ାା ତତ୍ତ୍ୱ ବୋଧଃ ।ା
ବାସୁଦେବେନ୍ଦ୍ରୟୋଗୀନ୍ଦ୍ରଂ ନତ୍ୱା ଜ୍ଞାନପ୍ରଦଂ ଗୁରୁମ୍ ।
ମୁମୁକ୍ଷୂଣାଂ ହିତାର୍ଥାୟ ତତ୍ତ୍ୱବୋଧୋଽଭିଧୀୟତେ ।ା
ଜ୍ଞାନପ୍ରଦମ୍ = ଜ୍ଞାନ ପ୍ରଦାନକାରୀ; ଗୁରୁମ୍ = ଗୁରୁଙ୍କୁ; ବାସୁଦେବେନ୍ଦ୍ର-ୟୋଗୀନ୍ଦ୍ରମ୍ = ସ୍ୱାମୀ ବାସୁଦେବେନ୍ଦ୍ର ସରସ୍ୱତୀ ଏବଂ ଯିଏ ଯୋଗୀମାନଙ୍କ ମଧ୍ୟରେ ରାଜା (ତାଙ୍କୁ); ନତ୍ୱା = ପ୍ରଣାମ କରି; ମୁମୁକ୍ଷୂଣାଂ = ମୁମୁକ୍ଷୁମାନଙ୍କର; ହିତାର୍ଥାୟ = ମଙ୍ଗଳ ପାଇଁ; ତତ୍ତ୍ୱବୋଧଃ = ସତ୍ୟର ଜ୍ଞାନ (ତତ୍ତ୍ୱବୋଧଃ ନାମକ ଗ୍ରନ୍ଥ); ଅଭିଧୀୟତେ = ରଚନା କରାଯାଉଛି ।
ଜ୍ଞାନ ପ୍ରଦାନକାରୀ ଗୁରୁ ସ୍ୱାମୀ ବାସୁଦେବେନ୍ଦ୍ର ସରସ୍ୱତୀ ଏବଂ ଯିଏ ଯୋଗୀମାନଙ୍କ ମଧ୍ୟରେ
ରାଜା, ତାଙ୍କୁ ପ୍ରଣାମ କରି ମୁମୁକ୍ଷୁମାନଙ୍କର ମଙ୍ଗଳ ପାଇଁ ସତ୍ୟର ଜ୍ଞାନ ବିଷୟରେ ତତ୍ତ୍ୱବୋଧଃ ନାମକ ଗ୍ରନ୍ଥକୁ ରଚନା କରାଯାଉଛି ।
ସାଧନ-ଚତୁଷ୍ଟୟ-ସମ୍ପନ୍ନ-ଅଧିକାରିଣାଂ ମୋକ୍ଷ-ସାଧନଭୂତଂ ତତ୍ତ୍ୱବିବେକ-ପ୍ରକାରଂ ବକ୍ଷ୍ୟାମଃ ।
ତତ୍ତ୍ୱ-ବିÿବେକ-ପ୍ରକାରମ୍ = ତତ୍ତ୍ୱବିବେକର ପ୍ରଣାଳୀ; ମୋକ୍ଷ-ସାଧନଭୂତମ୍ = (ଯାହା) ମୁକ୍ତିର (ପ୍ରତ୍ୟକ୍ଷ) ସାଧନ; ସାଧନ-ଚତୁଷ୍ଟୟ-ସମ୍ପନ୍ନ-ଅଧିକାରିଣାମ୍ = ଯେଉଁମାନେ ସାଧନ ଚତୁଷ୍ଟୟ ସମ୍ପନ୍ନ ଅଧିକାରୀ; ବକ୍ଷ୍ୟାମଃ = (ଆମେ) ବୁଝାଇବୁ ।
ତତ୍ୱବିବେକର ପ୍ରଣାଳୀ ଯାହା ମୁକ୍ତିର ପ୍ରତ୍ୟକ୍ଷ ସାଧନ ଅଟେ, ତା’କୁ ଆମେ ସାଧନ ଚତୁଷ୍ଟୟ ସମ୍ପନ୍ନ ଅଧିକାରୀଙ୍କୁ ବୁଝାଇବୁ ।
ସାଧନ-ଚତୁଷ୍ଟୟଂ କିମ୍?
ସାଧନ-ଚତୁଷ୍ଟୟମ୍ = ସାଧନ ଚତୁଷ୍ଟୟ; କିମ୍ = କ’ଣ?
ସାଧନ ଚତୁଷ୍ଟୟ କ’ଣ?
ନିତ୍ୟାନିତ୍ୟବସ୍ତୁ ବିବେକଃ ।
ନିତ୍ୟ-ଅନିତ୍ୟ-ବସ୍ତୁ ବିବେକଃ = ନିତ୍ୟ ଓ ଅନିତ୍ୟ ବସ୍ତୁ ବିଷୟରେ ବିବେକ ।
ନିତ୍ୟ ଓ ଅନିତ୍ୟ ବସ୍ତୁ ବିଷୟରେ ବିବେକ ।
ଇହମୁତ୍ରାର୍ଥ ଫଲଭୋଗବିରାଗଃ ।
ଇହ ଅମୁତାର୍ଥ ଫଲଭୋଗ-ବିରାଗଃ = ଇହ(ଏହି) ଲୋକ ଓ ଅମୁତ୍ର (ପରଲୋକ)ରେ କର୍ମ ଫଳ ଭୋଗ ପ୍ରତି ବିରକ୍ତି ଭାବ ।
ଏହି ଲୋକ ଓ ପରଲୋକରେ କର୍ମ ଫଳ ଭୋଗ ପ୍ରତି ବିରକ୍ତି ଭାବ ।
ଶମାଦି ଷଟ୍କ ସମ୍ପତ୍ତି ।
ଶମାଦି = ଶମ ଆଦି; ଷଟ୍କ = ଛଅଟି; ସମ୍ପତ୍ତି = ସମ୍ପତ୍ତି ।
ଶମ ଆଦି ଛଅଟି ସମ୍ପତ୍ତି ।
ମୁମୁକ୍ଷୂତ୍ୱଂ ଚ ଇତି ।
ଚ = ଏବଂ; ମୁମୁକ୍ଷୁତ୍ୱମ୍ = ମୁକ୍ତି ପାଇଁ ତୀବ୍ର ଇଚ୍ଛା; ଇତି = (ଏହିପରି) ।
ଏବଂ ମୁକ୍ତି ପାଇଁ ତୀବ୍ର ଇଚ୍ଛା ।
ନିତ୍ୟାନିତ୍ୟ-ବସ୍ତୁ-ବିବେକଃ କଃ?
ନିତ୍ୟାନିତ୍ୟ-ବସ୍ତୁ-ବିବେକଃ = ନିତ୍ୟ ଓ ଅନିତ୍ୟ ବସ୍ତୁ ବିଷୟରେ ବିବେକ; କଃ = କ’ଣ?
ନିତ୍ୟ ଓ ଅନିତ୍ୟ ବସ୍ତୁ ବିବେକର ତାପôର୍ଯ୍ୟ କ’ଣ?
ନିତ୍ୟବସ୍ତୁ-ଏକଂ ବ୍ରହ୍ମ । ତଦ୍ ବ୍ୟତିରିକ୍ତଂ ସର୍ବମ୍ ଅନିତ୍ୟମ୍ । ଅୟମେବ ନିତ୍ୟା-ନିତ୍ୟ-ବସ୍ତୁ-ବିବେକଃ ।
ନିତ୍ୟବସ୍ତୁ = ନିତ୍ୟ(ଯାହା ତିନି କାଳରେ ବିଦ୍ୟମାନ, ଶାଶ୍ୱତ ବା ଚିରନ୍ତନ) ବସ୍ତୁ; ଏକମ୍ = ଏକମାତ୍ର; ବ୍ରହ୍ମ = ବ୍ରହ୍ମ । ତଦ୍ = ତାହା; ବ୍ୟତିରିକ୍ତମ୍ = ବ୍ୟତିତ; ସର୍ବମ୍ = ସବୁକିଛି; ଅନିତ୍ୟମ୍ = ପରିବର୍ତ୍ତନଶୀଳ । ଅୟମ୍ = ଏହା; ଏବ = କେବଳ; ନିତ୍ୟ-ଅନିତ୍ୟ ବସ୍ତୁ-ବିବେକଃ = ନିତ୍ୟ ଓ ଅନିତ୍ୟ ବସ୍ତୁ ବିଷୟକ ବିବେକ ।
ଏକମାତ୍ର ବ୍ରହ୍ମ ହିଁ ନିତ୍ୟ, ଶାଶ୍ୱତ, ତାହା ବ୍ୟତିତ ଅନ୍ୟ ସବୁକିଛି ଅନିତ୍ୟ ବା ପରିବର୍ତ୍ତନଶୀଳ । ଏହି ଦୃଢ ଦୃଢ ଜ୍ଞାନ ହିଁ ନିତ୍ୟ ଅନିତ୍ୟ ବସ୍ତୁ ବିବେକ ।
ବିରାଗ କଃ?
ବିରାଗ = ବୈରାଗ୍ୟ; କଃ = କ’ଣ?
ବୈରାଗ୍ୟ କ’ଣ?
ଇହ ସ୍ୱର୍ଗ-ଭୋଗେଷୁ ଇଚ୍ଛା-ରାହିତ୍ୟମ୍ ।
ଇହ(ଭୋଗେଷୁ) = ଏହି ଜଗତରେ (ମିଳୁଥିବା ସୁଖ ଭୋଗ ପ୍ରତି); ସ୍ୱର୍ଗ-ଭୋଗେଷୁ = ସ୍ୱର୍ଗଲୋକରେ ମିଳୁଥିବା ସୁଖଭୋଗ ପ୍ରତି; ଇଚ୍ଛା = ଇଚ୍ଛା; ରାହିତ୍ୟମ୍ = ରହିତ ।
ଏହି ଜଗତରେ ମିଳୁଥିବା ସୁଖ ଭୋଗ ପ୍ରତି ଏବଂ ସ୍ୱର୍ଗଲୋକରେ ମିଳୁଥିବା ସୁଖଭୋଗ ପ୍ରତି ଅନିଚ୍ଛା ଭାବ ।
ଶମାଦି-ଷଟ୍କ-ସମ୍ପତ୍ତିଃ କା?
ଶମ-ଆଦି = ଶମରୁ ଆରମ୍ଭ ହେଉଥିବା; ଷଟ୍କ = ଛଅ ପ୍ରକାର; ସମ୍ପତ୍ତିଃ = ଅର୍ନ୍ତନିହିତ ସମ୍ପତ୍ତି; କା = କ’ଣ?
