“ଗୁରୁଜୀ କହିଲେ,ଏ ପଥ ଭୀରୁ ମାନଙ୍କପାଇଁ ନୁହେଁ । ସିଂହ ପରି ହେବା ଦରକାର ।”
(ସ୍ୱାମୀ ଶିବାନନ୍ଦ ସରସ୍ୱତୀ ମହାରାଜଙ୍କ ଶିଷ୍ୟ ତଥା ଉରକାଶୀର ଗଣେଶପୁରଠାରେ ଥିବା ସ୍ୱାମୀ ଶିବାନନ୍ଦ ସେବା ସମିତି (ଆଶ୍ରମ)ର ପ୍ରତିଷ୍ଠାତା, ସ୍ୱାମୀ ପ୍ରେମାନନ୍ଦ ସରସ୍ୱତୀ ମହାରାଜଙ୍କ ସହିତ କିଶୋର ଚନ୍ଦ୍ର ଦାସଙ୍କ ବାର୍ତାଳାପର ଉଦ୍ଧୃତାଂଶ...)

 

୧. ସ୍ୱାମୀଜୀ, ଆପଣଙ୍କ ସନ୍ନ୍ୟାସ ଜୀବନ ପଛରେ କାହାର ପ୍ରେରଣା ରହିଥିଲା?

ବଡ ଜଟିଳ ପ୍ରଶ୍ନ ଏଟା । କିଶୋର ଅବସ୍ଥାରେ ଅନ୍ୟମାନଙ୍କ ପରି ମୁଁ ମୋର ଭବିଷ୍ୟତ ବିଷୟରେ ଚିନ୍ତା କରୁଥିଲି । ଚାକିରି କରି ‘ମୁଣ୍ଡ ବିକିବି ନାହିଁ’ ବୋଲି ସ୍ଥିର କରିଥିଲି । ବିବାହ କରିବି ନାହିଁ ବୋଲି ମଧ୍ୟ ନିଶ୍ଚୟ କରିନେଇଥିଲି । ଭାବୁଥିଲି ବଡଧରଣର କିଛି ଗୋଟାଏ ବ୍ୟବସାୟ କରିବି । ପୁଣି, ହିମାଳୟରେ ଧ୍ରୁବଙ୍କ ପରି ତପସ୍ୟା କରିବା ପାଇଁ ଖୁବ୍ ଆଗ୍ରହ ଆସିଥିଲା ଏବଂ କଣ କେମିତି ତପସ୍ୟା କରିବି, ସେବିଷୟରେ ମୁଁ ଅନେକ ଚିନ୍ତା କରୁଥିଲି । ପରେ, ଗୁରୁଜୀ, ସ୍ୱାମୀ ଶିବାନନ୍ଦଜୀ ମହାରାଜଙ୍କ ଲେଖାସବୁ ପଢିବାର ସୁଯୋଗ ପାଇଲି ଏବଂ ତାଙ୍କ ସହିତ ମୋର ଯୋଗାଯୋଗହିଁ ମୋତେ ଏଦିଗରେ ଆକର୍ଷିତ କରିଥିଲା । ସନ୍ନ୍ୟାସ ନେବା, ଗୃହତ୍ୟାଗୀ ହେବା ଇତ୍ୟାଦି ବିଷୟରେ ମୋର କିଛି ଧାରଣା ନଥିଲା । ସେସବୁ ସ୍ୱାଭାବିକ ଭାବରେ ପରେ ଆସିଛି । ଗୁରୁଜୀଙ୍କ କୃପା ଏବଂ ହୁଏତ ମୋର ପ୍ରାରବ୍ଧ ହେତୁ, ଏହା ସମ୍ଭବ ହୋଇଛି ।


୨. ଆପଣଙ୍କ ଜୀବନରେ ଗୁରୁଜୀ, ସ୍ୱାମୀ ଶିବାନନ୍ଦଙ୍କ ପ୍ରଭାବ କିଭଳି ରହିଥିଲା?

