ସମ୍ପାଦକୀୟ
ଆମେ କେତେ ସ୍ୱାର୍ଥପର!
ଆମେ ସତରେ କେତେ ସ୍ୱାର୍ଥ ପର! ଯଦି ଆମେ ଆମ ଦୈନନ୍ଦିନ ଜୀବନଚର୍ଯ୍ୟାକୁ ଦେଖିବା ତେବେ ପ୍ରତିଟି କାର୍ଯ୍ୟରେ ଆମେ କେତେ ସ୍ୱାର୍ଥପର ତାର ନମୁନା ଆମକୁ ଅତି ସହଜରେ ମିଳିଯିବ । ଏପରିକି ଆମ ନିଜ ସ୍ୱାର୍ଥ ପାଇଁ ପରିବାର, ବନ୍ଧୁ, ସ୍ୱଜନ ଏପରିକି ଭଗବାନଙ୍କୁ ମଧ୍ୟ ବଳି ପକାଇବା ପାଇଁ ଆମେ ପଛଘୁଞ୍ଚା ଦେଉ ନାହୁଁ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଆଜିକାଲିର ପ୍ରଚାରିତ ଦେବାଦେବୀ ।
ଆଜିକାଲି ଯେଉଁଠି ଦେଖିବ ଖାଲି ଭଗବାନ । ଭଗବାନଙ୍କ ନାମ, ଚିତ୍ର ଓ ‘ଟୋ ସବୁଠି ଯେମିତି ସେ ବିରାଜମାନ । ଏପରିକି ଖାଦ୍ୟ ପଦାର୍ଥର ପ୍ୟାକେଟ, ଅଗରବତି ଖୋଳ, ଡିଆସିଲି ଖୋଳ,  କ୍ୟାରି ବ୍ୟାଗ୍, ପ୍ୟାଣ୍ଟ୍ ଓ ସାର୍ଟର ଆଗ ଓ ପଛ ପଟ, ଖାତାର ମଲାଟ, ସାଇନ୍ ବୋର୍ଡ, ଘରର କାନ୍ଥ, ପ୍ରଚାରପତ୍ର ଏବଂ ବିଶେଷକରି ଖବରକାଗଜମାନଙ୍କରେ ଭଗବାନଙ୍କ ପ୍ରତିଛବି ।  ସତେ ଯେମିତି ଭଗବାନ୍ ସବୁଠୁ ଶସ୍ତା । କାରଣ, ନିଜର ଜିନିଷ ବା ବାର୍ତ୍ତାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ହେଲେ ଜଣେ ମଡେଲକୁ ବହୁତ ଅର୍ଥ ଦେଲେ ଯାଇ ତାର ‘ଟୋ ଛାପି ହେବ । ହେଲେ ଭଗବାନଙ୍କ ‘ଟୋକୁ ଛାପିବାକୁ ପଇସାଟିଏ ଆବଶ୍ୟକତା ନାହିଁ । ସତେ ଯେମିତି ସେ ଆମ ଅଧୀନରେ ।  ଆମେ ଯେମିତି ଚାହିଁବା ତାଙ୍କ ନାମ ଓ ‘ଟୋକୁ ସେମିତି ବ୍ୟବହାର କରିପାରିବା! ସତରେ ଏହା କଣ ଠିକ୍ କି!
 ଆମ ସଂସ୍କୃତିରେ ଭଗବାନଙ୍କୁ ଭିନ୍ନ ଭିନ୍ନ ରୂପରେ ପୂଜା କରାଯାଇଥାଏ । ସେହି ସର୍ବତ୍ର ବିଦ୍ୟମାନ, ସର୍ବଶକ୍ତିମାନ ଶକ୍ତିକୁ କିଏ ବିଷ୍ଣୁ, କୃଷ୍ଣ, ଶିବ, ବ୍ରହ୍ମା, ଗଣେଶ କିଏ ମାତୃଶକ୍ତିରୂପିଣୀ ଲକ୍ଷ୍ମୀ, ସରସ୍ୱତୀ, ପାର୍ବତୀ, ଦୁର୍ଗା, କାଳୀ ହିସାବରେ ପୂଜାର୍ଚ୍ଚନା କରିଥାଆନ୍ତି । ଆମର ବିଶ୍ୱାସ ଯେ ସେହି ଅଦୃଷ୍ଟ ଶକ୍ତିକୁ ଆନ୍ତରିକତାର ସହ ପୂଜା କଲେ ଆମର ରିଷ୍ଟ ଖଣ୍ଡନ ହୁଏ, ପରିବାରରେ ସୁଖ ଶାନ୍ତି ମିଳେ, ଦିନଟି ଭଲରେ କଟେ । ସେହି ଅଦେଖା ହାତର ସ୍ପର୍ଶ ଆମ ସପକ୍ଷରେ ଥିଲେ ଆମର ସର୍ବମଙ୍ଗଳ ଘଟେ । ସେଇଥିପାଇଁ ଆମେ ସେହି ଅଦୃଷ୍ଟ ଶକ୍ତିର ପ୍ରତୀକ ଭଗବାନ୍ ବିଷ୍ଣୁ, ଶିବ, ଗଣେଶ, ଲକ୍ଷ୍ମୀ ଆଦି ଦେବାଦେବୀଙ୍କ ପ୍ରତିଛବିକୁ ଦେଖିଲେ ଆମ ମନ ସେହି ଆଡକୁ ଆପେ ଆପେ ନଇଁ ଯାଇଥାଏ । କିନ୍ତୁ ଯେହେତୁ ଆମ ମନ ସେହି ପ୍ରତିଛବି ଆଡକୁ ନଇଁ ହୋଇଯାଏ, ତାର ଅର୍ଥ ନୁହେଁ ଯେ, ଅନ୍ୟମାନେ ଭଗବାନଙ୍କ ନାମ ସହ ପ୍ରତିଛବିକୁ ଯୋଡ଼ି ନିଜ ଇଚ୍ଛା ମୁତାବକ ବ୍ୟବହାର କରି ଆମର ଭାବନା ସହିତ ଖେଳି ନିଜର ସ୍ୱାର୍ଥକୁ ପୂରଣ କରିବେ ।