ଶମରୁ ଆରମ୍ଭ ହେଉଥିବା ଛଅ ପ୍ରକାର ଅର୍ନ୍ତନିହିତ ସମ୍ପତ୍ତି କ’ଣ?
ଶମଃ ଦମଃ ଉପରମଃ ତିତିକ୍ଷା ଶ୍ରଦ୍ଧା ସମାଧାନଂ ଚ ଇତି ।
ଶମଃ = ଶମ; ଦମ = ଦମ; ଉପରମ = ଉପରମ; ତିତିକ୍ଷା = ତିତିକ୍ଷା; ଶ୍ରଦ୍ଧା = ଶ୍ରଦ୍ଧା; ଚ = ଏବଂ; ସମାଧାନମ୍ = ସମାଧାନ; ଇତି = ଏହିପରି ।
ଶମ, ଦମ, ଉପରମ, ତିତିକ୍ଷା, ଶ୍ରଦ୍ଧା ଏବଂ ସମାଧାନ । ଏଗୁଡିକ ଷଟକ୍ ସମ୍ପତ୍ତି ବା ଛଅ ପ୍ରକାରର ଅର୍ନ୍ତନିହିତ ସମ୍ପତ୍ତି ନାମରେ ପରିଚିତ ।
ଶମଃ କଃ?
ଶମଃ = ଶମ; କଃ = କ’ଣ?
ଶମଃ କ’ଣ?
ମନୋ-ନିଗ୍ରହଃ ।
ମନୋ-ନିଗ୍ରହଃ = ମାନସିକ ସଂଯମ ବା ମନକୁ ପରିଚାଳନା ।
ମାନସିକ ସଂଯମ ବା ମନକୁ ପରିଚାଳନା କରିବାକୁ ହିଁ ଶମ କୁହାଯାଏ ।
ଦମଃ କଃ?
ଦମଃ = ଦମ; କଃ = କ’ଣ?
ଦମ କ’ଣ?
ଚକ୍ଷୁଃ-ଆଦି-ବାହ୍ୟ-ଇନ୍ଦ୍ରିୟ-ନିଗ୍ରହଃ ।
ଚକ୍ଷୁଃ = ଚକ୍ଷୁ; ଆଦି = ଆଦି (ଅନ୍ୟ ଜ୍ଞାନ ଇନ୍ଦ୍ରିୟ ଯଥା କର୍ଣ୍ଣ, ନାସା, ଜିହ୍ୱା ଓ ଚର୍ମ);
ବାହ୍ୟ-ଇନ୍ଦ୍ରିୟ = କର୍ମ ଇନ୍ଦ୍ରିୟ ସମୁହ(ବାକ୍, ପାଦ, ପାଣି, ପାୟୁ ଓ ଉପସ୍ଥ); ନିଗ୍ରହଃ = ଦମନ କରିବା ।
ଚକ୍ଷୁ ଆଦି ଅନ୍ୟ ଜ୍ଞାନ ଇନ୍ଦ୍ରିୟ ଏବଂ ତତ୍ ସହିତ ସମସ୍ତ କର୍ମ ଇନ୍ଦ୍ରିୟକୁ ଦମନ କରିବାକୁ ହିଁ ଦମ କୁହାଯାଏ ।
ଉପରମ କଃ?
ଉପରମ କ’ଣ?
ସ୍ୱଧର୍ମ ଅନୁଷ୍ଠାନମ୍ ଏବ ।
ସ୍ୱଧର୍ମ ଅନୁଷ୍ଠାନ ହିଁ ଉପରମ ।
ତିତିକ୍ଷା କା?
ତିତିକ୍ଷା କ’ଣ?
ଶୀତୋଷ୍ଣ-ସୁଖ-ଦୁଃଖାଦି-ସହିଷ୍ଣୁତ୍ୱମ୍ ।
ଶୀତ, ଉଷ୍ମ,ସୁଖ,ଦଃୁଖ ଇତ୍ୟାଦି ସହନକରିବାର ଶକ୍ତିକୁ ତିତିକ୍ଷା କହନ୍ତି ।
ଶ୍ରଦ୍ଧା କିଦୃଶୀ?
ଶ୍ରଦ୍ଧାର ରୁପ କ’ଣ? ଶ୍ରଦ୍ଧା କାହାକୁ କହନ୍ତି?
ଗୁରୁ-ବେଦାନ୍ତବାକ୍ୟେଷୁ ବିଶ୍ୱାସଃ ଶ୍ରଦ୍ଧା ।
ଗୁରୁ ଓ ବେଦାନ୍ତବାକ୍ୟଗୁଡିକରେ ବିଶ୍ୱାସ ହେଉଛି ଶ୍ରଦ୍ଧା ।
ସମାଧାନଂ କିମ୍?
ସମାଧାନ କ’ଣ?
ଚିତ୍ତ-ଏକାଗ୍ରତା ।
ଚିତ୍ତର ଏକାଗ୍ରତାକୁ ସମାଧାନ କହନ୍ତି ।
ମୁମୁକ୍ଷୂତ୍ୱଂ କିମ୍?
ମୁମୁକ୍ଷୁତ୍ୱ କ’ଣ?
ମୋକ୍ଷୋ ମେ ଭୂୟାତ୍ ଇତି ଇଚ୍ଛା ।
ମୋର ମୁକ୍ତି ଲାଭ ହେଉ ଏହିପରି ପ୍ରବଳ ଇଚ୍ଛାକୁ ମୁମୁକ୍ଷୁତ୍ୱ କହନ୍ତି ।
ଏତତ୍ ସାଧନ-ଚତୁଷ୍ଟୟମ୍ ।
ଏହା ହେଉଛି ସାଧନ ଚତୁଷ୍ଟୟ ।
ତତଃ ତତ୍ତ୍ୱ-ବିବେକସ୍ୟ ଅଧିକାରିଣଃ ଭବନ୍ତି ।
ଏହାପରେ ( ଅର୍ଥାତ୍ ସାଧନ ସମ୍ପତ୍ତି ଆୟତ୍ତ କରିବା ପରେ ) ତତ୍ତ୍ୱ ବିବେକ ବିଚାରପାଇଁ ଅଧିକାରୀ ବିବେଚିତ ହୁଅନ୍ତି ।
ତତ୍ତ୍ୱ ବିବେକଃ କଃ?
ତତ୍ତ୍ୱ ବିବେକ କ’ଣ?
ଆତ୍ମା ସତ୍ୟଂ ତତ୍ ଅନ୍ୟତ୍ ସର୍ବଂ ମିଥ୍ୟା-ଇତି ।
ଆତ୍ମା ସତ୍ୟ, ଏହା ବ୍ୟତିତ ସବୁ କିଛି ମିଥ୍ୟା ।
ଆତ୍ମା କଃ?
ଆତ୍ମା କ’ଣ?
ସ୍ଥୂଲ-ସୂକ୍ଷ୍ମ-କାରଣ-ଶରୀରାତ୍ ବ୍ୟତିରିକ୍ତଃ ପଞ୍ଚକୋଶାତୀତଃ ସନ୍ ଅବସ୍ଥାତ୍ରୟ-ସାକ୍ଷୀ ସଚ୍ଚିଦାନନ୍ଦସ୍ୱରୂପଃ ସନ୍ ୟଃ ତିଷ୍ଠତି ସ ଆତ୍ମା ।
ଯେ ସ୍ଥୂଳ, ସୁକ୍ଷ୍ମ ଓ କାରଣ ଶରୀରଠାରୁ ଭିନ୍ନ, ପଞ୍ଚକୋଶଠାରୁ ମଧ୍ୟ ଭିନ୍ନ, ଅବସ୍ଥାତ୍ରୟ (ଜାଗ୍ରତ, ସ୍ୱପ୍ନ, ସୁଷୁପ୍ତି)ର ସାକ୍ଷୀ ଭାବରେ ପ୍ରତିଷ୍ଠିିତ ତାହା ହିଁ ଆତ୍ମା ।
ସ୍ଥୂଲ ଶରୀର କିମ୍?
ସ୍ଥୂଳ ଶରୀର କ’ଣ?
ପଞ୍ଚୀକୃତ-ପଞ୍ଚମହାଭୂତୈଃ କୃତଂ ସତ୍କର୍ମଜନ୍ୟଂ ସୁଖ-ଦୁଃଖାଦି-ଭୋଗ-ଆୟତନଂ ଶରୀରମ୍ ଅସ୍ତି ଜାୟତେ ବର୍ଦ୍ଧତେ ବିପରିଣମତେ ଅପକ୍ଷୀୟତେ ବିନଶ୍ୟତି-ଇତି ଷଡ୍-ବିକାରବତ୍ ଏତତ୍ ସ୍ଥୂଲ ଶରୀରମ୍ ।
ସ୍ଥୂଳ ଶରୀର ହେଉଛି ପୁର୍ବଜନ୍ମକୃତ ସୁକର୍ମର ଫଳ । ପଞ୍ଚମହାଭୂତର ପଞ୍ଚୀକୃତ ସମିଶ୍ରଣରେ ଗଠିତ, ସୁଖ ଓ ଦୁଃଖକୁ ଭୋଗ କରିବା ପାଇଁ ଉପଯୁକ୍ତ କ୍ଷେତ୍ର । ଏହି ସ୍ଥୂଳଶରୀର ଜନ୍ମ ହେବା, ବୃଦ୍ଧି କରିବା, ପରିବର୍ତ୍ତିତ ହେବା, ଅପକ୍ଷୟ ହେବା ଏବଂ ବିନାଶ ହେବା ମାଧ୍ୟମରେ ଛଅଟି ବିକାର ଦେଇ ଗତି କରିଥାଏ । ଏହା ହିଁ ସ୍ଥୂଳଶରୀରର ଲକ୍ଷଣ ।
ସୂକ୍ଷ୍ମ ଶରୀର କିମ୍?
ସୂକ୍ଷ୍ମ ଶରୀର କ’ଣ?