ମୋର ପଢାପଢିରେ ଖୁବ୍ ଆଗ୍ରହ ଥିଲା । ପିଲାବେଳେ, ଅନେକ ଓଡିଅ ପୁରାଣ-ଶାସ୍ତ୍ର ବହି ପଢି ସାରିଥିଲି । ପରେ ଗୁରୁଜୀଙ୍କ ଲେଖାସବୁ ପଢିବାକୁ ପାଇଲି । ବିଶେଷ ଭାବରେ, ଗୁରୁଜୀଙ୍କ ତିନୋଟି ବହି...ସଚିତ୍ର ଯୋଗାସନ, ବ୍ରହ୍ମଚର୍ଯ୍ୟ ବିଜ୍ଞିାନ ଓ ଜପ ଯୋଗ...ମୋର ଜୀବନ ବଦଳାଇଦେଇଥିଲା । ତାଙ୍କ ଚିଠିପତ୍ର, ଉପଦେଶ ଇତ୍ୟାଦି ମୋତେ ଏଦିଗରେ ପ୍ରେରିତ କରିଥିଲା । ଗୋଟିଏ ନିର୍ଣ୍ଣାୟକ କ୍ଷଣ ଆସି ପହଂଚିଲା ଯେତେବେଳେ ମୁଁ ଗୁରୁଜୀଙ୍କୁ ପ୍ରଶ୍ନ କଲି ଯେ, ଆମର ହିନ୍ଦୁ ପରମ୍ପରାରେ ୩୩ କୋଟି ଦେବାଦେବୀ ରହିଥିଲେ ମଧ୍ୟ କେହି କାହିଁକି ଅନେକ ଭଗବାନ ଅଛନ୍ତି ବୋଲି କହୁନାହାନ୍ତି? ଉରରେ ଗୁରୁଜୀ ତାଙ୍କ ବହି, ଆତ୍ମ ଜ୍ଞାନ (ସେଲ୍ଫ୍ ନଲେଜ୍) ପଢିବାପାଇଁ ଉପଦେଶ ଦେଲେ । ଆତ୍ମ ଜ୍ଞାନ ବହିରେ ଗୋଟିଏ ସ୍ଥାନରେ ଗୁରୁଜୀ ଲେଖିଥିଲେ, “ମୋ ପାଖକୁ ଆସ, ମୁଁ ତମକୁ ଜଣେ ସନ୍ଥରେ ପରିଣତ କରିଦେବି ।” ସେହି ଦିନଠାରୁ ପ୍ରାୟ ପନ୍ଦର ଦିନ ଯାଏ ଲଗାତାର କିଏ ଜଣେ ମୋତେ କହୁଥିବାର ଶୁଣିବାକୁ ଲାଗିଲି, “ମୋ ପାଖକୁ ଆସ...ମୋ ପାଖକୁ ଆସ...ା” ମୋତେ ପାଗଳ ହେବା ପରି ଲାଗିଲା । ମୁଁ ବ୍ୟସ୍ତ ହୋଇ କାନ୍ଦିବାକୁ ଲାଗିଲି ଏବଂ ଗୁରୁଜୀଙ୍କୁ ମନେମନେ ପ୍ରାର୍ଥନା କଲି, “ଆପଣ ଡାକୁଛନ୍ତି, ଆପଣହିଁ ମୋତେ ଏଠୁ ନେଇଯାନ୍ତୁ...”
ଗୁରୁଜୀଙ୍କ ଉର ସ୍ୱରୂପ, ମୁଁ ପଢୁଥିବା କୃଷି ମହାବିଦ୍ୟାଳୟ ତରଫରୁ ଦିଲ୍ଲୀ ଯାଇ ବିଶ୍ୱ କୃଷି ମେଳା ଦେଖିବାର ସୁଯୋଗ ଆସି ପହଂଚିଲା । ମେଳାରୁ ଫେରିବା ସମୟରେ ମୁଁ ଷ୍ଟେସନରେ ଲୁଚି ରହିଗଲି ଓ ସିଧା ପଳାଇଗଲି ଋଷିକେଶ, ଗୁରୁଜୀଙ୍କ ଆଶ୍ରମକୁ ।


୩. ଆପଣ ତା ପୂର୍ବରୁ ମଧ୍ୟ ଥରେ ଋଷିକେଶ ଆସିଥିଲେ?

