ଶ୍ରେଷ୍ଠ କିଏ?

 


ଥରେ ଜଣେ ଗୁରୁ ତାଙ୍କର ଶିଷ୍ୟମାନଙ୍କ ଗହଣରେ ପ୍ରବ୍ରଜ୍ୟାରେ ଥିଲେ । ପଥ ମଧ୍ୟରେ ଶିଷ୍ୟମାନଙ୍କର ବିଭିନ୍ନ ପ୍ରଶ୍ନର ଉର ଦେବା ସହ ସାଧନା ସମ୍ବନ୍ଧୀୟ ସେମାନଙ୍କର ବିଭିନ୍ନ ସନ୍ଦେହର ମଧ୍ୟ ମୋଚନ କରୁଥିଲେ । ଦିନକର କଥା । କେତେଜଣ ଶିଷ୍ୟ ଗୁରୁଙ୍କୁ ଶ୍ରେଷ୍ଠ ସାଧକ କିଏ ବୋଲି ପ୍ରଶ୍ନ କରିବାରୁ ଗୁରୁ ସେମାନଙ୍କୁ କହିଲେ, ‘ଯଥା ସମୟରେ ତୁମ୍ଭମାନଙ୍କ ଦ୍ୱାରା ଉାପିତ ପ୍ରଶ୍ନର ଉର ଦିଆଯିବ ।’ ଯାତ୍ରା ଅବ୍ୟାହତ ରହିଲା । କିଛି ଦିନ ପରେ ସେମାନେ ଏକ ନିର୍ମାଣାଧୀନ ମନ୍ଦିର ପାଶ୍ୱର୍ରେ ଯାଉଯାଉ ଗୁରୁ ସେଠାରେ କାର୍ଯ୍ୟରତ ଜଣେ ଶ୍ରମିକକୁ ପ୍ରଶ୍ନ କଲେ, ‘ତୁମେ ଏ ମନ୍ଦିର ନିର୍ମାଣରେ ନିଜକୁ ନିୟୋଜିତ କରିଛ?’ ଶ୍ରମିକଟି ଉର ଦେଲା, ‘ତାହା ନକଲେ ନ ଚଳେ, ଅଗତ୍ୟା କରିବାକୁ ପଡ଼ୁଛି ।’ ଗୁରୁ ନିର୍ମାଣ ପରିସରରେ ବ୍ୟସ୍ତ ଅନ୍ୟ ଜଣେ ଶ୍ରମିକକୁ ସମାନ ପ୍ରଶ୍ନ କରି ଉର ପାଇଲେ, ‘ଏହି କାର୍ଯ୍ୟରେ ନିଜକୁ ବର୍ଷକର ଅର୍ଦ୍ଧ ସମୟ ନିୟୋଜିତ କରିଥାଏ ।’ ପରିସରର ଅନ୍ୟ ଏକ ପ୍ରାନ୍ତକୁ ଯାଇ ଗୁରୁ ଅନ୍ୟ ଜଣେ ଶ୍ରମିକକୁ ମନ୍ଦିର ନିର୍ମାଣରେ ତାଙ୍କର ଅବଦାନ ସମ୍ବନ୍ଧୀୟ ପ୍ରଶ୍ନ ପଚାରି ଉର ପାଇଲେ, ‘ନିର୍ମାଣ କାର୍ଯ୍ୟରେ ମୁଁ ନିଜକୁ ସମ୍ପୂର୍ଣ୍ଣ ଭାବେ ସମର୍ପିତ କରିଛି । ଏହାର ସମାପ୍ତି ହିଁ ମୋ ଜୀବନର ଲକ୍ଷ୍ୟ ।’
ମନ୍ଦିର ପରିସରରୁ ଗୁରୁ ଶିଷ୍ୟଗଣଙ୍କ ସହ ଆଗେଇ ଚାଲିଲେ । କିଛି ପଥ ଅତିକ୍ରମ କରିବା ପରେ ଗୁରୁ ଶିଷ୍ୟମାନଙ୍କୁ ପ୍ରଶ୍ନ କଲେ- ‘ନିର୍ମାଣରେ ନିଯୁକ୍ତ ଶ୍ରମିକମାନଙ୍କ ମଧ୍ୟରେ କିଏ ଶ୍ରେଷ୍ଠ?’ ସେମାନେ ବିଭିନ୍ନ ଉର ଦେଲେ । ପ୍ରଥମ ଶ୍ରମିକଙ୍କୁ ଶ୍ରେଷ୍ଠ ବୋଲି ପ୍ରତିପାଦନ କରି କେତେକ କହିଲେ, ‘ଜୀବନର ଗୁଜୁରାଣ ମେାଇବା ପାଇଁ ଶ୍ରମ କରିବାକୁ ବାଧ୍ୟ ହେଉଛି । ତେଣୁ ସେ ଶ୍ରେଷ୍ଠ ।’ ଦ୍ୱିତୀୟ ଶ୍ରମିକକୁ ସମର୍ଥନ କରି କେତେକ ଭିକ୍ଷୁ କହିଲେ, ‘ଜୀବନର ଦାୟିତ୍ୱ ତୁଲାଇବା ସହ ମନ୍ଦିର କାର୍ଯ୍ୟ କରୁଥିବାରୁ ସେ ଶ୍ରେଷ୍ଠ ।’ ତୃତୀୟ ଶ୍ରମିକକୁ ମଧ୍ୟ ଶ୍ରେଷ୍ଠ ବୋଲି କେତେକ ମତ ପ୍ରଦାନ କରନ୍ତେ ତଥାଗତ କହିଲେ, ‘ତିନି ଶ୍ରମିକଙ୍କ ଉରକୁ ବୁଦ୍ଧିମତାର ସହ ବିଶ୍ଲେଷଣ କର । ଦେଖିବ, ପ୍ରଥମ ଶ୍ରମିକର ଉରରେ ବାଧ୍ୟବାଧକତା ପ୍ରଚ୍ଛନ୍ନ ଭାବେ ଲୁଚି ରହିଛି । ସେହିପରି ଦ୍ୱିତୀୟ ଶ୍ରମିକ ମାପିଚୁପି ତା’ର କାର୍ଯ୍ୟ ନିର୍ବାହ କରୁଛି । ତୃତୀୟ ଶ୍ରମିକ ସର୍ବାନ୍ତଃକରଣରେ ନିଜର ସମସ୍ତ ଶକ୍ତିକୁ ନିର୍ମାଣରେ ନିୟୋଜିତ କରି ଅନ୍ୟ କେଉଁ କାର୍ଯ୍ୟକୁ ଦୃଷ୍ଟି ଦେଉନାହିଁ । ନିର୍ମାଣ କାର୍ଯ୍ୟରେ ତା’ର ଆତ୍ମୋସôର୍ଗ ମନୋଭାବ ତାକୁ ମହନୀୟ କରିଛି । ତେଣୁ ସେ ହିଁ ଶ୍ରେଷ୍ଠ ।’
କିଛି ସମୟ ନିଜ ବକ୍ତବ୍ୟରେ ବିରତି ଦେଇ ଗୁରୁ କହିଲେ, ‘ଏ ତିନିଜଣ ଶ୍ରମିକଙ୍କୁ ଜଣେଜଣେ ସାଧକ ବୋଲି ଚିନ୍ତାକର । ସେମାନେ ସାଧନା ମନ୍ଦିରରେ କାର୍ଯ୍ୟରତ ଅଛନ୍ତି । ସେମାନଙ୍କ ପାଇଁ ସାଧନା ହେଉଛି ଏକ ମନ୍ଦିର । କେହି କେହି କୌଣସି ନା କୌଣସି କାରଣରୁ ବାଧ୍ୟବାଧକତାରେ ସାଧନା କରୁଛନ୍ତି ତ କେହିକେହି ସମୟ ମାପ କରି ସାଧନା କରୁଛନ୍ତି, କେହିକେହି ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରି ସାଧନା ଜାରି ରଖିଛନ୍ତି । ଏ ମନ୍ଦିରରେ କାର୍ଯ୍ୟରତ ସାଧକମାନେ ବାଧ୍ୟବାଧକତାରେ ବା ହିସାବନିକାଶ ନକରି ସାଧନା କରିବା ଉଚିତ । ତୃତୀୟ ଶ୍ରମିକ ଭଳି ଯେ ସାଧନାରେ ପୂର୍ଣ୍ଣ ସମର୍ପିତ, ସେ ହିଁ ଶ୍ରେଷ୍ଠ ।’ ଶିଷ୍ୟମାନେ ସେମାନଙ୍କ ପ୍ରଶ୍ନର ଉର ପାଇଗଲେ ।

December 2018
Mo Tu We Th Fr Sa Su
26 27 28 29 30 1 2
3 4 5 6 7 8 9
10 11 12 13 14 15 16
17 18 19 20 21 22 23
24 25 26 27 28 29 30
31 1 2 3 4 5 6