ଅପଞ୍ଚୀକୃତ-ପଞ୍ଚମହାଭୂତୈଃ କୃତଂ ସତ୍କର୍ମଜନ୍ୟଂ ସୁଖଦୁଃଖାଦି-ଭୋଗସାଧନଂ ପଞ୍ଚଜ୍ଞାନେନ୍ଦ୍ରିୟାଣି ପଞ୍ଚକର୍ମେନ୍ଦ୍ରିୟାଣି ପଞ୍ଚପ୍ରାଣଦୟୋ ମନଃ ଚ ଏକଂ ବୁଦ୍ଧିଃ ଚ ଏକୈବଂ ସପ୍ତଦଶକଲାଭିଃ ସହ ୟଃ ତିଷ୍ଠତି ତତ୍ ସୂକ୍ଷ୍ମଶରୀରମ୍ ।
ଅପଞ୍ଚୀକୃତ ପଞ୍ଚମହାଭୂତର ସମିଶ୍ରଣରୁ ଗଠିତ, ପୂର୍ବ ସୁକୃତର ଫଳ, ସୁଖଦୁଃଖାଦି ଭୋଗ ସାଧନର ଉପକରଣ; ପଞ୍ଚଜ୍ଞାନେନ୍ଦ୍ରିୟ,ପଞ୍ଚକର୍ମେନ୍ଦ୍ରିୟ, ପଞ୍ଚପ୍ରାଣ, ମନ ଓ ବୁଦ୍ଧି ଏହିପରି ସପ୍ତଦଶ କଳା ସହ ବିଦ୍ୟମାନ ଥିବା ଶରୀରକୁ ହିଁ ସୁକ୍ଷ୍ମ ଶରୀର କହିନ୍ତି ।
ଶ୍ରୋତ୍ରଂ ତ୍ୱକ୍ ଚକ୍ଷୂ ରସନା ଘ୍ରାଣମ୍ ଇତି ପଞ୍ଚଜ୍ଞାନେନ୍ଦ୍ରିୟାଣି ।
କାନ, ଚର୍ମ, ଆଖି, ଜିହ୍ୱା ଓ ନାକ - ଏଗୁଡିକ ପଞ୍ଚଜ୍ଞାନେନ୍ଦ୍ରିୟ ।
ଶ୍ରୋତ୍ରସ୍ୟ ଦିକ୍ ଦେବତା । ତ୍ୱଚୋ ବାୟୁଃ । ଚକ୍ଷୁଷଃ ସୂର୍ୟଃ । ରସନାୟା ବରୁଣଃ । ଘ୍ରାଣସ୍ୟ ଅଶ୍ୱିନୌ । ଇତି ଜ୍ଞାନେନ୍ଦ୍ରିୟ ଦେବତା ।
ଶ୍ରୋତେନ୍ଦ୍ରିୟର ଅଧିଷ୍ଠାନ ଦେବତା ଦିକ୍ , ତ୍ୱଚା ବା ସ୍ପର୍ଶେନ୍ଦ୍ରିୟର ଅଧିଷ୍ଠାନ ଦେବତା ବାୟୁ, ଚକ୍ଷୁର ଅଧିଷ୍ଠାନ ଦେବତା ସୂର୍ୟ୍ୟ, ଜିହ୍ୱାର ଅଧିଷ୍ଠାନ ଦେବତା ବରୁଣ, ଘ୍ରାଣେନ୍ଦ୍ରିୟର ଅଧିଷ୍ଠାନ ଦେବତା ଅଶ୍ୱନୀ କୁମାର । ଉଲ୍ଲିଖିତ ଦେବତାଗୁଡିକ ଜ୍ଞାନେନ୍ଦ୍ରିୟର ଦେବତା ।
ଶ୍ରୋତ୍ରସ୍ୟ ବିଷୟଃ ଶବ୍ଦଗ୍ରହଣମ୍ ।
ଶ୍ରୋତ୍ରେନ୍ଦ୍ରିୟର ବିଷୟ ହେଉଛି ଶବ୍ଦଗ୍ରହଣ ।
ତ୍ୱଚୋ ବିଷୟଃ ସ୍ପର୍ଶଗ୍ରହଣମ୍ ।
ଚର୍ମ ବା (ସ୍ପର୍ଶେନ୍ଦ୍ରିୟର) ବିଷୟ ସ୍ପର୍ଶଗ୍ରହଣ ।
ଚକ୍ଷୁଷୋ ବିଷୟଃ ରୂପଗ୍ରହଣମ୍ ।
ଚକ୍ଷୁ ବା (ଦର୍ଶନେନ୍ଦ୍ରିୟର) ବଷୟ ହେଉଛି ରୂପଗ୍ରହଣ ।
ରସନାୟା ବିଷୟଃ ରସଗ୍ରହଣମ୍ ।
ରସନେନ୍ଦ୍ରିୟ ବା (ଜିହ୍ୱାର) ବିଷୟ ହେଉଛି ରସ ଗ୍ରହଣ ।
ଘ୍ରାଣସ୍ୟ ବିଷୟଃ ଗନ୍ଧଗ୍ରହଣମ୍ ଇତି । ଘ୍ରାଣେନ୍ଦ୍ରିୟ ବା (ନାସିକାର) ବିଷୟ ହେଉଛି ଗନ୍ଧଗ୍ରହଣ ।
ବାକ୍-ପାଣି-ପାଦ-ପାୟୁ-ଉପସ୍ଥାନି ଇତି ପଞ୍ଚକର୍ମେନ୍ଦ୍ରିୟାଣି ।
ବାକ୍(ବାଣୀ), ପାଣି(ହସ୍ତଦ୍ୱୟ), ପାଦ(ପାଦଦ୍ୱୟ), ପାୟୁ(ନିଷ୍କାସନ ଦ୍ୱାର) ଓ ଉପସ୍ଥ
(ପ୍ରଜନନେନ୍ଦ୍ରିୟ), - ଏମାନେ ପାଞ୍ଚ କର୍ମ ଇନ୍ଦ୍ରିୟ ।
ବାଚୋ ଦେବତା ବହ୍ନିଃ । ହସ୍ତୟୋଃ ଇନ୍ଦ୍ରଃ । ପାଦୟୋଃ ବିଷ୍ଣୁଃ । ପାୟୋ ମୃତୁ୍ୟଃ । ଉପସ୍ଥସ୍ୟ ପ୍ରଜାପତିଃ । ଇତି କର୍ମେନ୍ଦ୍ରିୟ ଦେବତା ।
ବାକ୍ ନାମ କର୍ମେନ୍ଦ୍ରିୟର ଅଧିଷ୍ଠାନ ଦେବତା ଅଗ୍ନି । ହସ୍ତଦ୍ୱୟର ଅଧିଷ୍ଠାନ ଦେବତା ଇନ୍ଦ୍ର ।
ପାଦଦ୍ୱୟର ଅଧିଷ୍ଠାନ ଦେବତା ବିଷ୍ଣୁ । ପାୟୁ ବା ନିଷ୍କାସନଦ୍ୱାରର ଅଧିଷ୍ଠାନ ଦେବତା ମୃତ୍ୟୁ ବା ଯମରାଜ । ଉପସ୍ଥ ବା ପ୍ରଜନନେନ୍ଦ୍ରିୟର ଅଧିଷ୍ଠାନ ଦେବତା ପ୍ରଜାପତି । ଏହିପରି ଭାବରେ ପ୍ରତ୍ୟେକ କର୍ମ-ଇନ୍ଦ୍ରିୟର ଅଧିଷ୍ଠାନ ଦେବତା ।
ବାଚୋ ବିଷୟଃ ଭାଷଣମ୍ ।
ବାକ୍ କର୍ମେନ୍ଦ୍ରିୟର କାର୍ଯ୍ୟ ହେଉଛି ଅନ୍ତରର ଭାବନାକୁ ଭାଷଣ ମାଧ୍ୟମରେ ପ୍ରକାଶ କରିବା ।
ପାଣ୍ୟୋଃ ବିଷୟଃ ବସ୍ତୁଗ୍ରହଣମ୍ ।
ହସ୍ତଦ୍ୱୟର କାର୍ଯ୍ୟ ହେଉଛି ବସ୍ତୁ ବା ପଦାର୍ଥ ଗ୍ରହଣ କରିବା ଅର୍ଥାତ୍ ଆଦାନ ପ୍ରଦାନ କରିବା ।
ପାଦୟୋଃ ବିଷୟୋ ଗମନମ୍ ।
ପାଦ ଦ୍ୱୟର କାର୍ଯ୍ୟ ଗମନ କରିବା ବା ଶରୀରକୁ ସ୍ଥାନାନ୍ତରିତ କରିବା ।
ପାୟୋଃ ବିଷୟଃ ମଲତ୍ୟାଗଃ ।
ପାୟୁର କାର୍ଯ୍ୟ ମଳତ୍ୟାଗ ବା ମଳକୁ ନିଷ୍କାସନ କରିବା ।
ଉପସ୍ଥସ୍ୟ ବିଷୟଃ ଆନନ୍ଦ ଇତି ।
ଉପସ୍ଥ ବା ପ୍ରଜନନେନ୍ଦ୍ରିୟର କାର୍ଯ୍ୟ ଆନନ୍ଦ ଅନୁଭବ କରିବା ।
କାରଣଶରୀରଂ କିମ୍?
କାରଣ ଶରୀର କ’ଣ?
ଅନିର୍ବାଚ୍ୟ-ଅନାଦି-ଅବିଦ୍ୟାରୂପଂ ଶରୀରଦ୍ୱୟସ୍ୟ କାରଣମାତ୍ରଂ ସତ୍ସ୍ୱରୂପ-
ଅଜ୍ଞାନଂ ନିର୍ବିକଲ୍ପକରୂପଂ ୟଦ୍ ଅସ୍ତି ତତ୍ କାରଣଶରୀରମ୍ ।
ଅନିର୍ବଚନୀୟ, ଅନାଦି, ଅବିଦ୍ୟାରୂପ ଏବଂ (ସ୍ଥୂଳ ଏବଂ ସୂକ୍ଷ୍ମ) ଶରୀର ଦ୍ୱୟର କାରଣରୁପେ, ସତ୍ ସ୍ୱରୁପ (ସତ୍ୟର ସ୍ୱରୂପ), ଅଜ୍ଞାନ, ନିର୍ବିକଳ୍ପକ ରୂପେ ଯାହା ଅବସ୍ଥିତ ତାହା ହିଁ କାରଣଶରୀର ।
ଅବସ୍ଥାତ୍ରୟ କିମ୍?
ଅବସ୍ଥାତ୍ରୟ କ’ଣ?
ଜାଗ୍ରତ୍-ସ୍ୱପ୍ନ-ସୁଷୁପ୍ତି-ଅବସ୍ଥା ।
ଜାଗ୍ରତ୍, ସ୍ୱପ୍ନ ଓ ସୁଷୁପ୍ତି - ଏହି ତିନୋଟି ଅବସ୍ଥା ।
ଜାଗ୍ରତ୍-ଅବସ୍ଥା କା?
ଜାଗ୍ରତ ଅବସ୍ଥା କ’ଣ ବା ଜାଗ୍ରତ ଅବସ୍ଥା କାହାକୁ କହନ୍ତି ?
