ଧର୍ମ ଓ ଧର୍ମାନ୍ତରୀକରଣ


ଧର୍ମେଣ ହନ୍ୟତେ ବ୍ୟାଧିଃ ହନ୍ୟନ୍ତେ ବୈÿ ତଥା ଗ୍ରହାଃ ।
ଧର୍ମେଣ ହନ୍ୟତେ ଶତ୍ରୁଃ ୟତୋ ଧର୍ମଃ ତତୋ ଜୟଃ । ।
ଅର୍ଥାତ୍, ଧର୍ମବଳରେ ବ୍ୟାଧି, ଗ୍ରହଦୋଷ ଓ ଶତ୍ରୁମାନେ ବିନଷ୍ଟ ହୁଅନ୍ତି । ଯେଉଁଠି ଧର୍ମ ସେଇଠି ଜୟ ସୁନିଶ୍ଚିତ । କିନ୍ତୁ ଆଜି ଧର୍ମକୁ ନେଇ ଖେଳ ।
ବର୍ତ୍ତମାନ ପରିପ୍ରେକ୍ଷୀରେ ଧର୍ମ ଓ ଧର୍ମାନ୍ତରୀକରଣକୁ ନେଇ ବାଦ ବିବାଦ ବଢିବାରେ ଲାଗିଛି । ଧର୍ମନେତା, ରାଜନେତା, ତଥାକଥିତ ଶିକ୍ଷିତ ଲୋକ, ଏବଂ ବିଶେଷକରି ସାମ୍ବାଦିକଭାଇମାନେ ନିଜର ଫାଇଦା ଉଠାଇବା ପାଇଁ ତିଳକୁ ତାଳକରି କଥାକୁ ଅଧିକରୁ ଅଧିକ ଜଟିଳ କରିବାରେ ଲାଗିଛନ୍ତି । କିନ୍ତୁ କେହି ଭୁକ୍ତଭୋଗୀଙ୍କ କଥାକୁ ଗୁରୁତ୍ୱ ଦେଉନାହାନ୍ତି ।
ପ୍ରାକ୍ ଆଦିଶଙ୍କରାଚାର୍ଯ୍ୟ ସମୟକୁ ଅନୁଧ୍ୟାନ କଲେ ମନେହୁଏ ବୌଦ୍ଧଧର୍ମାବଲମ୍ବୀମାନେ କଳେ, ବଳେ ଓ କୌଶଳେ ହିନ୍ଦୁମାନଙ୍କୁ ବୌଦ୍ଧଧର୍ମରେ ଦୀକ୍ଷିତ କରିଥିଲେ । ଏପରିକି ସେମାନେ ବେଦକୁ ପୋଡିବାଠାରୁ ଆରମ୍ଭ କରି ବୈଦିକମାନଙ୍କୁ ବହୁ ଅକଥନୀୟ ଯନ୍ତ୍ରଣା ଦେଇଥିବାର ଦୃଷ୍ଟାନ୍ତ ମଧ୍ୟ ଶୁଣିବାକୁ ମିଳେ । ଶ୍ରୀଯୁକ୍ତ ମଣ୍ଡନ ମିଶ୍ରଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁ ବୈଦିକ କର୍ମକାଣ୍ଡର ପୁନରୁଦ୍ଧାର ଏବଂ ପରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଯୋଗୁ ଜ୍ଞାନକାଣ୍ଡର ପୁନରୁଦ୍ଧାର ହୋଇ ବୈଦିକ ପରମ୍ପରା ପୁନଃ ପ୍ରତିଷ୍ଠା ଲାଭ କରିପାରିଥିଲା । କିନ୍ତୁ ବଡ ଦୁଃଖର ବିଷୟ ଏହିକି ଯେ, ଯେଉଁ ବୌଦ୍ଧଧର୍ମାବଲମ୍ବୀମାନେ ବୈଦିକ ପରମ୍ପରାକୁ ଧ୍ୱଂସ କରିଥିଲେ ସେହି ଧର୍ମର ପ୍ରତିଷ୍ଠାତା ବର୍ତ୍ତମାନ ହିନ୍ଦୁ ଧର୍ମର ଜଣେ ଦେବତା । କେବଳ ସେତିକି ନୁହେଁ, ଆମ ଓଡିଶାରେ ଏବଂ ବିଶେଷକରି ଶ୍ରୀମନ୍ଦିରରେ ମଧ୍ୟ ବୁଦ୍ଧଙ୍କ ମୂର୍ତ୍ତି ଆଜି ପୂଜିତ । ସତ କହିବାକୁ ଗଲେ, ବୁଦ୍ଧ ଜଣେ ରାଜା ହୋଇଥିବାରୁ ଅନ୍ୟରାଜାମାନେ ବାହ୍ୟ ବାଧ୍ୟବାଧକତା ବା ଅନ୍ତଃ ବାଧ୍ୟବାଧକତାର ବଶବର୍ତ୍ତି ହୋଇ ବୌଦ୍ଧଧର୍ମକୁ ଗ୍ରହଣ କରିଥିଲେ । ‘ଯଥା ରାଜା ତଥା ପ୍ରଜା’ ନ୍ୟାୟରେ ପ୍ରଜାମାନଙ୍କ ପାଇଁ ବୌଦ୍ଧଧର୍ମକୁ ଆବୋରିନେବା ବ୍ୟତିତ ଅନ୍ୟ କୌଣସି ପନ୍ଥା ନଥିଲା । ଏପରିକି ସେତବେଳର କବିମାନେ ମଧ୍ୟ ରାଜାଙ୍କୁ ଖୁସି କରିବାକୁ ଯାଇ ବୁଦ୍ଧଙ୍କୁ ଦେବତା ଭାବରେ ଉପସ୍ଥାପନା କରିବା ଓ ପରେ ଭକ୍ତ କବିମାନେ ବୁଦ୍ଧଙ୍କୁ ବୁଦ୍ଧଦେବ ବା ଭଗବାନ ଭାବରେ ଗ୍ରହଣ କରି କବିତା ଲେଖିବା ସମ୍ଭବପର ହୋଇଥିଲା । ଭକ୍ତ କବିଙ୍କ ଭାବନାରେ ଦ୍ରବିଭୂତ ହୋଇ ସାଧାରଣ ଜନତା ପୁଣି ବୁଦ୍ଧଙ୍କୁ ଏବଂ ବୌଦ୍ଧଧର୍ମକୁ ଆମ ଧର୍ମର ଅଂଶ ଭାବରେ ଗ୍ରହଣ କରିନେଇଥିଲେ । କିନ୍ତୁ ‘ଅଧର୍ମ ବିତ୍ତ ବଢେ ବହୁତ’ ନ୍ୟାୟରେ ବୁଦ୍ଧଧର୍ମ ଭାରତବର୍ଷରୁ କାଳକ୍ରମେ ଲୋପ ପାଇଯାଇଥିଲା । କିନ୍ତୁ ସେତବେଳେ କେହି ଧର୍ମ ଓ ଧର୍ମାନ୍ତରୀକରଣ କଥା କହିନଥିଲେ ।
ଏହିପରି ଭାବରେ ବହୁବର୍ଷ ବିତିଗଲା ପରେ ମୋଗଲମାନେ ଭାରତବର୍ଷରେ ରାଜୁତି କରି ହିନ୍ଦୁମାନଙ୍କୁ କଳେ, ବଳେ ଓ କୌଶଳେ ଧର୍ମାନ୍ତରୀକରଣ ମାଧ୍ୟମରେ ଇସଲାମ୍ ଧର୍ମରେ ଦୀକ୍ଷିତ କରିଥିଲେ । ଏପରିକି ବହୁ ହିନ୍ଦୁ ରାଜାମାନେ ମଧ୍ୟ ଇସ୍ଲାମ୍ ଧର୍ମକୁ ପରୋକ୍ଷରେ ପ୍ରୋତ୍ସାହନ ଦେଇଥିଲେ । କିନ୍ତୁ ଯେଉଁ ରାଜା ଓ ପ୍ରଜାମାନେ ହିନ୍ଦୁତ୍ୱକୁ ନେଇ ଗର୍ବ କରିଥିଲେ ସେମାନଙ୍କୁ ଅକଥନୀୟ ଦଣ୍ଡ, କାରାବରଣ ବା ମୃତୁ୍ୟଦଣ୍ଡ ଭୋଗିବାକୁ ପଡିଥିଲା । ଫଳରେ ଅନ୍ୟମାନେ ଭୟରେ ହେଉ ବା ନିଜ ଅଜଣାତରେ ହେଉ ଇସ୍ଲାମ ଧର୍ମକୁ ପ୍ରୋତ୍ସାହନ ଦେଇଥିଲେ । ଏବେ ମଧ୍ୟ ହିନ୍ଦୁ ଧର୍ମରେ ବହୁ ପ୍ରକାର ଚାଲିଚଲଣ ଇସ୍ଲାମ ଧର୍ମରୁ ଆସିଥିବାର ମନେହେଉଛି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି, ବିବାହିତ ସ୍ତ୍ରୀଲୋକମାନେ ମୁଣ୍ଡରେ ଓଢଣା ଦେବା,.. । କିନ୍ତୁ କେହି ଜଣେ ହେଲେ କହୁନାହାନ୍ତି ଏହା ଧର୍ମ ଓ ଧର୍ମାନ୍ତରୀକରଣ ବୋଲି ।
