ଋଷି ମୁଦୁଗଲ

ଧର୍ମକ୍ଷେତ୍ର କୁରୁକ୍ଷେତ୍ର ଭୂମିରେ ଘୋର ତପସ୍ୟାରତ ଥାଆନ୍ତି ଋଷି ମୁଦୁଗଲ । ଧର୍ମାଚରଣ ଓ ଈଶ୍ୱର ଆରାଧନାର ସାଧନା ଭିତରେ ଜୀବନ ନିର୍ବାହର ପନ୍ଥା ଥିଲା ଭିନ୍ନ । କ୍ଷେତରୁ ସଂଗୃହୀତ ଶସ୍ୟରେ ପ୍ରସ୍ତୁତ ଖାଦ୍ୟରେ ନିଜେ ଜୀବନନିର୍ବାହ ସହ ଯଜ୍ଞ ଓ ଅତିଥି ସକ୍ରାରରେ ବ୍ୟୟ କରୁଥିଲେ । ଏହା ପ୍ରାତ୍ୟହିକ କର୍ମ ଥିଲା ତାଙ୍କର । ଏକଦା ତାଙ୍କର ଏଭଳି ଦାନଶୀଳତାର ପରୀକ୍ଷା ନିମନ୍ତେ ଭୟଙ୍କର କ୍ରୋଧୀ ଋଷି ରୂପେ ପରିଚିତ ଦୁର୍ବାସା ତାଙ୍କ ନିକଟରେ ପହଞ୍ଚôଲେ । ସାଥୀରେ ଥିଲେ ତାଙ୍କର ଛ'ହଜାର ଶିଷ୍ୟ । ଥରେ ଦୁଇଥର ନୁହେଁ, ଏମିତି କେତେବାର ଦୁର୍ବାସା ଆକସ୍ମିକ ଭାବରେ ତାଙ୍କର ଆଶ୍ରମରେ ପହଞ୍ଚôଯା'ନ୍ତି । କିନ୍ତୁ ଦୈବବଳରେ ବଳୀୟାନ, କଠୋର ସାଧନାରେ ସିଦ୍ଧିଲାଭ କରିଥିବା ଋଷି ମୁଦୁଗଲ ପ୍ରତ୍ୟେକଥର ଦୁର୍ବାସାଙ୍କ ସହ ଶିଷ୍ୟମାନଙ୍କୁ ଯଥାରୀତି ସକ୍ରାର କରି ବିଦାୟ ଦେଇଥାନ୍ତି । ପ୍ରତ୍ୟେକ ଅତିଥି ତୁଷ୍ଟ ହୋଇ ଫେରିଥାନ୍ତି ତାଙ୍କ ଆଶ୍ରମରୁ । ବାରମ୍ବାର ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲା ପରେ ଦୁର୍ବାସା ମୁଦୁଗଲଙ୍କ ଉପରେ ପ୍ରସନ୍ନ ହୋଇଥିଲେ । ଆଶୀର୍ବାଦ ପ୍ରଦାନ କରି ଦୁର୍ବାସା ତାଙ୍କୁ ବର ଦେଇଥିଲେ ସ୍ବର୍ଗପ୍ରାପ୍ତି ନିମନ୍ତେ ।
ଠିକ୍‍ ସମୟରେ ସ୍ବର୍ଗର ଦେବଦୂତ ମୁଦୁଗଲଙ୍କ ନିକଟରେ ପହଞ୍ଚôଲେ ତାଙ୍କୁ ସ୍ବର୍ଗକୁ ନେବା ନିମନ୍ତେ । ମୁଦୁଗଲ ସ୍ବର୍ଗପୁରର ବୈଶିଷ୍ଟ୍ୟ ସମ୍ପର୍କରେ ଅନେକ କଥା ଶୁଣିଥିଲେ । ସ୍ବର୍ଗଲୋକ ସମ୍ପର୍କରେ ସବିଶେଷ ଜାଣିବାପରେ ହୃଦ୍‍ବୋଧ ହେଲେ ଯାଇ ପାରନ୍ତି ବୋଲି ମୁଦୁଗଲ କହିଥିଲେ । ଦେବଦୂତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏଇଥିପାଇଁ ଯେ ଅନେକେ ସ୍ବର୍ଗଲୋକ ଅକୁଣ୍ଠରେ କାମନା କରୁଥିଲାବେଳେ ମୁଦୁଗଲଙ୍କଠାରେ ତା'ର ବ୍ୟତିକ୍ରମ  ଘଟିଥିଲା ।