ଶ୍ରୋତ୍ରାଦି-ଜ୍ଞାନ-ଇନ୍ଦ୍ରିୟୈଃ ଶବ୍ଦାଦି-ବିଷୟା ଜ୍ଞାୟତେ ଇତି ୟତ୍ ସା ଜାଗ୍ରତ୍ ଅବସ୍ଥା ।
ସ୍ଥୂୂଲ-ଶରୀର-ଅଭିମାନି ଆତ୍ମା ବିଶ୍ୱ ଇତି ଉଚ୍ୟତେ ।
ଯେଉଁ ଅବସ୍ଥାରେ କର୍ଣ୍ଣ ଇତ୍ୟାଦି ଜ୍ଞାନେନ୍ଦ୍ରିୟମାନଙ୍କର ଶବ୍ଦ ଆଦି ଜ୍ଞାନେନ୍ଦ୍ରିୟ ବିଷୟଗୁଡିକର ଜ୍ଞାନ ଅନୁଭୂତ ହୁଏ ସେହି ଅବସ୍ଥାକୁ ଜାଗ୍ରତ ଅବସ୍ଥା କୁହାଯାଏ ।
ଜାଗ୍ରତ ଅବସ୍ଥାରେ ସ୍ଥୂଳ ଶରୀର ଅଭିମାନରେ ବଶବର୍ତ୍ତି ଆତ୍ମାକୁ ବିଶ୍ୱ କୁହାଯାଏ ।
ସ୍ୱପ୍ନ-ଅବସ୍ଥା କା?
ସ୍ୱପ୍ନ ଅବସ୍ଥା କ’ଣ?
ଜାଗ୍ରତ୍-ଅବସ୍ଥାୟାଂ ୟତ୍ ଦୃଷ୍ଟଂ ୟତ୍ ଶ୍ରୁତଂ ତତ୍ ଜନିତ ବାସନୟା ନିଦ୍ରା ସମୟେ ୟଃ ପ୍ରପଞ୍ଚ ପ୍ରତୀୟତେ ସା ସ୍ୱପ୍ନ-ଅବସ୍ଥା । ସୂକ୍ଷ୍ମ ଶରୀର ଅଭିମାନି ଆତ୍ମା ତୈଜସ ଇତି ଉଚ୍ୟତେ ।
ଜାଗ୍ରତ ଅବସ୍ଥାରେ ଅନୁଭୂତ ହୋଇଥିବା ଦୃଶ୍ୟ ଓ ଶ୍ରବଣ ଇତ୍ୟାଦି ଜନିତ ବାସନାରୁ ନିଦ୍ରା ସମୟରେ ମାନସିକ ସ୍ତରରେ ଯେଉଁ ପ୍ରପଞ୍ଚ ପ୍ରତୀତ ହୁଏ ତାହା ହିଁ ସ୍ୱପ୍ନାବସ୍ଥା ।
ସ୍ୱପ୍ନ ଅବସ୍ଥାରେ ସୂକ୍ଷ୍ମ ଶରୀର ଅଭିମାନରେ ବଶବର୍ତ୍ତି ଆତ୍ମାକୁ ତୈଜସ କୁହାଯାଏ ।
ତତଃ ସୁଷୁପ୍ତି ଅବସ୍ଥା କା?
ତାହାହେଲେ ସୁଷୁପ୍ତି ଅବସ୍ଥା କ’ଣ?
ଅହଂ କିମପି ନ ଜାନାମି ସୁଖେନ ମୟା ନିଦ୍ରା ଅନୁଭୁୟତେ ଇତି ସୁଷୁପ୍ତି ଅବସ୍ଥା ।
କାରଣଶରୀର ଅଭିମାନି ଆତ୍ମା ପ୍ରାଜ୍ଞଃ ଇତି ଉଚ୍ୟତେ ।
“ମୁଁ କିଛି ଜାଣେ ନାହିଁ । ମୁଁ ସୁଖନିଦ୍ରା ଅନୁଭବ କରୁଥିଲି”, ଯେଉଁ ଅବସ୍ଥାରେ ଏହି ଅନୁଭୂତି ଥାଏ ତାହା ସୁଷୁପ୍ତି ଅବସ୍ଥା ।
ନିଦ୍ରା ଅବସ୍ଥାରେ କାରଣ ଶରୀର ଅଭିମାନରେ ବଶବର୍ତ୍ତି ଆତ୍ମାକୁ ପ୍ରାଜ୍ଞ କୁହାଯାଏ ।
ପଞ୍ଚକୋଶା କେ?
ପଞ୍ଚକୋଶଗୁଡିକ କ’ଣ?
ଅନ୍ନମୟଃ ପ୍ରାଣମୟଃ ମନୋମୟଃ ବିଜ୍ଞାନମୟଃ ଆନନ୍ଦମୟ ଚ ଇତି ।
ପଞ୍ଚକୋଶଗୁଡିକ ହେଉଛନ୍ତି -(୧) ଅନ୍ନମୟ (୨)ପ୍ରାଣମୟ (୩) ମନୋମୟ (୪)ବିଜ୍ଞାନମୟ ଏବଂ (୫)ଆନନ୍ଦମୟ କୋଶ ।
ଅନ୍ନମୟଃ କଃ?
ଅନ୍ନମୟ କୋଶ କ’ଣ?
ଅନ୍ନ-ରସେନ ଏବ ଭୂତ୍ୱା ଅନ୍ନ-ରସେନ ଏବ ବୃଦ୍ଧିଂ ପ୍ରାପ୍ୟ ଅନ୍ନରୂପ-ପୃଥିବ୍ୟାଂ ୟତ୍ ବିଲୀୟତେ ତତ୍ ଅନ୍ନମୟ କୋଶଃ ସ୍ଥୂଲ-ଶରୀରମ୍ ।
ଯାହା ଅନ୍ନରସରୁ ଉପôନ୍ନ, ଅନ୍ନ ରସଦ୍ୱାରା ବୃଦ୍ଧିଲାଭକରି ଅନ୍ନରୂପ ପୃଥିବୀରେ ଲୀନ ହୁଏ ତାହା ହିଁ ଅନ୍ନମୟ କୋଶ (ଏବଂ ସେହି ଅନ୍ନମୟ କୋଶ ହିଁ) ସ୍ଥୂଳ ଶରୀର ।
ପ୍ରାଣମୟଃ କଃ?
ପ୍ରାଣମୟ କୋଶ କ’ଣ?
ପ୍ରାଣାଦ୍ୟାଃ ପଞ୍ଚବାୟବଃ ବାକ୍-ଆଦି ଇନ୍ଦ୍ରୀୟ ପଞ୍ଚକଂ ପ୍ରାଣମୟଃ କୋଶଃ ।
ପ୍ରାଣଠାରୁ ଆରମ୍ଭକରି ପଞ୍ଚବାୟୁ (ଅପାନ, ଉଦାନ, ବ୍ୟାନ ଓ ସମାନ) ଏବଂ ବାକ୍ ଆଦି ପଞ୍ଚକର୍ମେନ୍ଦ୍ରିୟର ସମୁହକୁ ପ୍ରାଣମୟ କୋଶ କୁହାଯାଏ ।
ମନୋମୟଃ କଃ?
ମନୋମୟ କୋଶ କ’ଣ?
ମନଃ ଚ ଜ୍ଞାନ-ଇନ୍ଦ୍ରିୟ-ପଞ୍ଚକଂ ମିଲିତ୍ୱା ଭବତି ସଃ ମନୋମୟଃ କୋଶଃ ।
ମନ ଓ ପଞ୍ଚ-ଜ୍ଞାନେନ୍ଦ୍ରିୟ(ଚକ୍ଷୁ, କର୍ଣ୍ଣ, ଜିହ୍ୱା, ନାସା ଓ ଚର୍ମ)ର ସମୁହକୁ ମନୋମୟ କୋଶ କୁହାଯାଏ ।
ବିଜ୍ଞାନମୟଃ କଃ?
ବିଜ୍ଞାନମୟ କୋଶ କ’ଣ?
ବୁଦ୍ଧିଃ ଜ୍ଞାନ-ଇନ୍ଦ୍ରିୟ-ପଞ୍ଚକଂ ମିଲିତ୍ୱା ୟଃ ଭବତି ସଃ ବିଜ୍ଞାନମୟଃ କୋଶଃ ।
ବୁଦ୍ଧି ଓ ପଞ୍ଚ-ଜ୍ଞାନେନ୍ଦ୍ରିୟ(ଚକ୍ଷୁ, କର୍ଣ୍ଣ, ଜିହ୍ୱା, ନାସା ଓ ଚର୍ମ)ର ସମୁହକୁ ବିଜ୍ଞାନମୟ କୋଶ କୁହାଯାଏ ।
ଏବମ୍-ଏବ କାରଣ-ଶରୀର-ଭୂତ-ଅବିଦ୍ୟାସ୍ଥ-ମଲିନ-ସତ୍ତ୍ୱଂ ପ୍ରିୟ-ଆଦି-ବୃତ୍ତି-ସହିତଂ ସତ୍ ଆନନ୍ଦମୟଃ କୋଶଃ ।
ଏହିପରି କାରଣ-ଶରୀର ରୂପ ଅବିଦ୍ୟାସ୍ଥ ମଳିନ ସତ୍ତ୍ୱ ପ୍ରିୟ ଆଦି(ମୋଦ ଓ ପ୍ରମୋଦ) ବୃତ୍ତି ସହିତ ବିଦ୍ୟମାନ କୋଶ ଆନନ୍ଦମୟ କୋଶ ନାମରେ କଥିତ ।
ଏତତ୍ କୋଶ-ପଞ୍ଚକମ୍ ।
ଏଗୁଡିକ ହିଁ ପଞ୍ଚକୋଶ ।
ମଦୀୟଂ ଶରୀରଂ ମଦିୟାଃ ପ୍ରାଣାଃ ମଦୀୟଂ ମନଃ ଚ ମଦୀୟା ବୁଦ୍ଧିଃ ମଦୀୟମ୍ ଅଜ୍ଞାନମ୍ ଇତି ସ୍ୱେନ-ଏବ ଜ୍ଞାୟତେ । ତତ୍ ୟଥା ମଦୀୟ-ତ୍ୱେନ ଜ୍ଞାତଂ କଟକ-କୁଣ୍ଡଲ-ଗୃହାଦିକଂ ସ୍ୱସ୍ମାତ୍୍-ଭିନ୍ନଂ ତଥା ପଞ୍ଚକୋଶାଦିକଂ ସ୍ୱସ୍ମାତ୍-ଭିନ୍ନଂ ମଦୀୟ-ତ୍ୱେନ ଜ୍ଞାତଂ ଆତ୍ମା ନ ଭବତି ।
ଯେପରି ହାତର କାଚ, କାନର କୁଣ୍ଡଳ ଏବଂ ଗୃହ ଇତ୍ୟାଦି ‘ମୋର’ ରୂପେ ଜ୍ଞାତ ଏବଂ ଜ୍ଞାତଠାରୁ ଭିନ୍ନ, ଠିକ୍ ସେହିପରି ପଞ୍ଚକୋଶ ମଧ୍ୟ ନିଜଠାରୁ ଭିନ୍ନ । କାରଣ ମୋର ଶରୀର, ମୋର ପ୍ରାଣ, ମୋର ମନ, ମୋର ବୁଦ୍ଧି, ଇତ୍ୟାଦି ମଧ୍ୟ ‘ମୋର’ ରୂପେ ଜ୍ଞାତ । ତେଣୁ ‘ମୋର’ ରୂପେ ଜ୍ଞାତହୋଇଥିବାରୁ ସେଗୁଡିକ ଆତ୍ମା (ବା ‘ମୁଁ’) ହୋଇ ପାରିବ ନାହିଁ ।
ଆତ୍ମା ତର୍ହି କଃ?
