ଧର୍ମ ଓ ହିଂସା

ଏବେ ସାରା ବିଶ୍ୱରେ ଇସ୍ଲାମିକ୍ ଷ୍ଟେଟ୍ (ଆଇ.ଏସ୍)ର ପାଶବିକ ହିଂସାକାଣ୍ଡ ତଥା ବର୍ବର ଆତଙ୍କବାଦର ଚର୍ଚ୍ଚା । ମଧ୍ୟପ୍ରାଚ୍ୟରେ ବିଭିନ୍ନ ମୁସଲମାନ ଗୋଷ୍ଠୀଙ୍କ ମଧ୍ୟରେ ଲଢେଇ ସହିତ ୟାଜିଦି ଆଦି ଅଣ ମୁସଲମାନ ସମ୍ପ୍ରଦାୟମାନଙ୍କ ଉପରେ ଯେପରି
ଅମାନୁଷିକ ହତ୍ୟା ଓ ଆତଙ୍କରାଜର ଦମନଲୀଳା ଚାଲିଛି; ଫ୍ରାନ୍ସ୍, ଅଷ୍ଟ୍ରେଲିଆ, ମାଲେ ଆଦି ସ୍ଥାନରେ ଯେଉଁପ୍ରକାର ଆତଙ୍କବାଦୀ ହତ୍ୟାକାଣ୍ଡସବୁ ଘଟିଗଲା; ତାହା ସାରା ବିଶ୍ୱରେ ଏକ ଭୟ ଏବଂ ଅସ୍ଥିରତାର ବାତାବରଣ ସୃଷ୍ଟି କରିଛି । ସମଗ୍ର ୟୁରୋପ ଆତଙ୍କଗ୍ରସ୍ତ, ଅନ୍ୟପକ୍ଷରେ ସେଠାକୁ ସିରିଆ, ଇରାକ୍ ଆଦି ଦେଶରୁ ମୁଖ୍ୟତଃ ମୁସଲମାନ ଶରଣାର୍ଥୀଙ୍କ ସୁଅ ଛୁଟିଛି । ଆମଦେଶ ଭାରତରେ ତାହାର ପ୍ରଭାବ କ’ଣ ହୋଇପାରେ ତା’କୁ ନେଇ ଅନେକ ଆଲୋଚନା ମଧ୍ୟ କରାଯାଉଛି । ଏହିସବୁ ଚିନ୍ତା ଓ ଆଲୋଚନା ମୋଟାମୋଟି ଭାବରେ ଇସ୍ଲାମ ଧର୍ମ ସହିତ ହିଂସା ଓ ଆତଙ୍କବାଦର ନିବିଡ ସମ୍ବନ୍ଧ ଆଡକୁ ଅଙ୍ଗୁଳି ନିଦେ୍ର୍ଧଶ କରୁଛି ଏବଂ ମୁସଲମାନମାନଙ୍କ ପ୍ରତି ଏକ ସନେ୍ଦହ ଓ ବିଦ୍ୱେଷର ବାତାବରଣ ସୃଷ୍ଟି କରୁଛି ।
ଏପରି ସ୍ଥିତିରେ, କିଛି ଚିନ୍ତାଶୀଳ ବ୍ୟକ୍ତି କୌଣସି ନିର୍ଦ୍ଧିଷ୍ଟ ଧର୍ମ ସହିତ (ବିଶେଷ ଭାବରେ ଇସ୍ଲାମ) ହିଂସା ବା ଆତଙ୍କବାଦକୁ ନଯୋଡିବାକୁ ପରାମର୍ଶ ଦେଉଥିବାବେଳେ ଅନ୍ୟକିଛି ମହାନ ଚିନ୍ତାଶୀଳ ବ୍ୟକ୍ତି ସମ୍ପୂର୍ଣ୍ଣଭାବରେ ଧର୍ମକୁ ତ୍ୟାଗକରିବାପାଇଁ ଲୋକମାନଙ୍କୁ ଉପଦେଶ ଦେଉଥିବାର ଦେଖାଯାଇଛି । ଏମାନଙ୍କ ମତରେ, ଧର୍ମ ହିଁ ସବୁପ୍ରକାର ହିଂସାର ମୂଳ କାରଣ । ଏଭଳି ଖାମଖିଆଲୀ ଉପଦେଶଦେଇ ନିଜର ପଣ୍ଡିତପଣିଆ ଦେଖାଇବା ପୂର୍ବରୁ ଗଭୀରଭାବରେ ଚିନ୍ତାକରିବାର କଥା, ଧର୍ମ କ’ଣ ଓ ତାହାର ଉଦେ୍ଧଶ୍ୟ କ’ଣ? ଯୁଗେ ଯୁଗେ ତତ୍ୱଦର୍ଶୀ ଋଷି, ମୁନି, ମହାପୁରୁଷ ବା ଜ୍ଞାନୀମାନେ ହିଁ ଧର୍ମ ସହିତ ସାଧାରଣ ମଣିଷର ପରିଚୟ କରାଇଛନ୍ତି । ସାଧାରଣଭାବରେ କହିବାକୁଗଲେ ଧର୍ମ ଏକ ଆଚାରସଂହିତା ଯାହା ମଣିଷକୁ ସଦ୍ଗୁଣ, ସଦାଚାର
