବତା ବାସ କରନ୍ତି । ସମସ୍ତଙ୍କ ହୃଦୟରେ ପ୍ରାଣସମୂହ ଅବସ୍ଥାନ କରନ୍ତି । ହୃଦୟରେ ପ୍ରାଣସମୂହ, ଜ୍ୟୋତି (ଓ ଦେବତା) ସ୍ୱରୂପରେ ଚୈତନ୍ୟ ସ୍ୱରୂପ ପରମାତ୍ମା ବାସ କରନ୍ତି । ଏହି ତଥ୍ୟକୁ ସୂଚିତ କରିବା ନିମନ୍ତେ ଯଜ୍ଞ ସୂତ୍ରରେ ତିନିଟି ତ୍ୟାଗ ରହିଛି । ଏପରି ରହସ୍ୟ ଥିବା ଜାଣିଥିବା ବ୍ୟକ୍ତି କୁହନ୍ତି ।
ୟଜେ୍ଞାପବୀତଂ ପରମଂ ପବିତ୍ରଂ ପ୍ରଜାପତେର୍ୟତ୍ସହଜଂ ପୁରସ୍ତାତ୍ ।
ଆୟୁଷ୍ୟମଗ୍ର୍ୟଂ ପ୍ରତିମୁଞ୍ଚ ଶୁଭ୍ରଂ ୟଜେ୍ଞାପବୀତଂ ବଲମସ୍ତୁ ତେଜଃ । ।୫
ଏପରି ସୂଚନାଦାୟକ ଯଜେ୍ଞାପବୀତ ପରମ ପବିତ୍ର ଅଟେ । ଏହା ପ୍ରଥମେ ବ୍ରହ୍ମାଙ୍କ ସହିତ ଉପôନ୍ନ ହୋଇଥିବାରୁ ଆୟୁଷ୍ୟଦାୟକ ଅଟେ । ଉଜ୍ଜ୍ୱଳ ଯଜେ୍ଞାପବୀତ (ସର୍ବପ୍ରକାର)ବଳଦାୟକ ଏବଂ (ବ୍ରହ୍ମ)ତେଜଦାୟକ ହେଉ । ପୁରୁଣା ଯଜେ୍ଞାପବୀତକୁ ତ୍ୟାଗ କର ।
ସଶିଖଂ ବପନଂ କୃତ୍ୱା ବହିଃସୂତ୍ରଂ ତ୍ୟଜେଦ୍ବୁଧଃ ।
ୟଦକ୍ଷରଂ ପରଂ ବ୍ରହ୍ମ ତତ୍ସୂତ୍ରମିତି ଧାରୟେତ୍ । ।୬
ଜ୍ଞାନୀ ଶିଖା ସହିତ ମୁଣ୍ଡନ କରିବା ପରେ ଅର୍ଥାତ୍ ସନ୍ନ୍ୟାସୀ ହୋଇ ବାହ୍ୟ ସୂତ୍ର ବା ଯଜେ୍ଞାପବୀତକୁ ତ୍ୟାଗ କରେ । (କିନ୍ତୁ) ଅବିନାଶୀ ପରଂବ୍ରହ୍ମଙ୍କୁ ସୂତ୍ର ରୂପରେ ଜାଣି ହୃଦୟରେ ଧାରଣ କରେ ।
ସୂଚନାତ୍ସୂତ୍ରମିତ୍ୟାହୁଃ ସୂତ୍ରଂ ନାମ ପରଂ ପଦମ୍ ।
ତତ୍ସୂତ୍ରଂ ବିଦିତଂ ୟେନ ସ ବିପ୍ରୋ ବେଦପାରଗଃ । ।୭
ଏପରି ତଥ୍ୟକୁ ସୂଚନା ଦେଉଥିବାରୁ ଏହାର ନାମ ସୂତ୍ର ଅଟେ । ସୂତ୍ର ରୂପରେ ପରଂବ୍ରହ୍ମ ବାସ କରୁଥିବାରୁ (ସମସ୍ତଙ୍କର) ପରମ ଆଶ୍ରୟ ସ୍ଥଳ ଅଟେ । ଏହି ସୂତ୍ର ବା ତତ୍ତ୍ୱକୁ ଯିଏ ଜାଣିଛି, ସେହି ବ୍ରାହ୍ମଣ ବୈଦିକ ଜ୍ଞାନରେ ପାରଙ୍ଗମ ଅଟନ୍ତି ।
ୟେନ ସର୍ବମିଦଂ ପ୍ରୋତଂ ସୂତ୍ରେ ମଣିଗଣା ଇବ ।