ତା’ହେଲେ ଆତ୍ମା କ’ଣ (ବା ମୁଁ କିଏ)?
ସଚ୍ଚିଦାନନ୍ଦସ୍ୱରୁପଃ ।
ମୁଁ ବା ଆତ୍ମା ସତ୍, ଚିତ୍ ଏବଂ ଆନନ୍ଦ ସ୍ୱରୂପ ।
ସତ୍ କିମ୍?
ସତ୍ କ’ଣ?
କାଲତ୍ରୟେଽପି ତିଷ୍ଠତି ଇତି ସତ୍ ।
ଯାହା ତିନି କାଳରେ ଅର୍ଥାତ୍ ସର୍ବଦା ଏବଂ ସର୍ବତ୍ର ବିଦ୍ୟମାନ ତାହା ହିଁ ସତ୍ ।
ଚିତ୍ କିମ୍?
ଚିତ୍ କ’ଣ?
ଜ୍ଞାନ ସ୍ୱରୂପଃ ।
ଜ୍ଞାନସ୍ୱରୂପ ଅର୍ଥାତ୍ ଯାହାର ଉପସ୍ଥିତିରେ ସବୁପ୍ରକାର ଜ୍ଞାନ ପ୍ରତୀତ ହୁଏ ।
ଆନନ୍ଦଃ କଃ?
ଆନନ୍ଦ କ’ଣ?
ସୁଖଃ ସ୍ୱରୂପଃ ।
ଆନନ୍ଦ ହେଉଛି ସୁଖ ବା ପୂର୍ଣ୍ଣ ସ୍ୱରୂପ ।
ଏବଂ ସତ୍-ଚିତ୍-ଆନନ୍ଦ-ସ୍ୱରୂପଂ ସ୍ୱାତ୍ମାନଂ ବିଜାନୀୟାତ୍ ।
ଏହିପରି ସଚ୍ଚିଦାନନ୍ଦସ୍ୱରୂପ ଆତ୍ମାର ଜ୍ଞାନ ଲାଭ କରିବା ଉଚିତ୍ ବା ଜ୍ଞାନ ମାଧ୍ୟମରେ ଆତ୍ମା
ସାକ୍ଷାକ୍ରାର ହେବା ଉଚିତ୍ ।
ଅଥ ଚର୍ତୁର୍ବିଂଶତି-ତତ୍ତ୍ୱ-ଉପôତ୍ତି-ପ୍ରକାରଂ ବକ୍ଷାମଃ ।
ଏହାପରେ ଚବିଶ ପ୍ରକାର (ସୃଷ୍ଟି)ତତ୍ତ୍ୱ ଉପôତ୍ତି ବିଷୟରେ ବର୍ଣ୍ଣନା କରିବୁ ।
ବ୍ରହ୍ମାଶ୍ରୟା ସତ୍ତ୍ୱ-ରଜ-ତମୋ-ଗୁଣାତ୍ମିକା ମାୟା ଅସ୍ତି ।
ବ୍ରହ୍ମକୁ ଆଶ୍ରା କରି ସତ୍ତ୍ୱ, ରଜ ଓ ତମ ଗୁଣ ସମ୍ପନ୍ନା ମାୟା ବିଦ୍ୟମାନ ।
ତତଃ ଆକାଶ ସମ୍ଭୂତଃ । ଆକାଶାତ୍ ବାୟୁଃ । ବାୟୋଃ ତେଜଃ । ତେଜସ ଆପଃ ।
ଅଦ୍ଭ୍ୟଃ ପୃଥ୍ୱୀ ।
ତହିଁରୁ(ତ୍ରିଗୁଣାତ୍ମିକା ବ୍ରହ୍ମାଶୟା ମାୟାରୁ) ଆକାଶର ଉପôତ୍ତି ହୋଇଅଛି । ଆକାଶରୁ ବାୟୁର ଉପôତ୍ତି । ବାୟୁରୁ ଅଗ୍ନିର ଉପôତ୍ତି । ଅଗ୍ନିରୁ ଜଳର ସୃଷ୍ଟି । ଜଳରୁ ପୃଥିବୀର ଉପôତି ।
ଏତେଷାଂ ପଞ୍ଚତତ୍ତ୍ୱାନାଂ ମଧ୍ୟେ ଆକାଶସ୍ୟ ସାତ୍ତ୍ୱିକ-ଅଂଶାତ୍ ଶ୍ରୋତ୍ର-ଇନ୍ଦ୍ରିୟଂ ସମ୍ଭୂତମ୍ ।
ଏହି ପଞ୍ଚକୋଶମାନଙ୍କମଧ୍ୟରୁ ଆକାଶର ସ୍ୱାତ୍ତିକ ଅଂଶରୁ ଶ୍ରୋତ୍ରେନ୍ଦ୍ରିୟ(କର୍ଣ୍ଣ)ର ଉପôତି ।
ବାୟୋଃ ସ୍ୱାତ୍ତ୍ୱିକ-ଅଂଶାତ୍ ତ୍ୱକ୍-ଇନ୍ଦ୍ରିୟଂ ସମ୍ଭୂତମ୍ ।
ବାୟୁର ସ୍ୱାତ୍ତ୍ୱିକ ଅଂଶରୁ ତ୍ୱକ୍-ଇନ୍ଦ୍ରିୟ(ଚର୍ମ)ର ଉପôତି ।
ଅଗ୍ନେଃ ସ୍ୱାତ୍ତ୍ୱିିକ-ଅଂଶାତ୍ ଚକ୍ଷୁଃ-ଇନ୍ଦ୍ରିୟଂ ସମ୍ଭୂତମ୍ ।
ଅଗ୍ନିର ସ୍ୱାତ୍ତ୍ୱିକ ଅଂଶରୁ ଦର୍ଶନ-ଇନ୍ଦ୍ରିୟ(ଚକ୍ଷୁ)ର ଉପôତି ।
ଜଲସ୍ୟ ସ୍ୱାତ୍ତିକ-ଅଂଶାତ୍ ରସନେନ୍ଦ୍ରିୟଂ ସମ୍ଭୂତମ୍ ।
ଜଳର ସ୍ୱାତ୍ତିକ ଅଂଶରୁ ରସନା-ଇନ୍ଦ୍ରିୟ(ଜିହ୍ୱା )ର ଉପôତି ।
ପୃଥିବ୍ୟାଃ ସ୍ୱାତ୍ତ୍ୱିକ-ଅଂଶାତ୍ ଘ୍ରାଣ-ଇନ୍ଦ୍ରିୟଂ ସମ୍ଭୂତମ୍ ।
ପୃଥିବିର ସ୍ୱାତ୍ତ୍ୱିକ ଅଂଶରୁ ଘ୍ରାଣେନ୍ଦ୍ରିୟ(ନାସିକା)ର ଉପôତି ।
ଏତେଷାଂ ପଞ୍ଚତତ୍ତ୍ୱାନାଂ ସମଷ୍ଟି-ସାତ୍ତ୍ୱିକ-ଅଂଶାତ୍ ମନୋ-ବୁଦ୍ଧି-ଅହଂକାର-ଚିତ୍ତ ଅନ୍ତଃକରଣାନି ସମ୍ଭୂତାନି ।
ଏହି ପଞ୍ଚତତ୍ତ୍ୱର ସମଷ୍ଟି ସ୍ୱାତ୍ତିକ ଅଂଶରୁ ମନ, ବୁଦ୍ଧି, ଚିତ୍ତ(ସ୍ମରଣ ଶକ୍ତି) ଓ ଅହଂକାର(ଅନ୍ତଃ-କରଣ)ର ଉପôତି ।
ସଙ୍କଲ୍ପ-ବିକଲ୍ପାତ୍ମକଂ ମନଃ ।
ସଂକଳ୍ପ ଓ ବିକଳ୍ପ ବୃତ୍ତିସମୁହକୁ ମନ କୁହାଯାଏ ।
ନିଶ୍ଚୟାତି୍ମକା ବୁଦ୍ଧିଃ ।
ନିଶ୍ଚୟାତ୍ମିକା ବୃତ୍ତି ହିଁ ବୁଦ୍ଧି ।
ଚିନ୍ତନ-କର୍ତୃ ଚିତ୍ତମ୍ ।
ଚିନ୍ତା କରିବାର କ୍ଷମତା ବା ପୂର୍ବରୁ ଘଟିଯାଇଥିବା ଘଟଣାବଳିକୁ ସ୍ମରଣ କରିପାରିବା ହିଁ ଚିତ୍ତ ।
ଅହଂ କର୍ତ୍ତା ଇତି ବୃତ୍ତି ଅହଂକାରଃ ।
‘ମୁଁ କର୍ତ୍ତା’- ଏହିପରି ଭାବନାକୁ ଅହଂକାର କୁହାଯାଏ ।
ମନସୋ ଦେବତା ଚନ୍ଦ୍ରମାଃ । ବୁଦେ୍ଧଃ ବ୍ରହ୍ମାଃ । ଅହଂକାରସ୍ୟ ରୁଦ୍ରଃ । ଚିତ୍ତସ୍ୟ ବାସୁଦେବଃ ।
ମନର ଅଧିଷ୍ଠାନ ଦେବତା ଚନ୍ଦ୍ରମା, ବୁଦ୍ଧିର ଅଧିଷ୍ଠାନ ଦେବତା ବ୍ରହ୍ମା (ସ୍ୱୟଂ ସ୍ରଷ୍ଟା ) ।
ଅହଂକାରର ଅଧିଷ୍ଠାନ ଦେବତା ରୁଦ୍ର ।
ଏତେଷାଂ ପଞ୍ଚତତ୍ତ୍ୱାନାଂ ମଧ୍ୟେ ଆକାଶସ୍ୟ ରାଜସାଂଶାତ୍ ବାକ୍-ଇନ୍ଦ୍ରିୟଂ ସମ୍ଭୂତମ୍ । ବାୟୋଃ ରାଜସାଂଶାତ୍ ପାଣି-ଇନ୍ଦ୍ରିୟଂ ସମ୍ଭୂତମ୍ । ବହ୍ନେଃ ରାଜସାଂଶାତ୍ ପାଦ-ଇନ୍ଦ୍ରିୟଂ ସମ୍ଭୂତମ୍ । ଜଲସ୍ୟ ରାଜସାଂଶାତ୍ ଉପସ୍ଥ-ଇନ୍ଦ୍ରିୟଂ ସମ୍ଭୂତମ୍ । ପୃଥିବ୍ୟାଃ ରାଜସାଂଶାତ୍ ଗୁଦ-ଇନ୍ଦ୍ରିୟଂ ସମ୍ଭୂତମ୍ ।
ଏତେଷାଂ ସମଷ୍ଟି-ରାଜସାଂଶାତ୍ ପଞ୍ଚପ୍ରାଣାଃ ସମ୍ଭୂତାଃ ।ା