ଏବଂ ଶୃଙ୍ଖଳିତ ଜୀବନର ମାର୍ଗଦର୍ଶନ କରାଇଥାଏ । ତାହାର ଅନୁସରଣ କଲେ ମଣିଷ ସୁସଂଗଠିତ ଏବଂ ସୁଖମୟ ଜୀବନ ଯାପନ କରିବା ସହିତ ଈଶ୍ୱର ସାନ୍ନିଧ୍ୟ ଲାଭ କରିପାରିବ । ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ବିଚାରକଲେ, ଏହାଦ୍ୱାରା ମଣିଷ ନିଜକୁ ତଥା ସମଗ୍ର ସୃଷ୍ଟିକୁ ସଠିକ ଭାବରେ ଜାଣିପାରିବ ଓ ବୁଝିପାରିବ । ତେଣୁ, ଟିକିଏ ଅନୁଧ୍ୟାନକଲେ ଜଣାପଡିବ ଯେ ଧର୍ମ ହିଁ ମଣିଷକୁ ମଣିଷପଣିଆ ବା ମାନବିକ ମୂଲ୍ୟବୋଧର ଶିକ୍ଷା ଦେଇଆସିଛି । ତେବେ ସମସ୍ୟା ସୃଷ୍ଟି ହୁଏ ଯେତେବେଳେ ‘ଧର୍ମ’କୁ ଏକ ସମ୍ପ୍ରଦାୟ ବା ଗୋଷ୍ଠୀ ସହିତ ସମାନ କରିଦିଆଯାଏ, କିମ୍ବା ଏକ ସମ୍ପ୍ରଦାୟକୁ ଧର୍ମ ବୋଲି ଧରିନିଆଯାଏ । ଏହା କହିବାର ଉଦେ୍ଧଶ୍ୟ ହେଲା, ଇଂରେଜୀରେ ଯାହାକୁ ରେଲିଜିଅନ୍ କୁହାଯାଇଥାଏ, ତାହା ଏକ ସମ୍ପ୍ରଦାୟ ମାତ୍ର । ‘ଧର୍ମ’ର ସଂଜ୍ଞା, ସ୍ୱରୂପ ବା ପରିଭାଷା ତାହାଠାରୁ ବେଶ୍ ବ୍ୟାପକ । ରେଲିଜିଅନ୍ ବା ସମ୍ପ୍ରଦାୟର ଦୃଷ୍ଟିକୋଣ ବା ବିଚାରଧାରା ଅନୁସାରେ ଜଣେ ନିର୍ଦ୍ଧିଷ୍ଟ ‘ଈଶ୍ୱର’, ଦେବତା, ମହାପୁରୁଷ, ମସିହା ବା ଗୁରୁ ରହିଥାନ୍ତି । ତାଙ୍କର ବାଣୀ ବା ନୀତିନିଦେ୍ର୍ଧଶ ଏକ ନିର୍ଦ୍ଧିଷ୍ଟ ପୁସ୍ତକ ବା ପୁସ୍ତକଗୁଚ୍ଛରେ ସନ୍ନିବେଶିତ ହୋଇଥାଏ । ତାହାକୁ ନିଷ୍ଠାପର ଭାବରେ ବିଶ୍ୱାସ ବା ଅନୁସରଣ କରୁନଥିବା ବ୍ୟକ୍ତିଙ୍କୁ ନୀଚ ଏବଂ ବିଧର୍ମୀ (ଇନ୍ଫାଇଡେଲ୍ ବା କାଫିର୍) ଭାବରେ ବିବେଚନା କରାଯାଇଥାଏ ଯାହାର, ନର୍କ ଛଡା ଅନ୍ୟ ଗତି ନାହିଁ ବୋଲି ଧରିନିଆଯାଏ । ଏପରି କ୍ଷେତ୍ରରେ ‘ଆମ’ ଏବଂ ‘ଅନ୍ୟ’ର ଈଶ୍ୱର, ମସିହା