ଆସିବାକୁ ଚେଷ୍ଟା କରିଥିଲି । କିନ୍ତୁ ଘର ଲୋକେ ମୋତେ ଧରି ମୋ ସ୍କୁଲ ହେଡ୍ମାଷ୍ଟରଙ୍କ ପାଖକୁ ନେଇଗଲେ । ସାର ବୁଝାଇଦେଲେ, ପାଠ ପଢି ଗ୍ରାଜୁଏଟ ହେଇଗଲେ, ସବୁଆଡେ ଯାଇପାରିବି ଓ ସମସ୍ତଙ୍କ ସହିତ କଥାବାର୍ତା କରିପାରିବି । ପରେ ମୁଁ ଯେତେବେଳେ ଋଷିକେଶ ଅସିଲି, ଗୁରୁଜୀଙ୍କ ଆଗରେ ମୋ ଅବସ୍ଥା, ଗୋଟିଏ ବିରାଟ ଚୁମ୍ବକ ପାଖରେ ଛୋଟ ପିନ୍ ଭଳି...ତାଙ୍କ ସାମନାରେ ମୋ ମୁଣ୍ଡ କାମ କରୁନଥିଲା । ତାଙ୍କର ବ୍ୟକ୍ତିତ୍ୱ ଓ ତାଙ୍କପ୍ରତି ମୋର ଶ୍ରଦ୍ଧା ସେମିତି ଥିଲା । ସେତେବେଳେ କଲେଜ ପି୍ରନ୍ସିପାଲଙ୍କ ଠାରୁ ଟେଲିଗ୍ରାମ ଆସିଲା, ମୁଁ ସେଠି ଅଛି କି ନାହିଁ ଜାଣିବାପାଇଁ । ମୁଂ ସେଠି ଥିବାର ଜାଣି ବାପା ଗୁରୁଜୀଙ୍କୁ ଟେଲିଗ୍ରାମ କଲେ, “ ମୋ ପୁଅର ଚରିତ୍ର ନଷ୍ଟ କରନ୍ତୁ ନାହିଁ । ଦୟାକରି ତାକୁ ଘରକୁ ପଠାଇଦିଅନ୍ତୁ । ବାର୍ଷିକ ପରୀକ୍ଷା ମାସେ ରହିଲା ।” ଗୁରୁଜୀ ମୋତେ ଘରକୁ ଫେରିଯିବାକୁ ନିର୍ଦ୍ଧେଶ ଦେଲେ । କହିଲେ, “ ଏ ପଥ ଭୀରୁ ମାନଙ୍କପାଇଁ ନୁହେଁ । ସିଂହ ପରି ହେବା ଦରକାର । ଘରୁ ଅନୁମତି ଆଣିଲେ ଯାଇ ଆସିବ ।”


୪. କେମିତି ଅନୁମତି ଆଣିଲେ?