ତତ୍ସୂତ୍ରଂ ଧାରୟେଦ୍ୟୋଗୀ ୟୋଗବିତ୍ତତ୍ତ୍ୱଦର୍ଶିବାନ୍ । ।୮
ଯେପରି ସୂତାରେ ବିଭିନ୍ନପ୍ରକାର ମଣିମାନ ଗୁନ୍ଥାଯାଇ ମାଳା ଭାବରେ ପ୍ରକାଶିତ ହୋଇଥିବା ବେଳେ ସୂତା ଲୁଚିଯାଇଥାଏ, ଠିକ୍ ସେହିପରି ପରଂବ୍ରହ୍ମରୂପୀ ସୁତାରେ ଏହି ସଚରାଚର ଜଗତ ଗୁନ୍ଥା ହୋଇଛି । ତେଣୁ ତତ୍ତ୍ୱଦ୍ରଷ୍ଟା ଏବଂ ଯୋଗବେତ୍ତା ଏହି ସୂତ୍ରକୁ ହୃଦୟରେ ଧାରଣ କରିବା ଉଚିତ୍ ।
ବହିଃ ସୂତ୍ରଂ ତ୍ୟଜେଦ୍ବିଦ୍ୱାନ୍ ୟୋଗମୁତ୍ତମମାସ୍ଥିତଃ ।
ବ୍ରହ୍ମଭାବମିଦଂ ସୂତ୍ରଂ ଧାରୟେଦ୍ ୟଃ ସ ଚେତନଃ । ।
ଧାରଣାତ୍ତସ୍ୟ ସୂତ୍ରସ୍ୟ ନୋଚ୍ଛିଷ୍ଠୋ ନାଶୁଚିର୍ଭବେତ୍ । ।୯
ଉତ୍ତମ ଯୋଗୀ ଓ ଜ୍ଞାନୀ ବାହ୍ୟ ସୂତ୍ର ବା ଯଜେ୍ଞାପବୀତକୁ ତ୍ୟାଗ କରିଦିଅନ୍ତି । ସମସ୍ତ ସଚରାଚର ଜଗତ ବ୍ରହ୍ମ ସୂତ୍ରରେ ବନ୍ଧାହୋଇଥିବା ଭାବନାକୁ ସର୍ବଦା ହୃଦୟରେ ଧାରଣ କରିଥିବାରୁ ସେହି ପରଂବ୍ରହ୍ମରୂପୀ ସୂଥ୍ର କେବେ ଅଇଁଠା ଅଥବା ଅପବିତ୍ର ହୁଏ ନାହିଁ ।
ସୂତ୍ରମନ୍ତର୍ଗତଂ ୟେଷାଂ ଜ୍ଞାନୟଜେ୍ଞାପବୀତିନାମ୍ ।
ତେ ବୈ ସୂତ୍ରବିଦୋ ଲୋକେ ତେ ଚ ୟଜେ୍ଞାପବୀତିନଃ । ।୧୦
ଜ୍ଞାନରୂପକ ଯଜେ୍ଞାପବୀତ ଧାରଣକାରୀ ପୁରୁଷଙ୍କର ହୃଦୟରେ ବ୍ରହ୍ମରୂପକ ସୂତ୍ର ରହିଥାଏ । ଯେଉଁ ବ୍ୟକ୍ତି ସୂତ୍ରର ବାସ୍ତବିକ୍ ରୂପକୁ ଜାଣନ୍ତି, ସେ ହିଁ ପ୍ରକୃତ ଯଜେ୍ଞାପବୀତ ଧାରଣ କର୍ତ୍ତା ଅଟନ୍ତି ।
ଜ୍ଞାନଶିଖିନୋ ଜ୍ଞାନନିଷ୍ଠା ଜ୍ଞାନୟଜେ୍ଞାପବୀତିନଃ ।
ଜ୍ଞାନମେବ ପରଂ ତେଷାଂ ପବିତ୍ରଂ ଜ୍ଞାନମୁଚ୍ୟତେ । ।୧୧
ଯେ ଜ୍ଞାନରୂପ ଶିଖା ଓ ଯଜେ୍ଞାପବୀତ ଧାରଣ କରିବା ସହ ଜ୍ଞାନରେ ନିଷ୍ଠା ରଖି ଜ୍ଞାନକୁ ଜୀବନର ଶ୍ରେଷ୍ଠ ଲକ୍ଷ୍ୟ ଭାବରେ ଗ୍ରହଣ କରିଥାନ୍ତି, ତାଙ୍କ ପାଇଁ ଜ୍ଞାନ ହିଁ ପରମ ପବିତ୍ର ଅଟେ ।
ଅଗ୍ନେରିବ ଶିଖା ନାନ୍ୟା ୟସ୍ୟ ଜ୍ଞାନମୟୀ ଶିଖା ।