ବା ମହାପୁରୁଷ ମଧ୍ୟରେ ଭିନ୍ନତା ଏବଂ ଉଚ୍ଚନୀଚର ଭେଦଭାବ ଦେଖାଯାଇଥାଏ । ‘ଆମ’ ଏବଂ ‘ଅନ୍ୟ’ ମଧ୍ୟରେ ତୁଳନାର ବିଚାର ହେତୁ, କ୍ରୋଧ, ହିଂସା, ସନେ୍ଦହ ବା ବିଦ୍ୱେଷ ସୃଷ୍ଟି ହୋଇଥାଏ । ଏପରି ଧର୍ମ ବା ସମ୍ପ୍ରଦାୟ ଅନ୍ୟପ୍ରତି ଆକ୍ରମଣାତ୍ମକ (ଆଗ୍ରେସିଭ୍) ମନୋଭାବ ପୋଷଣ କରିବାର ଏବଂ କଳେ, ବଳେ, କୌଶଳେ ଅନ୍ୟକୁ ଧର୍ମାନ୍ତରଣକରି ନିଜ ଧର୍ମର ଅଧୀନକୁ ଆଣିବାର ମାନସିକତା(ପ୍ରସେଲିଟାଇଜିଂ) ରଖିବାର ପ୍ରାୟତଃ ଦେଖାଯାଇଥାଏ । ବର୍ତ୍ତମାନ ସମୟରେ ବିଶ୍ୱର ଦୁଇଟି ବଡ ଧର୍ମ ବା ସମ୍ପ୍ରଦାୟ ( ଧର୍ମାବଲମ୍ବୀଙ୍କ ସଂଖ୍ୟା ଦୃଷ୍ଟିରୁ)ର ଇତିହାସ ଦେଖିଲେ ହିଂସା ସହିତ ତାଙ୍କର ସମ୍ବନ୍ଧ ବାରିହୋଇପଡେ, ଯଦିଓ ସେହି ଧର୍ମର ଅନୁଗାମୀମାନଙ୍କ ମଧ୍ୟରେ ପ୍ରକୃତରେ ଧାର୍ମିକ, ସଦାଚାରୀ ତଥା ଶାନ୍ତିପ୍ରିୟ ବ୍ୟକ୍ତିଙ୍କ ସଂଖ୍ୟା ଆଦୌ କମ୍ ନୁହେଁ । ସମ୍ପୃକ୍ତ ଧର୍ମର ପ୍ରବର୍ତ୍ତନ ସମୟଠାରୁ ଆରମ୍ଭକରି ଏକାଦଶ ଶତାବ୍ଦୀରୁ ତ୍ରୟୋଦଶ ଶତାବ୍ଦୀ ପର୍ଯନ୍ତ ତାଙ୍କମଧ୍ୟରେ ଚାଲିଥିବା ‘ଧର୍ମଯୁଦ୍ଧ’ (କ୍ରୁସେଡ୍ / ଜିହାଦ୍) ଏବଂ ବିଶ୍ୱର ବିଭିନ୍ନ ଅଂଚଳରେ ସେମାନେ କରିଥିବା ବ୍ୟାପକ ଧର୍ମାନ୍ତରଣ ସମୟରେ ଯେପରି ପ୍ରତାରଣା, ହିଂସା, ଅତ୍ୟାଚାର ଓ ଦମନଲୀଳାର ଦୃଷ୍ଟାନ୍ତ ଦେଖିବାକୁ ମିଳିଥାଏ, ସେପରି ଦୃଷ୍ଟାନ୍ତ ଅନ୍ୟକୌଣସି ଧର୍ମର ଇତିହାସରେ ପ୍ରାୟ ନାହିଁ । ଆମ ଭାରତୀୟ ସନାତନ ଧର୍ମ, ସାଧାରଣରେ ଯାହା ହିନ୍ଦୁ ଧର୍ମ ଭାବରେ ଜଣାଶୁଣା, ସେଥିରେ ତ ଆଦୌ ନୁହେଁ । ତେଣୁ, କେଉଁ ଧର୍ମ ହିଂସାତ୍ମକ ଏବଂ କେଉଁ ଧର୍ମ ନୁହେଁ, ସୁଧୀଜନେ ବିଚାର କରନ୍ତୁ ।

November 2017
Mo Tu We Th Fr Sa Su
30 31 1 2 3 4 5
6 7 8 9 10 11 12
13 14 15 16 17 18 19
20 21 22 23 24 25 26
27 28 29 30 1 2 3