ଏହି ପଞ୍ଚତତ୍ତ୍ୱ ବା ପଞ୍ଚମହାଭୂତ ମଧ୍ୟରୁ ଆକାଶର ରାଜସିକ ଅଂଶ(ଗୁଣ)ରୁ ବାକ୍ ଇନ୍ଦ୍ରିୟ ବା ବାଣୀର ଜନ୍ମ । ବାୟୁର ରାଜସିକ ଅଂଶ(ଗୁଣ)ରୁ ପାଣି ବା ହସ୍ତ ନାମକ କର୍ମେନ୍ଦ୍ରିୟର ଉପôତ୍ତି । ବହ୍ନି ବା (ଅଗ୍ନି)ର ରଜୋଗୁଣରୁ ପାଦ ନାମକ କର୍ମେନ୍ଦ୍ରିୟର ଉପôତି । ଜଳର ରଜାଗୁଣରୁ ଉପସ୍ଥ ବା ପ୍ରଜନନ ଇନ୍ଦ୍ରିୟର ଜନ୍ମ ।
ପଞ୍ଚମହାଭୂତମାନଙ୍କର ସମଷ୍ଟି ରଜୋଗୁଣରୁ ପାଞ୍ଚପ୍ରାଣ(ପ୍ରାଣ, ଅପାନ, ବ୍ୟାନ, ଉଦାନ, ଓ ସମାନ)ର
ଉପôତି ।
ଏତେଷାଂ ପଞ୍ଚତତ୍ତ୍ୱାନାଂ ତାମସାଂଶାତ୍ ପଞ୍ଚୀକୃତ-ପଞ୍ଚତତ୍ତ୍ୱାନି ଭବନ୍ତି ।
ଏହି ପଞ୍ଚତତ୍ତ୍ୱ ବା ପଞ୍ଚମହାଭୂତର ତାମସ ଅଂଶରୁ ପଞ୍ଚୀକୃତ ମାଧ୍ୟମରେ ପଞ୍ଚଭୂତର ଉପôତି ।
ପଞ୍ଚୀକରଣଂ କଥମ୍ ଇତି ଚେତ୍ - ଏତେଷାଂ ପଞ୍ଚ-ମହାଭୂତାନାଂ ତାମସାଂଶ-ସ୍ୱରୂପମ୍ ଏକମ୍ ଏକମ୍ ଭୂତଂ ଦ୍ୱିଧା ବିଭଜ୍ୟ ଏକମ୍ ଏକମ୍ ଅର୍ଦ୍ଧଂ ପୃଥକ୍-ତୂଷ୍ଣୀଂ ବ୍ୟବସ୍ଥାପ୍ୟ ଅପରମ୍ ଅପରମ୍ ଅର୍ଦ୍ଧଂ ଚତୁର୍ଥା ବିଭଜ୍ୟ ସ୍ୱ-ଅର୍ଦ୍ଧମ୍ ଅନ୍ୟେଷୁ ସ୍ୱଭାଗ-ଚତୁଷ୍ଟୟ-ସଂୟୋଜନଂ କାର୍ୟମ୍ । ତଦା ପଞ୍ଚୀକରଣଂ ଭବତି ।
ପଞ୍ଚୀକରଣ କିପରି ହୁଏ ବୋଲି ଯଦି ପ୍ରଶ୍ନ ଉଠେ ତେବେ ପଞ୍ଚତତ୍ତ୍ୱ ବା ପଞ୍ଚମହାଭୂତର ତମସ୍ ଅଂଶର ସ୍ୱରୁପକୁ ନେଇ ପ୍ରତ୍ୟେକ ମହାଭୂତ ପ୍ରଥମେ ସମାନ ଦୁଇ ଭାଗରେ ବିଭକ୍ତ ହୁଅନ୍ତି ।
ପ୍ରତ୍ୟେକଙ୍କ ବିଭକ୍ତି ଦୁଇଭାଗରୁ ଏକଭାଗ ସ୍ୱତନ୍ତ୍ର(ବ୍ୟବସ୍ଥିତ) ରହେ । ଅପର ଅର୍ଦ୍ଧଭାଗଟି ପୁଣି ଚାରିଭାଗରେ ବିଭକ୍ତ ହୁଏ,ଏବଂ ଏହି ଚାରିଭାଗରୁ ଏକଭାଗ ଅନ୍ୟ ମହାଭୂତମାନଙ୍କର ସ୍ୱତନ୍ତ୍ର ବା ବ୍ୟବସ୍ଥିତ ପ୍ରଥମାର୍ଦ୍ଧରେ ମିଳିତ ହୁଏ । ଏହିପରି ଭାବରେ ପଞ୍ଚୀକରଣ ହୁଏ ।
ଏତେଭ୍ୟଃ ପଞ୍ଚୀକୃତ-ପଞ୍ଚମହାଭୂତେଭ୍ୟଃ ସ୍ଥୂଲ-ଶରୀରଂ ଭବତି ।
ଏହି ପଞ୍ଚୀକରଣ ପ୍ରକ୍ରିୟା ମାଧ୍ୟମରେ ପଞ୍ଚମହାଭୂତରୁ ସ୍ଥୂଳ-ଶରୀରର ଉପôନ୍ନ ହୋଇଛି ।
ଏବଂ ପିଣ୍ଡ-ବ୍ରହ୍ମାଣ୍ଡୟୋଃ ଐକ୍ୟଂ ସମ୍ଭୂତମ୍ ।
ଏହିପରି ଭାବରେ ପିଣ୍ଡ (ନିଜ ସ୍ଥୂଳଶରୀର ) ଓ ବ୍ରହ୍ମାଣ୍ଡ (ସମଷ୍ଟି ସ୍ଥୂଳଶରୀର)ର ଐକ୍ୟ ସମ୍ଭବ ହୋଇଅଛି ।
ସ୍ଥୂଲ-ଶରୀର-ଅଭିମାନି ଜୀବ-ନାମକଂ ବ୍ରହ୍ମ-ପ୍ରତିବିମ୍ବଂ ଭବତି । ସ ଏବ ଜୀବଃ
ପ୍ରକୃତ୍ୟା ସ୍ୱସ୍ମାତ୍ ଈଶ୍ୱରଂ ଭିନ୍ନତ୍ୱେନ ଜାନାତି ।
ସ୍ଥୂଳ ଶରୀର ଅଭିମାନି (ଆତ୍ମା) ଜୀବ ନାମକ ବ୍ରହ୍ମ ପ୍ରତିବିମ୍ବ ମାତ୍ର । ସେ (ଜୀବ ବା
ପ୍ରତିବିମ୍ବିତ ବ୍ରହ୍ମ ହେଲେ ମଧ୍ୟ ) ପ୍ରକୃତି ବା ଅବିଦ୍ୟା ଦୋଷରୁ ଈଶ୍ୱରଙ୍କୁ ନିଜଠାରୁ ଭିନ୍ନ ମନେ କରେ ।
ଅବିଦ୍ୟା-ଉପାଧିଃ ସନ୍ ଆତ୍ମା ଜୀବ ଇତି ଉଚ୍ୟତେ ।
ଆତ୍ମା ଅବିଦ୍ୟା ଉପାଧିଦ୍ୱାରା ପ୍ରତୀୟମାନ ହେଲେ ଜୀବ ନାମରେ ନାମିତ ହୋଇଥାଏ ।
ମାୟା-ଉପାଧିଃ ସନ୍ ଈଶ୍ୱର ଇତି ଉଚ୍ୟତେ ।
ସେହି ଆତ୍ମା ମାୟା ଉପାଧିଦ୍ୱାରା ପ୍ରତୀୟମାନ ହେଲେ ଈଶ୍ୱର ନାମରେ ନାମିତ ହୋଇଥାଏ ।
ଏବଂ ଉପାଧି-ଭେଦାତ୍ ଜୀବ-ଈଶ୍ୱର ଭେଦ-ଦୃଷ୍ଟିଃ ୟାବତ୍ ପର୍ୟନ୍ତଂ ତିଷ୍ଠତି ତାବତ୍ ପର୍ୟନ୍ତଂ ଜନ୍ମ-ମରଣାଦି-ରୂପ-ସଂସାରଃ ନ ନିବର୍ତ୍ତତେ ।
ଏହିପରି ଉପାଧିଗତ ଭେଦଯୋଗୁ ଯେତବେଳ ପର୍ଯ୍ୟନ୍ତ ଜୀବ ଏବଂ ଈଶ୍ୱର ମଧ୍ୟରେ ଭେଦ ଭାବ ରହିଥିବ ସେତେକାଳ ପର୍ଯ୍ୟନ୍ତ ଜନ୍ମମରଣାଦିରୂପ ସଂସାରରୁ ନିବୃତ୍ତି ମିଳିବ ନାହିଁ ।
ତସ୍ମାତ୍ କାରଣାତ୍ ନ ଜୀବ-ଈଶ୍ୱରୟୋଃ ଭେଦବୃଦ୍ଧିଃ ସ୍ୱୀକାର୍ୟା ।
ତେଣୁ, ଜୀବ ଓ ଈଶ୍ୱର ମଧ୍ୟରେ ଭେଦ ଭାବ ଗ୍ରହଣଯୋଗ୍ୟ ନୁହେଁ ।
ନନୁ, ସାହଙ୍କାରସ୍ୟ କିଞ୍ଚିତ୍-ଜ୍ଞସ୍ୟ ଜୀବସ୍ୟ ନିରହଙ୍କାରସ୍ୟ ସର୍ବଜ୍ଞସ୍ୟ ଈଶ୍ୱରସ୍ୟ ତତ୍-ତ୍ୱମ୍-ଅସି ଇତି ମହାବାକ୍ୟାତ୍ କଥଂ ଅଭେଦବୁଦ୍ଧିଃ ସ୍ୟାତ୍ ଉଭୟୋଃ ବିରୁଦ୍ଧ-ଧର୍ମାକ୍ରାନ୍ତତ୍ୱାତ୍ ।
ଏଠାରେ ପ୍ରଶ୍ନ ଉଠିପାରେ, ଜୀବ ଯିଏ ଅହଙ୍କାରର ବଶବର୍ତ୍ତି ଓ ଅଳ୍ପ କିଛି ଜାଣିଛି, ଅପରପକ୍ଷରେ
ଈଶ୍ୱର ଯିଏ ଅହଙ୍କାରର ଉଦ୍ଧ୍ୱର୍ରେ ଏବଂ ସବୁକିଛି ଜାଣିଛନ୍ତି - ପରସ୍ପର ବିରୁଦ୍ଧଭାବାପନ୍ନ । କିନ୍ତୁ ‘ତତ୍ ତ୍ୱମ୍ ଅସି’ ବା ‘ତୁମେ ସେହି (ବ୍ରହ୍ମ) ଅଟ’ ମହାବାକ୍ୟରୁ କିପରି ଅଭେଦବୁଦ୍ଧିର ଉଦୟ ହେବ?