ପରେ ମୁଁ ଯେତେବେଳେ ଋଷିକେଶ ଚାଲିଆସିବାପାଇଁ ନିଶ୍ଚୟ କଲି, ଆଗେ ମୋ ବଡ ଭଉଣି ଓ ମା’ଙ୍କୁ ବୁଝାଇ ରାଜି କରାଇଲି । ବାପାଙ୍କୁ ଯେତେବେଳେ ମୋର ଲକ୍ଷ୍ୟ ବିଷୟରେ କହି ବୁଝାଇବାକୁ ଚେଷ୍ଟା କଲି, ବାପା ବିରକ୍ତ ହୋଇ କହିଲେ, “ଯାହା ଇଚ୍ଛା କର!” ବାସ୍, ସେଇଟା ମୋର ଅନୁମତି ବୋଲି ଧରିନେଲି ଏବଂ ରାତାରାତି ଘରୁ ଚାଲି ଆସିଲି । ବହୁତ କଷ୍ଟକର ଥିଲା ସେ ଯାତ୍ରା । ଲାଗୁଥିଲା କିଏ ଯେମିତି ମୋତେ ପଛକୁ ଟାଣୁଛି, ପୁଣି ଲାଗୁଥିଲା, କିଏ ଜଣେ ଆଗକୁ ଭିଡି ନେଉଛି । ପାଖରେ ପଇସା ନଥିଲା...ପ୍ରାୟ ୨୫ଦିନ କାଳ ହନ୍ତସନ୍ତ ହେଇଛି । କିଛି କାମକରି ପଇସା ପାଇବାକୁ ଚେଷ୍ଟା କଲି, ଭିକବି ମାଗିଲି, ବିନା ଟିକେଟରେ ଟ୍ରେନ ଚଢିବାରୁ ପୁଲିସ ବାନ୍ଧିନେଲା, ମାଡ ଦେଲା...ଭାବିଲି ଘରକୁ ଫେରିଯିବି...ପୁଣି ବାବିଲି, କେମିତି ଫେରିବି? କେମିତି କାହାକୁ ମୁହଁ ଦେଖାଇବି? ରେଳ ଲାଇନରେ ଶୋଇଯିବି ବୋଲି ଭାବିଲି । ମନେ ମନେ ଗୁରୁଜୀଙ୍କୁ କହିଲି, ଏ ଜନ୍ମରେ ଆଉ ଆପଣଙ୍କୁ ଭେଟିପାରିବିନି...ବସି କାନ୍ଦିବାକୁ ଲାଗିଲି...ତା’ପରେ ଏକ ପ୍ରକାର ଚମକ୍ରାର ହେଲା! ଦିବ୍ୟ ଜୀବନ ସଂଘର କିଛି ଲୋକଙ୍କୁ ଭେଟିଲି...ଆତ୍ମହତ୍ୟା ଦ୍ୱାରା କିଛି ଲାଭ ହବନାହିଁ...ପୁଣି ଥରେ ଗୁରୁଜୀଙ୍କ ପାଖକୁ ଯିବାକୁ ଚେଷ୍ଟା କରିବି...ଭାବିଲି କିଛି କାମକରି ଟ୍ରେନ ଟିକଟ ପାଇଁ ପଇସା ଯୋଗାଡ କରିବି । ଲକ୍ଷ୍ନୌ ପାଖର କେଉଁ ଏକ ଜାଗା...ବୁଲି ବୁଲି ଚାକିରି ମାଗିଲି । ଲୋକେ ଗାଳିଦେଇ ବିଦା କରୁଥିଲେ । ଜଣେ କେହି ପାଖକୁ ଡାକିଲେ...ଦେଖିଲି ସେହି ଓକିଲ ବାବୁ, ଯିଏ ପଇସାଦେଇ କୋର୍ଟରେ ମୋତେ ପୁଲିସ ହାତରୁ ମୁକୁଳାଇଥିଲେ । ଏଠି ଚାକିରି କାହିଁକି ଖୋଜୁଛ ବୋଲି ସେ ପଚାରିଲେ । ମୁଁ କହିଲି, ପଇସା ପାଇଲେ ଋଷିକେଶର ଶିବାନନ୍ଦ ଆଶ୍ରମକୁ ଯିବି, ଯୋଗ-ବେଦାନ୍ତ ପଢିବାପାଇଁ । ସେ ଥିଲେ ଦିବ୍ୟ ଜୀବନ ସଂଘର ସଦସ୍ୟ । ମୋତେ ସଂଘ, ସ୍ୱାମୀ ଶିବାନନ୍ଦ, ତାଙ୍କ ଲେଖା ଅଦି ବିଷୟରେ ପ୍ରଶ୍ନ ପଚାରିଲେ । ମୁଁ ସବୁର ଉତ୍ତର ଦେଲି ଓ ସେ ଖୁସି ହେଲେ । ତାଙ୍କ ପାଖରେ ଜଣେ ସେଠ୍ଜୀ ବସି ମୋ କଥା ଶୁଣୁଥିଲେ । ସେ ଆଦର କରି ମୋତେ ଖାଇବାକୁ ଦେଲେ, କିଛି ପଇସା ଦେଲେ ଏବଂ ଟିକଟକରି ମୋତେ ଋଷିକେଶ ଯିବାପାଇଁ ଟ୍ରେନରେ ବସାଇ ଦେଇଥିଲେ ।


୫. ବହୁବର୍ଷଧରି ହିମାଳୟରେ ରହିଆସିଛନ୍ତି...କୁହାଯାଏ, ଏ ପାହାଡ ସବୁ ଜଣେ ଜଣେ ସାଧୁ । ଆପଣ କଣ ଅନୁଭବ କରିଛନ୍ତି?

ମୁଁ ସବୁବେଳେ ଅନୁଭବ କରିଛି, ଯଦିଓ ପ୍ରତ୍ୟକ୍ଷ ଭାବରେ ନୁହେଁ । ଏଠାରେ ଅନେକ ମହାତ୍ମାମାନେ ଅଛନ୍ତି । ହଜାର ହଜାର ବର୍ଷଧରି, ଅନେକ ଗୁ¶ା ଇତ୍ୟାଦି ଭିତରେ । ଏଠି ଅନେକ ମହାତ୍ମା ବିଚରଣ କରନ୍ତି ।


୬. ଜୀବ ସମାଧି...ମହାରାଷ୍ଟ୍ର ଇତ୍ୟାଦି ଭଳି, ଏଠି ଅଛିକି?

