ସମ୍ପାଦକୀୟ

ଭଣ୍ଡ ବାବା


ସାଧାରଣତଃ ଆମେ ଆମ ‘କାମନା’ ରଶିରେ ଆବଦ୍ଧ । କିନ୍ତୁ ଯେଉଁମାନେ ନିଜ କାମନା ରଶିରେ ଆବଦ୍ଧ ନହୋଇ କାମନା ରଶି ମାଧ୍ୟମରେ ଭଗବାନ୍ ତଥା ଜଗତର ନୀତି-ନୀୟମ ସହ ନିଜକୁ ସାମିଲ କରିବାରେ ସକ୍ଷମ ହୋଇପାରିଛନ୍ତି ଆମେ ସେମାନଙ୍କୁ ବାବାଜି ବା ସ୍ୱାମୀଜୀ ଭାବରେ ସମ୍ବୋଧନ କରିଥାଉ । କିନ୍ତୁ ଆମର ଅଜ୍ଞତା ଯୋଗୁ, ଆମେ ସେମାନଙ୍କୁ ଜ୍ଞାନ ଚକ୍ଷୁରେ ନଦେଖି ଭୈତିକ ସୁଖ-ସମ୍ପଦ ପ୍ରାପ୍ତି ଆଶାରେ ସେମାନଙ୍କ ଭୈତିକ କାର୍ଯ୍ୟକଳାପକୁ ଗୁରୁତ୍ୱ ଦେଇଥାଉ । ଏପରିକି ଆମେ ସେମାନଙ୍କର ଧନ-ସମ୍ପି, କ୍ଷମତା, କୋଠାବାଡ଼ି, ଶିଷ୍ୟ ଓ ଟି.ଭି, ଖବରକାଗଜ ଆଦିରେ ବହୁ ପ୍ରଚାର ପ୍ରସାରକୁ ଦେଖି ତାଙ୍କୁ ବଡ ବାବାଜି ଭାବରେ ମାନିନେଇଥାଉ । ଯଦି କୌଣସି ବାବାଜି ନିଜର ପ୍ରାରବ୍ଧ ଯୋଗୁ ସମାଜରେ ତଥାକଥିତ ଭାବରେ ବଡ ବା ପ୍ରସିଦ୍ଧି ଲାଭ କରିନପାରନ୍ତି, ତେବେ ଆମେ ସେମାନଙ୍କୁ ବାବାଜି ସମ୍ବାଧନ ନକରି ‘ବା’ଜି’ ବୋଲି ଡାକିଥାଉ । କେବଳ ସେତିକି ନୁହେଁ ଆମେ ସେମାନଙ୍କୁ ତାତ୍ସଲ୍ୟ କରିବା ସହ ଦୟାର ପାତ୍ର ଭାବି ଥରେ ଅଧେ କିଛି ଦାନ(ଭିକ)ମଧ୍ୟ ଦେଇଥାଉ । ସେହି ତାତ୍ସଲ୍ୟ ଭରା ଦାନ(ଭିକ)କୁ ଆଧାର କରି ଯଦି ଜଣେ ସାଧକ ଈଶ୍ୱର ଏବଂ ଗୁରୁ କୃପା ବଳରେ ନିଜର କାମନାକୁ ପରିଚାଳିତ କରିବାରେ ସକ୍ଷମ ହୋଇପାରନ୍ତି ତେବେ ସେ କେବେହେଲେ ଧାରଣଲୋକଙ୍କ ତାତ୍ସଲ୍ୟର ବଶବର୍ି ହୁଅନ୍ତି ନାହିଁ । ଅପରପକ୍ଷରେ ଯେଉଁ ସାଧକମାନେ ଏପରି ପରିସ୍ଥିତି ଦେଇ ବାରମ୍ବାର ଗତି କରିବା ପରେ ମଧ୍ୟ ନିଜ କାମନାକୁ କରାୟତ କରିବାରେ ସକ୍ଷମ ହୋଇନଥାନ୍ତି ସେମାନେ ପରିସ୍ଥିତିର ଦାସ ହୋଇ, ନିଜକୁ ଜଣେ ବଡ ବାବାଜି ଭାବରେ ପ୍ରତୀୟମାନ କରାଇବା ପାଇଁ ବିଭିନ୍ନ ମାଧ୍ୟମର ସହାୟତା ନେଇଥାନ୍ତି । ବିଶେଷକରି ପ୍ରଚାର-ପ୍ରସାରରୂପକ ମାଧ୍ୟମର ସହାୟତା ନେଇଥାନ୍ତି । ‘ମାଛ ତେଲରେ ମାଛକୁ ଭାଜିବା’ ନ୍ୟାୟରେ ଆମ ଦୁର୍ବଳତାର ସୁଯୋଗ ନେଇ ସେମାନେ ସବୁ ସ୍ତରରେ ସବଳ ହେବା ପାଇଁ ଆମକୁ ମାନସିକ, ଭୌତିକ ଏବଂ ବିଶେଷକରି ଆଧ୍ୟାତ୍ମିକ ଦୃଷ୍ଟିରୁ ଦୁର୍ବଳ କରିଦେଇଥାନ୍ତି । କିନ୍ତୁ ଆମେ ଆମର ଦୁର୍ବଳତାକୁ ନିରୀକ୍ଷଣ ନକରି ସେମାନଙ୍କ ପ୍ରଚାର ପ୍ରସାରରେ ଭାଷିଯାଇ ନିଜକୁ ସେମାନଙ୍କର ଜଣେ ସେବକ ଭାବରେ ଉପସ୍ଥାପିତ କରିଥାଉ । ଫଳରେ ସେମାନେ ନିଜକୁ ଜଣେ ସାଧକ ନଭାବି ସିଦ୍ଧ ପୁରୁଷ ଭାବରେ ଅଭିନୟ କରି, ସାଧକରୁ ବାବାଜି ବା ସ୍ୱାମୀଜୀ ଓ ପରେ ଭଗବାନ୍ ହୋଇଯାଇଥାନ୍ତି ।
ଆଜିକାଲି ଏପରି ଜୀବିତ ବା ମୃତ ବାବାଜି/ସ୍ୱାମୀଜୀ ବା ଭଗବାନଙ୍କ ସଂଖ୍ୟା ଅନେକ । କେବଳ ସେତିକି ନୁହେଁ ଏପରି ବାବାଜି ବା ଭଗବାନ୍ମାନେ ନିଜର ପ୍ରତିପିକୁ ବଜାଇ ରଖିବାକୁ ସ୍ଥୂଳ ଏବଂ ସୂକ୍ଷ୍ମ ସ୍ତରରେ ସାରାଧଣ ଲୋକଙ୍କ କାମନାକୁ ରୂପରେଖ ଦେବାକୁ ଯାଇ ସେମାନଙ୍କୁ କଳେ, ବଳେ ବା କୌଶଳେ ପ୍ରଥମେ ଶିଷ୍ୟ ଓ ପରେ ଭକ୍ତରେ ପରିଣତ କରୁଛନ୍ତି ।
କିନ୍ତୁ ଦୁଃଖର କଥା ଏହିକିଯେ, ସାଧାରଣ ଲୋକେ ଯେତେବେଳେ ଏପରି ବାବାଜି/ଭଗବାନଙ୍କ କଳ, ବଳ ବା କୌଶଳର ବଶବର୍ି ହୋଇ ନିଜର ସର୍ବସ୍ୱ (ଆତ୍ମଶକ୍ତି) ହରାଇ ବସନ୍ତି ସେତେବେଳେ ସେମାନେ ଏପରି ବାବାଜି/ଭଗବାନଙ୍କର ଶରୀର ବା ଫଟୋ ଆଦିକୁ ପୂଜା କରିବା ସହ ସେମାନଙ୍କ ପାଇଁ ମନ୍ଦିର କରିବା ପାଇଁ ଚାନ୍ଦା ଆଦାୟ କରିବା ପାଇଁ ଅା ଭିଡି ବସନ୍ତି । ଥରେ ଚାନ୍ଦା ଆଦାୟ ଆରମ୍ଭ ହେଲେ, ଆରମ୍ଭ ହୁଏ ଅନେକ କିଛି । ବିଶେଷକରି ସାନ-ବଡ, ନୂଆ-ପୁରୁଣା, ଅନ୍ତରଙ୍ଗ-ବହିଃରଙ୍ଗ ଆଦି ଭେଦଭାବ । ସେହି ଭେଦଭାବରେ ନିଜ ଜାଣତରେ ବା ଅଜାଣତରେ ଶିଷ୍ୟମାନେ ବା ଭକ୍ତମାନେ ପେଷି ହୋଇ ନିଜର ସ୍ଥିତିକୁ ଅଧିକରୁ ଅଧିକ ସୁଦୃଢ କରିବା ପାଇଁ ନିଜ ତରଫରୁ ସେହି ବାବାଜି ବା ଭଗବାନଙ୍କର ପ୍ରଚାର ବା ଗୁଣାବଳୀକୁ ପ୍ରସାର କରିବା ପାଇଁ ବାଧ୍ୟ ହୋଇଥାନ୍ତି । ଫଳରେ ବହୁ ବର୍ଷ ଧରି ସାଧାରଣ ଜନତା ଉକ୍ତ ସାଧନାରେ ବିଫଳ ହୋଇଥିବା ସାଧକର ଗୁଣଗାନ କରିଚାଲନ୍ତି ।
ବାସ୍ତବରେ ଦେଖିବାକୁ ଗଲେ, ସତରେ ସେ ଜଣେ ବାବାଜି ନା ଭଣ୍ଡ ବାବା!

December 2018
Mo Tu We Th Fr Sa Su
26 27 28 29 30 1 2
3 4 5 6 7 8 9
10 11 12 13 14 15 16
17 18 19 20 21 22 23
24 25 26 27 28 29 30
31 1 2 3 4 5 6