ଚିତ୍ ଆନନ୍ଦ୍ ଗୁରୁକୁଳମ୍ (ଆର୍ଶ ବିଦ୍ୟା), ସୀତାନାଥ ନଗର, ଭୁବନେଶ୍ୱର

(ଛୋଟିଆ ଆଶ୍ରମଟିଏ । ସ୍ୱାମୀ ସମ୍ପୂର୍ଣ୍ଣାନନ୍ଦଙ୍କ ତ୍ୱାବଧାନରେ ସାି୍ୱକ ଏବଂ ନିରାଡମ୍ବର ପରିବେଶରେ ନିଜର ବ୍ୟକ୍ତି୍ୱର ବିକାଶ କରିବା ସହିତ ପାଠ ପଢୁଛନ୍ତି ସାତଟି ପିଲା । ସ୍ୱାମୀଜିଙ୍କ ସହିତ କିଶୋର ଚନ୍ଦ୍ର ଦାସଙ୍କ ବାର୍ାଳାପ..)


୧.    ଆଶ୍ରମଟି କେବେ ଓ କେଉଁ ଉଦ୍ଧେଶ୍ୟରେ ଆରମ୍ଭ କରାଯାଇଥିଲା?

-    ଆଶ୍ରମ ଏଠାରେ ଆରମ୍ଭ ହେଲା ୨୦୦୦ ମସିହାରେ । ନାମ, ଚିତ୍ ଆନନ୍ଦ୍ ଗୁରୁକୁଳମ୍ । ତେଣୁ ଶିକ୍ଷାଦାନହିଁ ମୁଖ୍ୟ ଉଦ୍ଧେଶ୍ୟ ନିଶ୍ଚୟ । ମୋର ନିଜର ଲକ୍ଷ୍ୟ ବେଦାନ୍ତ ଜ୍ଞାନ ଚର୍ଚ୍ଚା ଏବଂ ତାର ପ୍ରସାର । ଗା୍ରମାଂଚଳ ଅପେକ୍ଷା ସହରରେ ଏଥିପାଇଁ ଆଗ୍ରହ ଓ ସୁଯୋଗ ଅଧିକ । ତେଣୁ ରାଜଧାନୀ ଭୁବନେଶ୍ୱରରେ ଆଶ୍ରମଟିଏ ଆରମ୍ଭ କରିବାର ଚିନ୍ତା କରିଥିଲି । ଏଠାରେ ସ୍ଥାନ ମିଳିବାର ସମ୍ଭାବନା ଆଧିକ ଥିଲା । ତେଣୁ ସହର ଉପକଣ୍ଠରେ ଆରମ୍ଭ କରିଛି ।
 
୨.    ଏଠାରେ କିପରି ଶିକ୍ଷା ଦିଆଯାଏ?