ସ ଶିଖୀତୁ୍ୟଚ୍ୟତେ ବିଦ୍ୱାନ୍ନେତରେ କେଶଧାରିଣଃ । ।୧୨
ଯେଉଁ ବ୍ୟକ୍ତିଙ୍କର ଅଗ୍ନୀରୂପ ଜ୍ଞାନମୟୀ ଶିଖା ଥାଏ, କିନ୍ତୁ ଅନ୍ୟ ଶିଖା ନଥାଏ, ସେହି ବିଦ୍ୱାନଙ୍କୁ ପ୍ରକୃତରେ ଶିଖାଧାରୀ କୁହାଯାଏ । ଅପରପକ୍ଷରେ ଯେଉଁ ବ୍ୟକ୍ତି ବାହ୍ୟ କେଶର ଚୁଟି ରଖନ୍ତି, ତାଙ୍କୁ ଶିଖାଧାରୀ କୁହାଯାଇନଥାଏ ।
କର୍ମଣ୍ୟଧିକୃତା ୟେ ତୁ ବୈଦିକେ ବ୍ରାହ୍ମଣାଦୟଃ ।
ତେଭିର୍ଦ୍ଧାର୍ୟମିଦଂ ସୂତ୍ରଂ କ୍ରିୟାଙ୍ଗଂ ତଦ୍ଧି ବୈ ସ୍ମୃତମ୍ । ।୧୩
ଯେଉଁ ବ୍ରାହ୍ମଣ ଆଦି ବୈଦିକ କର୍ମର ଅଧିକାରୀ ଅଟନ୍ତି, ତାଙ୍କର ଏହି ସୂତ୍ର ଧାରଣ କରିବା ଉଚିତ୍ । କାରଣ ଏହାକୁ କ୍ରିୟାର ଅଙ୍ଗ କୁହାଯାଇଛି ।
ଶିଖା ଜ୍ଞାନମୟୀ ୟସ୍ୟ ଉପବୀତଂ ଚ ତନ୍ମୟମ୍ ।
ବ୍ରାହ୍ମଣ୍ୟଂ ସକଲଂ ତସ୍ୟ ଇତି ବ୍ରହ୍ମବିଦୋ ବିଦୁଃ । ।୧୪
ବ୍ରହ୍ମଜ୍ଞାନୀ କହନ୍ତି କି ଯାହାଙ୍କର ଶିଖା ଏବଂ ଯଜେ୍ଞାପବୀତ ଜ୍ଞାନମୟ ଅଟେ, ତାଙ୍କର ବ୍ରାହ୍ମଣତ୍ୱ ହିଁ ସମ୍ପୂର୍ଣ୍ଣ ଅଟେ ।
ଇଦଂ ୟଜେ୍ଞାପବୀତଂ ତୁ ପରମ ୟପôରାୟଣମ୍ ।
ସ ବିଦ୍ୱାନ୍ ୟଜେ୍ଞାପବୀତୀସ୍ୟତ୍ସ ୟଜ୍ଞଃ ତଂ ୟଜ୍ୱିନଂ ବିଦୁଃ । ।
ଏହି ଜ୍ଞାନମୟ ଯଜେ୍ଞାପବୀତ ପରମ ଗତି ଅଟେ । ଯେଉଁ ବିଦ୍ୱାନ୍ ଏପରି ଯଜେ୍ଞାପବୀତକୁ ଧାରଣ କରିଥାନ୍ତି ସେ ହିଁ ଯଜ୍ଞସ୍ୱରୂପ ଅଟନ୍ତି ଏବଂ ସେ ହିଁ ଯଜମାନ ପଦବାଚ୍ୟ ।
ଏକୋ ଦେବଃ ସର୍ବଭୂତେଷୁ ଗୂଢଃ
ସର୍ବବ୍ୟାପୀ ସର୍ବଭୂତାନ୍ତରାତ୍ମା ।
କର୍ମାଧ୍ୟକ୍ଷଃ ସର୍ବଭୂତାଧିବାସଃ
ସାକ୍ଷୀ ଚେତା କେବଲୋ ନିର୍ଗୁଣଶ୍ଚ । ।୧୫
ପରମାତ୍ମା ଏକ, ସମସ୍ତ ପ୍ରାଣୀଙ୍କ ମଧ୍ୟରେ ଗୂଢ ଭାବରେ ପ୍ରକାଶିତ, ସର୍ବବ୍ୟାପୀ, ସମସ୍ତ ଜୀବଜଗତର ଅନ୍ତରାତ୍ମା, କର୍ମଫଳ ଦାତା, ସମସ୍ତ ପ୍ରାଣୀଙ୍କର ନିବାସ, ସାକ୍ଷୀ, ଚୈତନ୍ୟ ସ୍ୱରୂପ, ସର୍ବ ଦ୍ୱନ୍ଦ ରହିତ କେବଳ ଏବଂ ନିର୍ଗୁଣ ସ୍ୱରୂପ ଅଟନ୍ତି ।