ଆଜିକାଲି ଆମେ ଯଦି ଲକ୍ଷ୍ୟ କରିବା, ଅଗରବତି, ଡିଆସିଲି ଖୋଳ ସହିତ ବଜାରରେ ଉପଲବ୍ଧ ହେଉଥିବା କିଛି ନିତିଦିନିଆ ବ୍ୟାବହାରିକ ଜିନିଷକୁ ଭଗବାନଙ୍କ ନାମରେ ନାମିତ କରିବା ସହ ଭଗବାନଙ୍କ ପ୍ରତିଛବି ଛାପି ବଜାରକୁ ବିକ୍ରୟ ପାଇ ଛାଡୁଛନ୍ତି । ବେଳେ ବେଳେ ସେମାନଙ୍କ  ଜିନିଷକୁ ଅଧିକ ଲୋକାଭିମୁଖି କରିବା ପାଇଁ  କ୍ୟାରି ବ୍ୟାଗ୍ ଓ ପ୍ରଚାରପତ୍ରମାନଙ୍କରେ ଭଗବାନଙ୍କ ପ୍ରତିଛବିକୁ ବଡ ଆକାରରେ ଛାପି ଭଗବାନଙ୍କ ପରମ ଭକ୍ତ ବୋଲି ପରିଚୟ ଦିଅନ୍ତି । ସତରେ କହିବାକୁ ଗଲେ ସେମାନେ କେବଳ ନିଜର ସ୍ୱାର୍ଥକୁ ପୂରଣ କରିବା ପାଇଁ ନିଜକୁ ଜଣେ ପରମ ଭକ୍ତର ଆଖ୍ୟା ଦେଇ ଲୋକମାନଙ୍କୁ ଭଣ୍ଡାଇ ଚାଲିଥାନ୍ତି । ଉଦାହରଣସ୍ୱରୂପ, ଥରେ ଅଗରବତି ସରିଗଲା ପରେ ଖୋଳମାନଙ୍କର ଭାଗ୍ୟ ଡଷ୍ଟବିନ୍ରେ ପଡ଼େ । ଖାତାର ମଲାଟ ପୁରୁଣା ହୋଇଗଲେ ବା ପ୍ରଚାରପତ୍ର ପଢ଼ା ସରିଲେ ସେଗୁଡ଼ିକ ଆପେ ଆପେ ଚାଲିଯାଆନ୍ତି ଡଷ୍ଟବିନକୁ । ଡଷ୍ଟବିନ୍ରୁ ଭଗବାନଙ୍କ  ପ୍ରତିଛବି ସକାଳୁ ସକାଳୁ ଉଭାନ୍ ହୋଇଯାଆନ୍ତି ରାସ୍ତାକଡ଼ ଅଳିଆଗଦାକୁ । ସେଠାରେ ଗାଈ, ଷଣ୍ଢ ଓ କୁକୁରମାନେ ତାଙ୍କ ନାମକୁ ଶୁଙ୍ଘନ୍ତି ଓ ପ୍ରତିଛବିକୁ ଚାଟନ୍ତି କାଉମାନେ ଥଣ୍ଟରେ ବୋହିନେଇ ଇତସ୍ତତ ଭାବେ ଚାରିଆଡ଼େ ବିଛାନ୍ତି । ଶେଷରେ ସହରିଆ ଭୋକିଲା ଗାଈ ଓ ଷଣ୍ଢମାନେ ସେଗୁଡ଼ିକୁ ଆହାର ରୂପେ ଭକ୍ଷଣ କରନ୍ତି । ଯାହା ଟୁକୁରା ମୁକୁରା ରହିଯାଏ ସେଗୁଡ଼ିକ ଅନ୍ୟାନ୍ୟ ମଇଳା ସହ ବୋହି ହୋଇଯାଏ ଅନ୍ୟସ୍ଥାନକୁ । କେତେବେଳେ ମଧ୍ୟ ଭଗବାନଙ୍କ ପ୍ରତିଛବି ଉପରେ ମାଡିଯାଏ ଆମ ଗାଡିର ଚକ । ସତରେ ଭଗବାନଙ୍କର ଏଭଳି ଦୟନୀୟ ଅବସ୍ଥା ପାଇଁ ଦାୟୀ କିଏ?
କିନ୍ତୁ ଆମର ସ୍ୱାର୍ଥପର ଚିନ୍ତାଧାରା ଯୋଗୁ ଆମେ ଭଗବାନ ବା ସଂସ୍କୃତି କଥା ଚିନ୍ତା ନକରି କେବଳ ଦୁଇ ପଇସା ଅଧିକ ରୋଜଗାର କରିବା ପାଇଁ ସମସ୍ତଙ୍କୁ ବ୍ୟବହାର କରିବାରେ ବ୍ୟସ୍ତ ଅଛୁ । କିନ୍ତୁ ଏଠାରେ ମନେ ରଖିବାକୁ ହେବ ଯେ, ଦିନେ ନା ଦିନେ ଆମକୁ ଆମ କଲା କର୍ମର ‘ଳ ଭୋଗିବାକୁ ହେବ!

January 2019
Mo Tu We Th Fr Sa Su
31 1 2 3 4 5 6
7 8 9 10 11 12 13
14 15 16 17 18 19 20
21 22 23 24 25 26 27
28 29 30 31 1 2 3