ସେଭଳି ସାଧୁମାନେ କାମରୂପୀ । ଇଚ୍ଛା ଅନୁସାରେ ଯେକୌଣସି ଶରୀର ଧାରଣ କରିଥାନ୍ତି । ତେଣୁ ସ୍ଥୁଳ ଶରୀରରେ କୌଣସି ଗୁ¶ା ଆଦି ମଧ୍ୟରେ ସମାଧି ନେଇ ରହିବାର ଆବଶ୍ୟକତା ନାହିଁ । ରହିପାରନ୍ତି । କିନ୍ତୁ ସେମାନେ ପ୍ରାକୃତିକ ନିୟମର ଉର୍ଦ୍ଧ୍ୱରେ ।


୭. ହିମାଳୟକୁ ଦେବଭୂମି କାହିଁକି କୁହାଯାଏ? ଏଠି କଣ ଦେବତାମାନେ ରହନ୍ତି?

ନିଶ୍ଚିତ ଦେବଭୂମି । କିନ୍ତୁ ଦେବତା କିଏ? ଅତିଭୌରିକ ବା ଅଲୌକିକ ଶକ୍ତି କେନ୍ଦ୍ରୀଭୂତ ହୋଇ ଯେତେବେଳେ କୌଣସି ରୂପ ଧାରଣକରନ୍ତି, ସେ ହେଲେ ଦେବତା । ସେହି ଅର୍ଥରେ ଗଙ୍ଗାଜୀ (ଗଙ୍ଗା ମାତା) ହେଲେ ଦେବତା, ଜଣେ ଦେବୀ । ଆମେ ତାଙ୍କ ସହିତ ସେହିଭଳି ଭାବରେ ଭାବ ବିନିମୟ କରିପାରିବା । ସେଭଳି ଦେବତାମାନେ ଏଠାରେ ଅଛନ୍ତି । ସୂକ୍ଷ୍ମ ତ୍ୱ ବା ଶରୀରଧାରୀ ଦେବତାମାନେ ଏଠାରେ ବିଚରଣ କରନ୍ତି ।

 


୮. ୨୦୦୮ ମସିହାରେ ଏହି ଆଶ୍ରମ (ଆନନ୍ଦ ଧାମ) ପ୍ରତିଷ୍ଠା କରି ଅପଣ ଆଧ୍ୟାତ୍ମିକ ଏବଂ ସମାଜସେବା କ୍ଷେତ୍ରରେ କାର୍ଯ୍ୟରତ ଅଛନ୍ତି । ଜନସାଧାରଣ/ସମାଜ ପ୍ରତି ଆପଣଙ୍କର କିଛି ସନ୍ଦେଶ?

ଆମେ ମଣିଷ କେବଳ ଏକ ବିଶେଷ ଗୁଣ ପାଇଁ । ତା ହେଲା ବିବେକ । ବିବେକ ହେଲା ବିଚାର ଶକ୍ତି । ସ୍କୁଲ, କଲେଜ, କି ବର୍ମାନର ଆଧୁନିକ ପରିବାର ବା ଜୀବନରେ ଏହି ଚିନ୍ତା ବା ବିଚାର କରିବାର ପ୍ରଣାଳୀ ଶିଖାଯାଏ ନାହିଁ । ଏହା ଠିକ ଭାବରେ ଶିଖି ପାରିଲେ ଆମେ ସୁଖୀ ଓ ଶାନ୍ତ ଜୀବନ ପାଇପାରିବା । ଆମେ ଚିନ୍ତା କରିବା କଥା, ଯାହା ଆମେ ଚାହୁଁଛୁ, କହୁଛୁ ଓ କରୁଛୁ, ସାରା ଦୁନିଆ ଉପରେ, ପରିବାର ଓ ସମାଜ ଉପରେ ତାହାର କଣ ପ୍ରଭାବ ପଡୁଛି ବା ପଡିବ । ଏହି ପରିଣାମ ବିଷୟରେ ଚିନ୍ତା କରି କାର୍ଯ୍ୟ କଲେହିଁ ପରିବର୍ନ ହେବ ।......ନିଜକୁ ଜାଣ । ଅନ୍ୟକୁ ଜାଣିବା ସହଜ, ନିଜକୁ ଜାଣିବା କଷ୍ଟ । ଆମେ ଅନ୍ୟର ଭୁଲ ଦେଖୁ । ନିଜର ଭୁଲ ଦେଖିବା ଦରକାର..ା ମୁଁ କିଏ...କାହିଁକି. ଇତ୍ୟାଦି ଚିନ୍ତା କରିବା ଦରକାର ।
-----------------------------------------------------------------------

 

September 2017
Mo Tu We Th Fr Sa Su
28 29 30 31 1 2 3
4 5 6 7 8 9 10
11 12 13 14 15 16 17
18 19 20 21 22 23 24
25 26 27 28 29 30 1