ଏକୋ ବଶୀ ସର୍ବଭୂତାନ୍ତରାତ୍ମା
ଏକଂ ରୂପଂ ବହୁଧା ୟଃ କରୋତି ।
ତମାତ୍ମସ୍ଥଂ ୟେ ନୁ ପଶ୍ୟନ୍ତି ଧୀରାଃ
ତେଷାଂ ସୁଖଂ ଶାଶ୍ୱତଂ ନେତରେଷାମ୍ । ।୧୬
ଏହି ଏକ ପରମାତ୍ମା ସମସ୍ତ ଜୀବଜଗତର ଅନ୍ତରାତ୍ମା ହୋଇ ସମସ୍ତଙ୍କୁ ବଶରେ ରଖନ୍ତି ଏବଂ ନିଜର ଏକ ରୂପକୁ ଭିନ୍ନ ଭିନ୍ନ ଭାବରେ ପ୍ରକଟ କରାନ୍ତି । ଏହାଙ୍କୁ ଯେଉଁ ବୁଦ୍ଧିମାନ ବ୍ୟକ୍ତି ନିଜ ମଧ୍ୟରେ ଥିବାର ଦେଖନ୍ତି, ତାଙ୍କୁ ହିଁ ନିତ୍ୟ ଶାନ୍ତି ପ୍ରାପ୍ତ ହୁଏ; ଅନ୍ୟଙ୍କୁ ନୁହେଁ ।
ଆତ୍ମାନମରଣିଂ କୃତ୍ୱା ପ୍ରଣବଂ ଚୋତ୍ତରାରଣିମ୍ ।
ଧ୍ୟାନନିର୍ମଥନାଭ୍ୟାସାଦେବଂ ପଶ୍ୟେନ୍ନିଗୂଢବତ୍ । ।୧୭
ଯେପରି ଦୁଇଟି କାଠର ସହାୟତା ନିଆଯାଇ ଯେପରି ଅଗ୍ନି ଉପôନ୍ନ କରାଯାଇଥାଏ ଠିକ୍ ସେପରି ଆତ୍ମାକୁ (ମନକୁ) ନିମ୍ନ ଅରଣି (କାଠ) ଏବଂ ଓଁକାରକୁ ଉଦ୍ଧ୍ୱର୍ ଅରଣି କରି ଧ୍ୟାନରୂପୀ ମନ୍ଥନର ଅଭ୍ୟାସ ଦ୍ୱାରା ହୃଦୟସ୍ଥ ଆତ୍ମାର ସାକ୍ଷାତ୍କାର କରିବା ଉଚିତ ।
ତିଲେଷୁ ତୈଲଂ ଦଧନୀବ ସର୍ପି-
ରାପଃ ସ୍ରୋତଃସ୍ୱରଣୀଷୁ ଚାଗ୍ନିଃ ।
ଏବମାତ୍ମାତ୍ମନି ଜାୟତେଽସୌ
ସତ୍ୟେନ ତପସା ୟୋଽନୁପଶ୍ୟତି । ।୧୮
ଯେପରି ତିଳରେ ତେଲ, ଦହିରେ ଘିଅ, ନଦୀ ସ୍ରୋତରେ ପାଣି, କାଠରେ ଅଗ୍ନି ଅପ୍ରକଟ ରୂପରେ ରହିଥାଏ; ସେହିପରି ଆତ୍ମା ମଧ୍ୟ ଆମମାନଙ୍କ ମଧ୍ୟରେ ଅପ୍ରକଟ ଅବସ୍ଥାରେ ଅଛନ୍ତି । ସର୍ବଦା ସତ୍ୟ କହିବା ଓ ତପ ଆଚରଣ ଦ୍ୱାରା ଆତ୍ମା ସାକ୍ଷାତ୍କାର କରିହେବ ।
ଊର୍ଣ୍ଣନାଭିର୍ୟଥା ତନ୍ତୁନ୍ ସୃଜତେ ସଂହରତ୍ୟପି ।
ଜାଗ୍ରତ୍ସ୍ୱପ୍ନେ ତଥା ଜୀବୋ ଗଚ୍ଛତ୍ୟାଗଚ୍ଛତେ ପୁନଃ । ।୧୯