ଇୟୁରୋପୀୟମାନେ ଭାରତକୁ ବ୍ୟବସାୟ କରିବାକୁ ଆସିବା ସମୟରେ ଈସାଇମାନେ ମଧ୍ୟ ଧର୍ମକୁ ନେଇ ବେପାର କରିବା ପାଇଁ ଭାରତରେ ପହଞ୍ଚôଥିଲେ । ବିଶେଷକରି ପର୍ତ୍ତୁଗୀଜମାନେ ଗୋଆରେ ସେମାନଙ୍କର କାୟା ବିସ୍ତାର କରି ହିନ୍ଦୁ ଧର୍ମାବଲମ୍ବୀମାନଙ୍କୁ ଈଶାଇ ଧର୍ମରେ ପରିଣତ କରିବାପାଇଁ ଯେଉଁପରି ଭାବରେ ଅକଥନୀୟ ଅତ୍ୟାଚାର କରିଥିଲେ ତାହା ମଧ୍ୟ ଭାରତ ଇତିହାସରେ ସ୍ଥାନ ପାଇଲା ନାହିଁ । ଅନ୍ୟ ଈସାଇମାନେ ଇଂଗ୍ରେଜମାନଙ୍କ ସହାୟତାରେ କଳେ, ବଳେ ଓ କୌଶଳେ ତଥାକଥିତ ଶିକ୍ଷା, ସ୍ୱାସ୍ଥ୍ୟ ସେବା ମାଧ୍ୟମରେ ହିନ୍ଦୁଲୋକମାନଙ୍କୁ ଧର୍ମାନ୍ତରୀକରଣ କରିଚାଲିଥିଲେ । ଏପରିକି ଉକ୍ରଳଗୌରବ ଶ୍ରୀ ମଧୁସୂଦନ ଦାସ ମଧ୍ୟ ସେଥିରୁ ବାଦ୍ ପଡିନଥିଲେ । ସ୍ୱତନ୍ତ୍ର ଓଡିଶା ଓ ପରେ ସ୍ୱତନ୍ତ୍ର ଭାରତ ଗଠନ ହେବା ପରେ ସେମାନଙ୍କର କାର୍ଯ୍ୟକଳାପ ବଢିବାରେ ଲାଗିଥିଲା । କିନ୍ତୁ ସେତବେଳେ କେହି ଜଣେ ହେଲେ କହିନଥିଲେ ଧର୍ମାନ୍ତରୀକରଣ ବିଷୟରେ ।
.... କିନ୍ତୁ ବର୍ତ୍ତମାନ ଯେତେବେଳେ ଅନ୍ୟ ଧର୍ମରୁ ହିନ୍ଦୁଧର୍ମକୁ ଲୋକମାନେ ଫେରିବାକୁ ଚାହୁଁଛନ୍ତି ସେତବେଳେ ସମସ୍ତେ ବିଶେଷକରି ରାଜନେତା, ତଥାକଥିତ ଶିକ୍ଷିତ ବ୍ୟକ୍ତିମାନେ ଓ ସାମ୍ବାଦିକଭାଇମାନେ ତୁଚ୍ଛାଟାକୁ ହୋହାଲ୍ଲା କରି ଲୋକମାନଙ୍କୁ ଧର୍ମ ଓ ଧର୍ମାନ୍ତରୀକରଣ ବିଷୟରେ ବୁଝାଉଥିବାର ମନେହେଉଛି । ସତରେ ଏସବୁ ଧର୍ମ ଓ ଧର୍ମାନ୍ତରୀକରଣ ନା ନିଜର ଫାଇଦା ଉଠାଇବାରେ ଅସୁବିଧା ହେଉଥିବାରୁ ହୋ ହାଲ୍ଲା!
ସ୍ୱାମୀ ଆନନ୍ଦ ଚୈତନ୍ୟ
ସମ୍ପାଦକ, ଆମବିବେକ ୦୯୪୪୪୨୨୨୯୫୯

January 2019
Mo Tu We Th Fr Sa Su
31 1 2 3 4 5 6
7 8 9 10 11 12 13
14 15 16 17 18 19 20
21 22 23 24 25 26 27
28 29 30 31 1 2 3