-    ଆମ ପିଲାମାନେ ନିକଟସ୍ଥ ସ୍କୁଲରେ ପଢୁଛନ୍ତି । ଏବେ ଅଛନ୍ତି ସାତଜଣ ପିଲା । ଷଷ୍ଠରୁ ଦଶମ ଶ୍ରେଣୀରେ ପଢୁଛନ୍ତି । ରାଜ୍ୟର ବିଭିନ୍ନ ଉପାନ୍ତ ଅଂଚଳରୁ ଆସିଛନ୍ତି । ତାଙ୍କ ପରିବାରରେ ତାଙ୍କୁ ପାଠ ପଢାଇବାପାଇଁ ସମ୍ବଳର ଅଭାବ ରହିଛି । ସେଠାରେ ସୁବିଧା ମଧ୍ୟ ଠିକ୍ ନାହିଁ । ଏଠି ମୁଁହିଁ ପିଲାମାନଙ୍କର ବାପା, ମା’ ତଥା ଅଭିଭାବକ । ପିଲାମାନଙ୍କର ରହିବା, ଖାଇବା ଓ ସ୍କୁଲ ପଢା ଇତ୍ୟାଦିରେ ଯାହା ଖର୍ଚ୍ଚ ହୁଏ ସେସବୁ ମୁଁ ବହନ କରିଥାଏ । ମୋର ବେଦାନ୍ତ ଶିକ୍ଷାଦାନହେତୁ ଯାହା ଦକ୍ଷିଣା ମିଳେ ଏବଂ ଦାନ ସୂତ୍ରରେ ଯାହାକିଛି ମିଳିଥାଏ, ସେସବୁ ଏଥିରେ ଖର୍ଚ୍ଚ ହୋଇଥାଏ । ସ୍କୁଲ ପଢା ସହିତ ପିଲାମାନଙ୍କର ବ୍ୟକ୍ତି୍ୱର ବିକାଶ ପାଇଁ ଏବଂ ତାଙ୍କ ମଧ୍ୟରେ ଉପଯୁକ୍ତ ସଂସ୍କାରର ଅଭିବୃଦ୍ଧିପାଇଁ ମୁଁ ବେଶୀ ଯନôବାନ । ମୁଁ ନିଜେ ହିନ୍ଦୁ ବା ସନାତନ ଧର୍ମ ପରମ୍ପରାର ବାହକ ଏବଂ ନିଷ୍ଠାପର ଅନୁଗାମୀ । ତେଣୁ ସ୍ୱାଭାବିକ ଭାବରେ ହିନ୍ଦୁ ପରିବାରର ପିଲାମାନଙ୍କୁ ମୁଁ ନେଇଥାଏ ଏବଂ ତାଙ୍କ ମଧ୍ୟରେ ସେହି ହିନ୍ଦୁ ବା ସନାତନ ଧର୍ମ ସଂସ୍କାରର ଜାଗରୁକତା ପାଇଁ ଉଦ୍ୟମ କରିଥାଏ ।

୩.    ପିଲାମାନେ କିଶୋର ବୟସର । ଅନୁଶାସନ ବିରୁଦ୍ଧରେ କିଛିଟା ବିଦ୍ରୋହ?

-    ମୋର ଅନୁଭବ ଯେ ମୂଳରୁ ନିୟମ-ଶୃଂଖଳା ଠିକ୍ ରହିଲେ ଏବଂ ପିଲାମାନଙ୍କ ସହିତ ନିୟମିତ ଭାବର ଆଦାନ-ପ୍ରଦାନ ହୋଇପାରିଲେ, ଏପରି ବିଦ୍ରୋହର ସମ୍ଭାବନା କମ୍ । ତେବେ ଏଠି ସେମିତି କିଛି ପରିସ୍ଥିତି ସୃଷ୍ଟି ହୋଇନାହିଁ ।

୪.    ଆପଣଙ୍କ ସନ୍ୟାସ ଜୀବନ, ସାଧନା ଓ ସିଦ୍ଧି ବିଷୟରେ କିଛି? ଜୀବନରେ କିଛି ଗୋଟାଏ ଅନୁଭୁତି ବା ଘଟଣା ଆପଣଙ୍କୁ ଏଦିଗରେ ପ୍ରେରଣା ଦେଇଛିକି?
 