ଊର୍ଣ୍ଣନାଭି ବା ବୁଢିଆଣୀ ଯେପରି ତାର ସୂତାକୁ ବାହାର କରେ ଏବଂ ନିଜ ଭିତରକୁ ଟାଣି ନିଏ, ସେହିପରି ଜୀବାତ୍ମା ମଧ୍ୟ ଜାଗ୍ରତ ଏବଂ ସ୍ୱପ୍ନାବସ୍ଥାରେ ଯିବା ଆସିବା କରିଥାନ୍ତି ।
ନେତ୍ରସ୍ଥଂ ଜାଗରିତଂ ବିଦ୍ୟାତ୍କଣ୍ଠେ ସ୍ୱପ୍ନଂ ସମାବିଶେତ୍ ।
ସୁଷୁପ୍ତଂ ହୃଦୟସ୍ଥଂ ତୁ ତୁରୀୟଂ ମୂଦ୍ର୍ଧ୍ନି ସଂସ୍ଥିତମ୍ । ।୨୦
ଜାଗ୍ରତ ଅବସ୍ଥାରେ ଆତ୍ମା ନେତ୍ରରେ, ସ୍ୱପ୍ନାବସ୍ଥାରେ କଣ୍ଠରେ, ସୁଷୁପ୍ତି ଅବସ୍ଥାରେ ହୃଦୟରେ ଏବଂ ତୁରୀୟ ବା ଚତୂର୍ଥ ଅବସ୍ଥାରେ ବ୍ରହ୍ମ ରନ୍ଧ୍ରରେ ରହନ୍ତି ।
ୟତୋ ବାଚୋ ନିବର୍ତ୍ତନ୍ତେ ଅପ୍ରାପ୍ୟ ମନସା ସହ ।
ଆନନ୍ଦମେତଜ୍ଜୀବସ୍ୟ ୟଜ୍ଜ୍ଞାତ୍ୱା ମୁଚ୍ୟତେ ବୁଧଃ । ।୨୧
ଯେଉଁ ଆତ୍ମାଙ୍କୁ (କେବଳ)ବାଣୀ ଏବଂ ମନ ଦ୍ୱାରା ଜାଣି ହୋଇନଥାଏ (କିନ୍ତୁ ଶାସ୍ତ୍ର ଦ୍ୱାରା) ଜ୍ଞାନୀ ଆତ୍ମା ଆନନ୍ଦସ୍ୱରୂପ ଜାଣି ସମସ୍ତ ବନ୍ଧନରୁ ମୁକ୍ତ ହୋଇଥାନ୍ତି ।
ସର୍ବବ୍ୟାପିନମାତ୍ମାନଂ କ୍ଷୀରେ ସର୍ପିରିବାର୍ପିତମ୍ ।
ଆତ୍ମବିଦ୍ୟାତପୋମୂଲଂ ତଦ୍ବ୍ରହ୍ମୋପନିଷତ୍ପଦଂ । ।
ତଦ୍ବ୍ରହ୍ମୋପନିଷତ୍ପଦମିତି । ।
ଦୁଗ୍ଧର ପ୍ରତିଟି ବିନ୍ଦୁରେ ଘୃତ ଥିବା ଭଳି ଆତ୍ମା ସର୍ବତ୍ର ବ୍ୟାପ୍ତ । ଆତ୍ମଜ୍ଞାନ ପ୍ରାପ୍ତ କରିବାକୁ ହେଲେ ପ୍ରଥମେ ତପ ଆଚରଣ କରିବାକୁ ହେବ । ଏହା ବ୍ରହ୍ମ ଉପନିଷଦ୍ର ବାକ୍ୟ । ଏହା ବ୍ରହ୍ମ ଉପନିଷଦ୍ର ବାକ୍ୟ ଅଟେ ।

ଓଁ ସହନାବବତୁ । ସହ ନୌ ଭୂନକ୍ତୁ । ସହବୀର୍ୟଂ କରବାବହୈ । ତେଜସ୍ୱୀ ନାବଧୀତମସ୍ତୁ ମା ବିଦ୍ୱିଷାବହୈ । ।
ଓଁ ଶାନ୍ତିଃ! ଶାନ୍ତିଃ! ଶାନ୍ତିଃ!
ଇତି ବ୍ରହ୍ମୋପନିଷତ୍ ସମାପ୍ତା । ।

 

September 2017
Mo Tu We Th Fr Sa Su
28 29 30 31 1 2 3
4 5 6 7 8 9 10
11 12 13 14 15 16 17
18 19 20 21 22 23 24
25 26 27 28 29 30 1