ଇତି ଚେତ୍ ନ । ସ୍ଥୂଲ-ସୂକ୍ଷ୍ମ-ଶରୀର-ଅଭିମାନି ତ୍ୱଂ-ପଦ-ବାଚ୍ୟାର୍ଥଃ । ଉପାଧି- ବିନିର୍ମୁକ୍ତଂ ସମାଧି-ଦଶା-ସମ୍ପନ୍ନଂ ଶୁଦ୍ଧଂ ଚୈତନ୍ୟଂ ତ୍ୱଂ-ପଦ-ଲକ୍ଷ୍ୟାର୍ଥଃ ।
ଏପରି ପ୍ରଶ୍ନର କୌଣସି କାରଣ ନାହିଁ । ଯେହେତୁ ସ୍ଥୂଳ ଓ ସୂକ୍ଷ୍ମ ଶରୀର ଅଭିମାନି ଆତ୍ମା ହେଉଛି ତ୍ୱଂ ପଦର ବାଚ୍ୟାର୍ଥ ଏବଂ ସର୍ବ ଉପାଧି ରହିତ(ସ୍ଥୁଳ ଓ ସୁକ୍ଷ୍ମ ଏବଂ କାରଣ ଶରୀର ଅଭିମାନ ରହିତ) ସମାଧି ଦଶାସମ୍ପନ୍ନ ଶୁଦ୍ଧଚୈତନ୍ୟ ହିଁ ତ୍ୱଂ ପଦର ଲକ୍ଷ୍ୟାର୍ଥ ।
ଏବଂ ସର୍ବଜ୍ଞତ୍ୱାଦି-ବିଶିଷ୍ଟ ଈଶ୍ୱରଃ ତତ୍-ପଦ-ବାଚ୍ୟାର୍ଥଃ । ଉପାଧି-ଶୂନ୍ୟଂ ଶୁଦ୍ଧ-ଚୈତନ୍ୟଂ ତତ୍ ପଦ-ଲକ୍ଷାର୍ଥଃ ।
ଏହିପରି ସର୍ବଜ୍ଞତ୍ୱ ଆଦି ଲକ୍ଷଣ ବିଶିଷ୍ଟ ଈଶ୍ୱର ହେଉଚନ୍ତି ତତ୍ ପଦର ବାଚ୍ୟାର୍ଥ । ସର୍ବ ଉପାଧି ବା ବିଶିଷ୍ଟ ଲକ୍ଷଣ ରହିତ ଶୁଦ୍ଧ(କେବଳ) ଚୈତନ୍ୟ ହେଉଛି ତତ୍ ପଦର ଲକ୍ଷ୍ୟାର୍ଥ ।
ଏବଂ ଜୀବ-ଈଶ୍ୱରୟୋଃ ଚୈତନ୍ୟ-ରୂପେଣ ଅଭେଦେ ବାଧକ-ଅଭାବଃ ।
ଏହିପରି ଭାବରେ ଜୀବ ଓ ଈଶ୍ୱରଙ୍କ ମଧ୍ୟରେ ଚୈତନ୍ୟ ରୂପରେ କୌଣସି ଭେଦ ବା ବାଧକର ସ୍ଥାନ ନାହିଁ ।
ଏବଂ ଚ ବେଦାନ୍ତବାକୈ୍ୟଃ ସଦ୍ଗୁରୁ-ଉପଦେଶେନ ଚ ସର୍ବେଷୁ-ଅପି ଭୂତେଷୁ ୟେଷାଂ ବ୍ରହ୍ମବୁଦ୍ଧିଃ ଉପôନ୍ନା ତେ ଜୀବନ୍ମୁକ୍ତାଃ ଭବନ୍ତି ।
ଆହୁରି ମଧ୍ୟ ବେଦାନ୍ତବାକ୍ୟମାନଙ୍କଦ୍ୱାରା ସଦ୍ଗୁରୁଙ୍କ ଉପଦେଶ ମାଧ୍ୟମରେ ଯେଉଁମାନଙ୍କର ସମସ୍ତ ପ୍ରାଣୀଙ୍କଠାରେ ‘ବ୍ରହ୍ମବୁଦ୍ଧି’ ଅର୍ଥାତ୍ ‘ସର୍ବାବସ୍ଥାରେ ସବୁ କିଛି ହିଁ ବ୍ରହ୍ମ’ଏହି
ଦୃଢ ଜ୍ଞାନ ଉଦୟ ହୋଇଛି ସେମାନେ ଜୀବନ୍ମୁକ୍ତ (ଜୀବିତ ଅବସ୍ଥାରେ ମୁକ୍ତ ପୁରୁଷ) ।
ନନୁ ଜୀବନ୍ମୁକ୍ତ କଃ?
ତା’ହେଲେ ଜୀବନ୍ମୁକ୍ତ (ଜୀବିତ ଅବସ୍ଥାରେ ମୁକ୍ତ ପୁରୁଷ)କିଏ?
ୟଥା ଦେହୋଽହଂ ପୁରୁଷୋଽହଂ ବ୍ରାହ୍ମଣୋଽହଂ ଶୂଦ୍ରୋଽହମିତି ଦୃଢନିଶ୍ଚୟଃ ତଥା ନାହଂ ବ୍ରାହ୍ମଣଃ ନ ଶୂଦ୍ରଃ ନ ପୁରୁଷଃ କିନ୍ତୁ ଅସଙ୍ଗଃ ସତ୍-ଚିତ୍-ଆନନ୍ଦ-ସ୍ୱରୂପଃ ପ୍ରକାଶରୂପଃ ସର୍ବାନ୍ତର୍ୟାମୀ ଚିଦାକାଶରୂପୋଽସ୍ମୀତି ଦୃଢନିଶ୍ଚୟରୂପ-ଅପରୋକ୍ଷ-ଜ୍ଞାନବାନ୍ ଜୀବନ୍ମୁକ୍ତଃ ।
ଯେପରି (ସାଧାରଣ ବ୍ୟକ୍ତିର ) ‘ମୁଁ ଦେହ’, ‘ମୁଁ ପୁରୁଷ ବା ସ୍ତ୍ରୀ’, ‘ମୁଁ ବ୍ରହ୍ମାଣ’ ଓ ‘ମୁଁ ଶୁଦ୍ର’ - ଆଦି ଜ୍ଞାନ ଦୃଢନିଶ୍ଚୟ ଭାବରେ ସର୍ବଦା ରହିଥାଏ, ସେହିପରି ‘ମୁଁ ବ୍ରାହ୍ମଣ ନୁହେଁ’, ‘ମୁଁ ଶୁଦ୍ର ନୁହେଁ’, ‘ମୁଁ ପୁରୁଷ ବା ସ୍ତ୍ରୀ ନୁହେଁ’; କିନ୍ତୁ ଅସଙ୍ଗ, ସଚ୍ଚିଦାନନ୍ଦସ୍ୱରୂପ, ପ୍ରକାଶସ୍ୱରୂପ, ସର୍ବାନ୍ତର୍ଯ୍ୟାମୀ, ଚିଦାକାଶ ସ୍ୱରୂପ - ଏହି ଅପରୋକ୍ଷ ଜ୍ଞାନ ଦୃଢ ନିଶ୍ଚୟ ଭାବରେ ଥିବା ବ୍ୟକ୍ତି ହିଁ ଜୀବନ୍ମୁକ୍ତ ।
ବ୍ରହ୍ମ-ଏବ-ଅହମ୍ ଅସ୍ମି ଇତି ଅପରୋକ୍ଷ-ଜ୍ଞାନେନ ନିଖିଲ-କର୍ମବନ୍ଧ-ବିନିର୍ମୁକ୍ତଃ ସ୍ୟାତ୍ ।
‘ବ୍ରହ୍ମ ହିଁ ମୁଁ’ । ଏହିପରି ଅପରୋକ୍ଷ (ନୁହେଁ ପ୍ରତ୍ୟକ୍ଷ ବା ପରୋକ୍ଷ କିନ୍ତୁ ସାକ୍ଷାତ୍
ଅପରୋକ୍ଷ) ଜ୍ଞାନ ଦ୍ୱାରା ସମଗ୍ର କର୍ମବନ୍ଧନରୁ ମୁକ୍ତି ମିଳେ ।
କର୍ମାଣି କତି ବିଧାନି ସନ୍ତି ଇତି ଚେତ୍ ଆଗାମି ସଞ୍ଚିତ ପ୍ରାରବ୍ଧଭେଦେନ ତ୍ରିବିଧାନି ସନ୍ତି ।
କର୍ମ କେତେ ପ୍ରକାରର ବୋଲି ଯଦି ପ୍ରଶ୍ନ ଉଠେ ତେବେ ଆଗାମି,ସଞ୍ଚିତ ଓ ପ୍ରାରବ୍ଧ ଭେଦରେ
କର୍ମ ତିନି ପ୍ରକାରର ।
ଆଗାମି-କର୍ମ କିମ୍?