-    ଜୀବନରେ ସେବା ମନୋବୃି ପ୍ରଥମରୁ ଥିଲା । ସେହି ଲକ୍ଷ୍ୟ ନେଇ ଦିବ୍ୟ ଜୀବନ ସଂଘ (ଡିଭାଇନ୍ ଲାଇଫ୍ ସୋସାଇଟି)ରେ ଯୋଗ ଦେଇ ଥିଲି । ପରବର୍ୀ କାଳରେ ନିଜର ଆଧ୍ୟାତ୍ମିକ ଉନ୍ନତି ଏବଂ ଧର୍ମ ସମ୍ପର୍କୀୟ ଜ୍ଞାନ ଲାଭ ଉଦ୍ଧେଶ୍ୟରେ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଆର୍ଶ ବିଦ୍ୟା ଗୁରୁକୁଳମ୍ରେ ଯୋଗ ଦେଲି । ପୂର୍ବରୁ ସେବା କାର୍ଯ୍ୟ କରିବା ଅବସରରେ ଶାସ୍ତ୍ରଗତ ଗୁରୁତ୍ୱ ବିଷୟରେ ଜ୍ଞାନ ନଥିଲା । ତେଣୁ ଗତାନୁଗତିକ ସେବା କାର୍ଯ୍ୟ କରିବା ଫଳରେ କିଛିଟା ଅନିଶ୍ଚିତତା ଅନୁଭୁତ ହେଉଥିଲା । ଜ୍ଞାନ ଲାଭ କରିବା ଦ୍ୱାରା ସେବା ଅଧିକ ସହଜ ଓ ସ୍ୱାଭାବିକ ହୋଇପାରିଛି । ଭାବିଥିଲି, ଆସନ, ପ୍ରାଣାୟାମ, ଜପ ଓ ସେବା ଆଦି ଦ୍ୱାରା ଲକ୍ଷ୍ୟସ୍ଥଳରେ ପହଂଚି ହେବ ଅର୍ଥାତ୍ ମୋକ୍ଷ ପ୍ରାପ୍ତି ହୋଇ ପାରିବ । କିନ୍ତୁ ବେଦାନ୍ତ ଶିକ୍ଷାରୁ ଜାଣିବାକୁ ପାଇଲି ଯେ ଏସବୁ ନିହାତି ଆବଶ୍ୟକ ନୁହେଁ । କାରଣ, ଅଦ୍ୱୈତ ବେଦାନ୍ତ ଦ୍ୱାରା ଏହା ପ୍ରତିପାଦିତ ନୁହେଁ । ତେଣୁ, ସାଧନାର ଅର୍ଥ ହେଲା ଜ୍ଞାନ ନିଷ୍ଠା । ନିଷ୍ଠାପର ଭାବରେ ଜ୍ଞାନରେ ପ୍ରତିଷ୍ଠିତ ହେବାହିଁ ପ୍ରକୃତ ସାଧନା । ସେପରି ସାଧନା ମୋର ଜାରି ରହିଛି । ସାମାଜିକ ବା ଲୋ÷କିକ ସ୍ଥରରେ ପିଲାଙ୍କୁ ପାଠ ପଢାଇବାଟା ମଧ୍ୟ ମୋର ସେବା ଓ ସାଧନା । ଏହାର ଲକ୍ଷ୍ୟ ବା ସିଦ୍ଧି ହେଉଛି ମୋକ୍ଷ । ସାଧନା କରିଚାଲିଲେ ସିଦ୍ଧି କେବେ ନା କେବେ ନିଶ୍ଚିତ ପ୍ରାପ୍ତ ହେବ ।


୫.    ଆପଣଙ୍କ ଆଶ୍ରମ ବା ଗୁରୁକୁଳମ୍ ର ଦୈନନ୍ଦିନ କାର୍ଯ୍ୟଧାରା କିପରି?