ସ୍ବର୍ଗପୁରର ବର୍ଣ୍ଣନା କରି ଦେବଦୂତ କହିଥିଲେ, ତପସ୍ବୀ ଶ୍ରେଷ୍ଠ! ସ୍ବର୍ଗପୁରରେ ମର୍ତ୍ତ୍ୟର ଦୁଃଖକ୍ଲେଶ, ନିରାନନ୍ଦ କିଛି ହେଲେ ନାହିଁ । ସେଠାରେ କେବଳ ସୁଖ ହିଁ ସୁଖ । ପୁଣ୍ୟକର୍ମାମାନଙ୍କର ଏହା ଆବାସସ୍ଥଳ । ଧର୍ମାତ୍ମା, ଜିତେନ୍ଦ୍ରିୟ ଓ ଦାନୀ ବ୍ୟକ୍ତି ହିଁ ଏହି ପୁରର ଅଧିକାରୀ ହୋଇଥା'ନ୍ତି । ଆପଣ ଏହି ତିନିଟିଯାକ ଗୁଣର ଅଧିକାରୀ । ଏକମାତ୍ର ଦୋଷ ହେଉଛି, ଏହା ହେଉଛି ଭୋଗଭୂମି, ଅତଏବ ଏଠାରେ କର୍ମର ଲେଶମାତ୍ର ସ୍ଥାନ ନାହିଁ । ପୂର୍ବର କର୍ମଫଳ ଆଧାରରେ ଯେହେତୁ ଏହା ପ୍ରାପ୍ତ ହୋଇଥାଏ ତେଣୁ ଏଠାରେ କର୍ମର ଆବଶ୍ୟକତା ପଡ଼ି ନଥାଏ । ଜୀବନକାଳରେ ମୃତୁ୍ୟଲୋକର କରାଯାଇଥିବା କର୍ମର ଫଳ ହିଁ ଏଠାରେ ଭୋଗ କରିବାକୁ ହୋଇଥାଏ, କୌଣସି ନୂଆ କର୍ମ କରିବାକୁ ପଡ଼ି ନଥାଏ ।
ଏହା ଶୁଣିବାପରେ ମୁଦୁଗଲ ଗମ୍ଭୀର ସ୍ବରରେ କହିଲେ- "ତୁମକୁ ଏକାକୀ ସ୍ବର୍ଗପୁରକୁ ଫେରିଯିବାକୁ ପଡ଼ିବ । ଯେଉଁ ଲୋକରେ କୌଣସି କର୍ମ ନାହିଁ, କେବଳ ଭୋଗ ହିଁ ଭୋଗ, ମୁଁ ସେଠାକୁ ଯିବାକୁ ପସନ୍ଦ କରିବି ନାହିଁ । ତୁମର ସ୍ବର୍ଗଲୋକ ଅପେକ୍ଷା ଏହି ମୃତୁ୍ୟଲୋକ ମୋ ନିକଟରେ ଅଧିକ ପ୍ରିୟ । ଏଇଠାରେ ହିଁ ମୁଁ କର୍ମସାଧନାରେ ମଗ୍ନ ରହିବି । ମୃତୁ୍ୟଲୋକରେ ଲୋକମଙ୍ଗଳ ମାଧ୍ୟମରେ ମୁଁ ମୋର କର୍ମସାଧନା ଜାରି ରଖିବି । ଏହି କର୍ମଯୋଗ ଦ୍ୱାରା ମଧ୍ୟ ନିର୍ବାଣଲାଭ ସମ୍ଭବ ହୋଇପାରିବ । ଏଭଳି କର୍ମ କରୁଥିବା ବ୍ୟକ୍ତି ତ ଜୀବନକାଳ ଭିତରେ ସ୍ବର୍ଗଲୋକର ଆନନ୍ଦ ପାଇପାରିଥାନ୍ତି ।' ମୁଦୁଗଲଙ୍କଠାରୁ ଏହା ଶୁଣି ସ୍ବର୍ଗଦୂତ ଫେରିଯାଇଥିଲେ ।

September 2017
Mo Tu We Th Fr Sa Su
28 29 30 31 1 2 3
4 5 6 7 8 9 10
11 12 13 14 15 16 17
18 19 20 21 22 23 24
25 26 27 28 29 30 1