ପଞ୍ଚକ ଓ ପଞ୍ଚ “କ’

ଶାସ୍ତ୍ରରେ ପଞ୍ଚକର ମହିମାକୁ ବର୍ଣ୍ଣନା କରାଯାଇଛି । ଏହାର ଦାର୍ଶନିକ ଦିଗଟି ଅତି ଚମକ୍ରାର । ସେହି ପଞ୍ଚ କ’ କାରଗୁଡ଼ିକ ହେଉଛି, କାମ, କ୍ରୋଧ, କପଟ, କଳହ ଓ କଳଙ୍କ । କାମନା ଓ ଆଶା ମଣିଷ ଭିତରେ ଜନ୍ମରୁ ସୁପ୍ତ ଭାବରେ ଥାଏ । କୌଣସି ଏକ ଦୁର୍ବଳ ମୁହୂର୍ତ୍ତରେ ହଠାତ୍ ଉଙ୍କିମାରେ । ଅବଶ୍ୟ ଏଥିପାଇଁ ଆମ ପରିବେଶ ଅନେକାଂଶରେ ଦାୟୀ ।କାମ ଯଦି ଈଶ୍ୱରାଭିମୁଖୀ ହୁଏ ତେବେ ତାହା ପ୍ରେମର ରୂପନିଏ । ଅଶୁଭ ରୂପାନ୍ତରିତ ହୁଏ ଶୁଭକୁ । ଆଶାମାନଙ୍କୁ ଈଶ୍ୱରାଭିମୁଖୀ କରାଇବା ପାଇଁ ସଦ୍ଗ୍ରନ୍ଥ ପଠନ, ସତ୍ସଙ୍ଗ ଭଳି ଶୁଭ କର୍ମରେ ଯୋଗଦେବାସହ ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ କରିବା ହେଉଛି ଏକ ସହଜ ଉପାୟ । ପ୍ରତ୍ୟେକ ପରିସ୍ଥିତି ସହ ଖାପଖୁଆଇ ଚଳିପାରିଲେ ଏବଂ ଆବଶ୍ୟକତାଠାରୁ ଅଧିକ ନ ଚାହିଁବା ହିଁ ଆଶାର
ମୂଳୋପôାଟନ କରିବା । ସେଥିପାଇଁ ମହାପୁଣ୍ୟ କାର୍ତ୍ତିକରେ ବିଧି ରହିଛି ଖାଦ୍ୟପେୟ ସାତ୍ତ୍ୱିକ କରି ଆଶା ମଧ୍ୟ ସାତ୍ତ୍ୱିକ କରିବାକୁ ହେବ ।
ଦ୍ୱିତୀୟ କ’ କାରଟି କ୍ରୋଧ । କାମନା ପୂର୍ଣ୍ଣ ନହେଲେ କ୍ରୋଧ ଉପôନ୍ନ ହୁଏ । ଆଜି ସମାଜରେ ଘଟିଯାଉଥିବା ନାନାଦି ନାରକୀୟ କାଣ୍ଡ ପାଇଁ କ୍ରୋଧ ହିଁ ମୁଖ୍ୟତଃ ଦାୟୀ । କ୍ରୋଧ ଆସିଲେ କେତେବେଳେ ବାକ୍ୟବାଣ ରୂପରେ ସମ୍ପର୍କକୁ ଛେଦନ କରେ ତ’ ଆଉ କେତେବେଳେ ସମସ୍ତ ସମ୍ପର୍କ- ସେତୁରେ ପୂର୍ଣ୍ଣଚ୍ଛେଦ ଟାଣିଦିଏ । ଏଥିରୁ ବର୍ତ୍ତିବାକୁ ହେଲେ ମନକୁ ଭୁଲାଇବା ପାଇଁ ପଡ଼ିବ । ସେଥିପାଇଁ ଏହି କୀର୍ତ୍ତନ କଲେ କ୍ରୋଧରୁ ରକ୍ଷାମିଳିଥାଏ ।
ତୃତୀୟ କ’ କାର ହେଉଛି- କପଟ । କାମନା ପୂର୍ତ୍ତି ପାଇଁ କୌଣସି ଉପାୟ ଅବଲମ୍ବନ କରିବାକୁ ହୁଏ, ଯାହାର ନାମ- କପଟ । ଏହାଦ୍ୱାରା ମନରେ ଅନ୍ୟପ୍ରତି ସର୍ବଦା ବିଦ୍ୱେଷ ଭାବରହିଥାଏ । ଫଳରେ ମନ କଳୁଷିତ ହେବାସହିତ
ଅଶାନ୍ତିର ବାତାବରଣ ଭିତରେ ମଣିଷ ରହିଥାଏ । ଏଥିପାଇଁ ମୂଳ ଔଷଧଟି ହେଉଛି, ନାମ ଉଚ୍ଚାରଣ । ମଣିଷ ନିଜକୁ ଠିକ୍ ଏବଂ ଅନ୍ୟକୁ ଭୁଲ୍ ବୁଝିଲେ ଆରମ୍ଭହୁଏ କଳହ । ଅନ୍ତରଙ୍ଗ ଭିତରେ ମନାନ୍ତର ସୃଷ୍ଟି ହୁଏ । କାମନା ପୂର୍ତ୍ତି ନହେଲେ କପଟ ଏବଂ କପଟ ଆଚରଣରେ ସୁଫଳ ନମିଳିଲେ କଳହ ସୃଷ୍ଟି ହୁଏ । ଅନ୍ୟବ୍ୟକ୍ତିଙ୍କ ପ୍ରତି ଥିବା ବିଦ୍ୱେଷଭାବକୁ ପୋଛିଦେବା ଦ୍ୱାରା କଳହ ନାଶହୁଏ । କାମ, କ୍ରୋଧ, କପଟ, କଳହ ପରେ ଆସେ କଳଙ୍କ । ଏହି ଚାରିଟି କଳଙ୍କର ଭିତ୍ତି ସ୍ଥାପନ କରନ୍ତି । ଚରିତ୍ରରେ ଲଗାଇ ଦିଅନ୍ତି ଅପଯଶର ଟିକା । କାର୍ତ୍ତିକ ମାସ ସମସ୍ତଙ୍କ ପାଇଁ ପୁଣ୍ୟର ମାସ ହେଉ । ସମସ୍ତଙ୍କ ମନରେ ଆନନ୍ଦର ମୁରୁଜ ବୁଣିଦେଉ ।
ପୁଞ୍ଚ୍ୟ ପବିତ୍ର ମନ୍ଦାକିନୀ ସ୍ରୋତ ପ୍ରବାହିତ ହେଉ, ସମସ୍ତଙ୍କ ଭାଗ୍ୟ ଆକାଶରେ ଉଦିତ ହେଉ ଶୁଭ୍ରପୂର୍ଣ୍ଣିମାର ଚନ୍ଦ୍ର ।

December 2018
Mo Tu We Th Fr Sa Su
26 27 28 29 30 1 2
3 4 5 6 7 8 9
10 11 12 13 14 15 16
17 18 19 20 21 22 23
24 25 26 27 28 29 30
31 1 2 3 4 5 6