-    ସବୁଦିନ ସକାଳ ୫ଟାରେ ପିଲାମାନେ ଉଠନ୍ତି । ୫.୪୫ ସୁଦ୍ଧା ନିତ୍ୟକର୍ମ ଶେଷ କରି ୬ଟା ପର୍ଯ୍ୟନ୍ତ ପ୍ରାର୍ଥନା କରନ୍ତି । ୬ରୁ ୬.୩୦ ଯୋଗାସନ, । ୭ଟା ପର୍ଯନ୍ତ ସଫେଇ । ୭ରୁ ୯  ପାଠ ପଢା ଓ ତାପରେ ଖାଇକରି ପିଲାମାନେ ସ୍କୁଲ ଯାନ୍ତି । ସ୍କୁଲରୁ ଫେରିଲେ ଜଳଖିଆ ଓ ତାପରେ ଖେଳାଖେଳି । ସନ୍ଧ୍ୟାରେ ପ୍ରାର୍ଥନା, ପାଠ ପଢା ଏବଂ ରାତି ୮ଟାରେ ଖିଆପିଆ ସାରି ପୁଣି ୧୦ଟା ପର୍ଯନ୍ତ ପିଲା ପାଠ ପଢନ୍ତି । ଶେଷରେ ହନୁମାନ ଚାଳିଶା ପାଠ କରି ପିଲା ଶୋଇବାକୁ ଯାନ୍ତି । ଖାଦ୍ୟ ଖାଇବା ପୂର୍ବରୁ ପିଲାମାନେ ଗୀତାର ପଂଚଦଶ ଅଧ୍ୟାୟ ଆବୃି କରିଥାନ୍ତି । ପିଲାଏ ସ୍କୁଲ ଯିବା ପରେ ମୁଁ ମୋର ବେଦାନ୍ତ ଶିକ୍ଷା ଏବଂ ଜ୍ଞାନ ଚର୍ଚ୍ଚା କାର୍ଯ୍ୟ କରିଥାଏ । ଏହିପରି ଚାଲେ ଆମର ନିତିଦିନିଆ କାର୍ଯ୍ୟକ୍ରମ ।

୬.    ଗତ ନିର୍ବାଚନରେ ବିଧାନସଭା ପାଇଁ ଆପଣଙ୍କ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ   
ହୋଇଥିଲେ । କାରଣ କଣ?

-    ସାଧୁ ଓ ସଚ୍ଚୋଟ ଲୋକେ କ୍ଷମତାକୁ ଆସିବା ଦରକାର । ତା ନହେଲେ, ଦୁର୍ନୀତି     
     ବା ଭ୍ରଷ୍ଟାଚାର କେବେହେଲେ ଲୋପ ପାଇବ ନାହିଁ । ସେହି ଉଦ୍ଧେଶ୍ୟରେ
     ପ୍ରାର୍ଥୀ ହୋଇଥିଲି ।

୭.    ସମାଜ ତଥା ଜନସାଧାରଣଙ୍କ ପାଇଁ ଆପଣଙ୍କର କିଛି ସନ୍ଦେଶ?

-    ବର୍ମାନ ସମାଜରେ ନୈତିକତାର ଘୋର ଅଭାବ ପରିଲକ୍ଷିତ ହେଉଛି ।
     ସେଥିପାଇଁହିଁ ସବୁପ୍ରକାର ବିଶୃଂଖଳା ଓ ଭ୍ରଷ୍ଟାଚାର । ତେଣୁ  ନୈତିକତାର
     ପୁନଃସ୍ଥାପନ ଅତି ଆବଶ୍ୟକ ହୋଇପଡିଛି । ପ୍ରଥମରୁ ପିଲାମାନଙ୍କୁ ନୀତିଶିକ୍ଷା
     ଦେବା ଏଦିଗରେ ଏକ ବଡ ପଦକ୍ଷେପ । ଲୋକେ ନୈତିକତା ଏବଂ ମାନବୀୟ
     ମୂଲ୍ୟବୋଧ ପ୍ରତି ଗୁରୁତ୍ୱ ଦିଅନ୍ତୁ । ନଚେତ୍ ମଣିଷ ସମାଜ ନିମ୍ନଗାମୀ ହେବା
     ସୁନିଶ୍ଚିତ । ନୈତିକତା ବିନା ମଣିଷ ପଶୁତୁଲ୍ୟ ।

--------------------------------------------------------------------

September 2017
Mo Tu We Th Fr Sa Su
28 29 30 31 1 2 3
4 5 6 7 8 9 10
11 12 13 14 15 16 17
18 19 20 21 22 23 24
25 26 27 28 29 30 1