ଆଗାମି କର୍ମ କ’ଣ?
ଜ୍ଞାନ-ଉପôତ୍ତି-ଅନନ୍ତରଂ ଜ୍ଞାନି-ଦେହକୃତଂ ପୁଣ୍ୟପାପରୂପଂ କର୍ମ ୟତ୍-ଅସ୍ତି ତତ୍
ଆଗାମି ଇତି ଅଭିଧୀୟତେ ।
ଜ୍ଞାନ ଉପôତ୍ତି ପରେ ଜ୍ଞାନୀଙ୍କର ଦେହକୃତ ପୁଣ୍ୟପାପରୂପ କର୍ମକୁ ଆଗାମି କର୍ମ କୁହାଯାଏ ।
ସଞ୍ଚିତ କର୍ମ କିମ୍?
ସଞ୍ଚିତ କର୍ମ କ’ଣ?
ଅନନ୍ତକୋଟି-ଜନ୍ମନାଂ ବୀଜଭୂତଂ ସନ୍ ୟତ୍-କର୍ମଜାତଂ ପୂର୍ବାର୍ଜିତଂ ତତ୍ ସଞ୍ଚିତଂ ଜେ୍ଞୟେମ୍ ।
ଅନନ୍ତକୋଟି ଜନ୍ମର କାରଣସ୍ୱରୂପ ପୂର୍ବଜନ୍ମମାନଙ୍କରେ କରାଯାଇଥିବା କର୍ମରୂପେ ଯାହା
ଅବସ୍ଥିତ ତାହା ହିଁ ସଞ୍ଚିତ କର୍ମ ବୋଲି ଜାଣିବା ଉଚିତ୍ ।
ପ୍ରାରବ୍ଧ-କର୍ମ କିମ୍ ଇତି ଚେତ୍!
ପ୍ରାରବ୍ଧ କର୍ମ କ’ଣ ବୋଲି ଯଦି ପ୍ରଶ୍ନ ହୁଏ!
ଇଦଂ ଶରୀରଂ ଉପôାଦ୍ୟ ଇହ ଲୋକେ ଏବଂ ସୁଖଦୁଃଖାଦି-ପ୍ରଦଂ ୟତ୍-କର୍ମ ତତ୍-
ପ୍ରାରବ୍ଧଂ ଭୋଗେନ ନଷ୍ଟଂ ଭବତି ପ୍ରାରବ୍ଧ-କର୍ମଣାଂ ଭୋଗାତ୍-ଏବ କ୍ଷୟ ଇତି ।
ବର୍ତ୍ତମାନ ମିଳିଥିବା ଏହି ଶରୀରର ଜନ୍ମ ଯେଉଁ କର୍ମ ଦ୍ୱାରା ହୋଇଥାଏ; ପରିସ୍ଥିତି,
ପରିବେଷ ମାଧ୍ୟମରେ ସୁଖ,ଦୁଃଖ ଆଦି ଅବସ୍ଥା ଦେଇ ଗତି କରିବାକୁ ଯେଉଁ କର୍ମ ପ୍ରବର୍ତ୍ତାଇଥାଏ; ତାହା ହିଁ ପ୍ରାରବ୍ଧ କର୍ମ । ଏହି ପ୍ରାରବ୍ଧ କର୍ମ କେବଳ ଭୋଗ ହେବା ଦ୍ୱାରା ନଷ୍ଟ ହୁଏ । ତେଣୁ କର୍ମଫଳ ଭୋଗରେ ହିଁ ପ୍ରାରବ୍ଧ କ୍ଷୟ ।
ସଞ୍ଚିତ କର୍ମ ବ୍ରହ୍ମ-ଏବ-ଅହମ୍ ଇତି ନିଶ୍ଚୟାତ୍ମକ-ଜ୍ଞାନେନ ନଶ୍ୟତି ।
ସଞ୍ଚିତ କର୍ମ ‘ବ୍ରହ୍ମ ହିଁ ମୁଁ’ - ଏହି ନିଶ୍ଚୟ ଜ୍ଞାନଦ୍ୱାରା ନଷ୍ଟ ହୁଏ ।
ଆଗାମି କର୍ମ ଅପି ଜ୍ଞାନେନ ନଶ୍ୟତି । କିଞ୍ଚ ଆଗାମି କର୍ମଣା ନଲିନୀ-ଦଲଗତ-ଜଲବତ୍ ଜ୍ଞାନିନାଂ ସମ୍ବନ୍ଧଃ ନାସ୍ତି ।
ଆଗାମି କର୍ମ ମଧ୍ୟ (ବ୍ରହ୍ମ ହିଁ ମୁଁ) ଜ୍ଞାନ ଦ୍ୱାରା ନଷ୍ଟ ହୋଇଥାଏ । ପଦ୍ମପତ୍ର ଜଳରେ ସୃଷ୍ଟି ହୋଇ ଜଳରେ ଥିଲେ ମଧ୍ୟ ଜଳ ଯେପରି ତା’ର ଦେହରେ ଲାଗିନଥାଏ ଠିକ୍ ସେପରି ଆଗାମି କର୍ମ ସହିତ ଜ୍ଞାନୀମାନଙ୍କର କୌଣସି ସମ୍ବନ୍ଧ ନ ଥାଏ ।
କିଞ୍ଚ ୟେ ଜ୍ଞାନିନଂ ସ୍ତୁବନ୍ତି ଭଜନ୍ତି ଅର୍ଚ୍ଚୟନ୍ତି ତାନ୍ ପ୍ରତି ଜ୍ଞାନିକୃତଂ ଆଗାମୀ ପୂଣ୍ୟଂ ଗଚ୍ଛତି ।
ଯେଉଁମାନେ ଜ୍ଞାନୀମାନଙ୍କର ପ୍ରଶଂସା, ସ୍ମରଣ, ସେବା, ଅର୍ଚ୍ଚନା ଆଦି କରନ୍ତି ସେହିମାନେ ହିଁ ଜ୍ଞାନୀଙ୍କ ଦ୍ୱାରା କରାଯାଇଥିବା ଭଲ କାର୍ଯ୍ୟର ଫଳକୁ ପ୍ରାପ୍ତ କରିଥାନ୍ତି ।
ୟେ ଜ୍ଞାନିନଂ ନିନ୍ଦନ୍ତି ଦ୍ୱିଷନ୍ତି ଦୁଃଖପ୍ରଦାନଂ କୁର୍ବନ୍ତି ତାନ୍ ପ୍ରତି ଜ୍ଞାନିକୃତଂ ସର୍ବ-
ଆଗାମି କ୍ରିୟମାଣଂ ୟଦବାଚ୍ୟଂ କର୍ମ ପାପାତ୍ମକଂ ତତ୍ ଗଚ୍ଛତି ।
ଯେଉଁମାନେ ଜ୍ଞାନୀଙ୍କର ନିନ୍ଦାକରନ୍ତି, ତାଙ୍କ ପ୍ରତି ଘୃଣାଭାବ ପୋଷଣ କରନ୍ତି ବା ତାଙ୍କୁ
ଦୁଃଖ ପ୍ରଦାନ କରନ୍ତି ସେହିମାନେ ହିଁ ଜ୍ଞାନିମାନଙ୍କ ଶରୀର ଦ୍ୱାରା କରାଯାଇଥିବା ଆଗାମି କର୍ମ ଯାହାକି କ୍ରିୟମାଣ କର୍ମ ରୂପେ କଥିତ ଓ ପାପାତ୍ମକ କର୍ମ, ତାର ଫଳକୁ ପାଇଥାନ୍ତି ।
ତଥା ଚ ଆତ୍ମବିତ୍ ସଂସାରଂ ତୀତ୍ତ୍ୱର୍ା ବ୍ରହ୍ମାନନ୍ଦମ୍ ଇହ ଏବ ପ୍ରାପ୍ନୋତି ।
ଏହିପରି ଭାବରେ ଆତ୍ମବିତ୍(ନିଜକୁ ଜାଣିଥିବା ବ୍ୟକ୍ତି) ସଂସାର ସାଗରକୁ ଲଂଘନ କରି ଏହିଠାରେ (ଜୀବିତ ଅବସ୍ଥାରେ) ହିଁ ବ୍ରହ୍ମାନନ୍ଦ ଲାଭ କରନ୍ତି ।
ତରତି ଶୋକମ୍ ଆତ୍ମବିତ୍ ଇତି ଶ୍ରୁତେଃ ।
‘ଆତ୍ମବିତ୍ ଶୋକରୁ ଉଦ୍ଧ୍ୱର୍ରେ’ - ଏହା ଶ୍ରୁତିର ବାଣୀ ।
ତନୁଂ ତ୍ୟଜନ୍ତୁ ବା କାଶ୍ୟାଂ ଶ୍ୱପଚସ୍ୟ ଗୃହେଽଥବା ।
ଜ୍ଞାନ-ସମ୍ପ୍ରାପ୍ତି-ସମୟେ ମୁକ୍ତୋଽସୌ ବିଗତାଶୟଃ । ଇତି ସ୍ମୃତେଶ୍ଚ ।
ଜ୍ଞାନୀ କାଶୀରେ ଦେହତ୍ୟାଗ କରନ୍ତୁ ଅଥବା କୁକୁର ମାଂସ ଭକ୍ଷଣକାରୀ ଚଣ୍ଡାଳର ଗୃହରେ ଦେହତ୍ୟାଗ କରନ୍ତୁ ତହିଁରେ ଜ୍ଞାନୀକୁ କିଛି ଫରକ ପଡିନଥାଏ । କାରଣ ଜ୍ଞାନ ସଂପ୍ରାପ୍ତି ସମୟରେ ସେ ନିଜ ଶରୀରଠାରୁ ମୁକ୍ତ ହୋଇସାରିଥା’ନ୍ତି ।
ଇତି ତତ୍ତ୍ୱବୋଧ-ପ୍ରକରଣଂ ସମାପ୍ତମ୍ ।
ଏହିଠାରେ ତତ୍ତ୍ୱବୋଧନାମକ ପ୍ରକରଣ ଗ୍ରନ୍ଥ ସମାପ୍ତ ହେଲା ।

 

 

 

December 2018
Mo Tu We Th Fr Sa Su
26 27 28 29 30 1 2
3 4 5 6 7 8 9
10 11 12 13 14 15 16
17 18 19 20 21 22 23
24 25 26 27 28 29 30
31 1 2 3 4 5 6