ସାଧୁ-ସନ୍ଥଙ୍କ ପୂର୍ବାଶ୍ରମ ବିଷୟରେ କାହିଁକି ଆଲୋଚନା କରାଯାଏ ନାହିଁ?

 

କଥାରେ ଅଛି, ଋଷି ମୂଲଂ ନଦଦୀ ମୂଲଂ ନ ବÿିଚାରୟେତ୍ । ଅର୍ଥାତ୍, ନଦଦୀର ଉପôତି ସ୍ଥଳ ଏବଂ ଋଷି ବା ସାଧୁ-ସନ୍ଥଙ୍କ ଜନ୍ମ ବୃତାନ୍ତ ବିଷୟରେ ଆଲୋଚନା କରିବା ଅନୁଚିତ୍ । କାରଣ ନଦଦୀର ଉପôତି ସ୍ଥଳ ମହାନ ହେଲେ ମଧ୍ୟ ଯଦଦି ସେହି ନଦଦୀର ଜଳ ଜନସମାଜର ଉନ୍ନତିରେ ସହାୟକ ନହୁଏ ତେବେ ସେହି ନଦଦୀକୁ ପୁଣ୍ୟ ନଦଦୀ ଭାବରେ ଆମେ ଗ୍ରହଣ କରିନଥାଉ । ଯଥା ବ୍ରହ୍ମପୁତ୍ର । ଅପରପକ୍ଷରେ ନଦଦୀର ଉତ୍ସ ଯେତେ କ୍ଷୀଣ ହେଲେ ମଧ୍ୟ ଯଦଦି ସେହି ନଦଦୀ ଜନସମାଜର କଲ୍ୟାଣ କରେ ତେବେ ସେହି ନଦଦୀ ମହାନ୍ ନଦଦୀ ଭାବରେ ଗ୍ରହଣୀୟ ହୋଇଥାଏ । ଠିକ୍ ସେହି ଭଳି ସାଧୁ-ସନ୍ଥମାନେ । ଆମେ ନଦଦୀରେ ସ୍ନାନ କରିବା ପୂର୍ବରୁ ନଦଦୀର ଉତ୍ସ ବିଷୟରେ ଆଲୋଚନା ନକରି ବରଂ ନଦଦୀର ଉପସ୍ଥିତି ତଥା ସାହାଯ୍ୟକାରୀ ଆଦଦି ଗୁଣକୁ ଗୁରୁତ୍ୱ ଦେଦଇ ନଦଦୀକୁ ଆପଣେଇ ଥାଉ । ଠିକ୍ ସେହିଭଳି ସାଧୁ-ସନ୍ଥ ମଧ୍ୟ ।

ବୈଦଦିକ ଭାଷାରେ ଜଣେ ବ୍ୟକ୍ତି ସନ୍ନ୍ୟାସ ନେବା ପୂର୍ବରୁ ବିତାଇଥିବା ଆଶ୍ରମ ଯଥା ବ୍ରହ୍ମଚର୍ଯ୍ୟ ଆଶ୍ରମ ବା ବ୍ରହ୍ମଚର୍ଯ୍ୟ, ଗ୍ରାହସ୍ଥ ଏବଂ ବାନପ୍ରସ୍ଥ ଆଶ୍ରମକୁ ପୂର୍ବାଶ୍ରମ କୁହାଯାଏ । କିନ୍ତୁ ପରେ ବିଭିନ୍ନ ପନ୍ଥାର ସାଧୁ-ସନ୍ଥମାନେ ନିଜର ଗୁରୁଙ୍କ ସହ ସହବାସ, ଦଦୀକ୍ଷା ବା ଭଗବଦଦ୍ ପ୍ରାପ୍ତିର ପୂର୍ବ

ସମୟକୁ ପୂର୍ବାଶ୍ରମ ନାମରେ ନାମିତ କରାଇବାର ଦେଦଖିବାକୁ ମିଳିଲା । ବୈଦଦିକ ବିବିଦଦିସା ବା ବିଦଦ୍ବତ୍ ସନ୍ନ୍ୟାସୀମାନେ ସନ୍ନ୍ୟାସ ନେବା ପୂର୍ବରୁ ବିରଜା ହୋମ ଏବଂ ଅଷ୍ଟ ପିଣ୍ଡ ଦଦାନ କରିବା ସହ ନିଜ ପାଇଁ ପିଣ୍ଡ ଦଦାନ କରିଥିବାରୁ ସେମାନେ ଏକ ନୂଆ ଜନ୍ମ ଗ୍ରହଣ କରିଥାନ୍ତି । ତେଣୁ ସେମାନଙ୍କ ପାଇଁ ପୂର୍ବାଶ୍ରମ ପୂର୍ବଜନ୍ମ ହୋଇଥିବାରୁ ସେ ବିଷୟରେ ଆଲୋଚନା କରିବା ଅନୁଚିତ୍ । ଅପରପକ୍ଷରେ ଅନ୍ୟ ସାଧୁ-ସନ୍ଥମାନେ ସେମାନେ ନିଜ ପୂର୍ବାଶ୍ରମ ସମ୍ପର୍କରେ ନିଜେ ଆଲୋଚନା କରନ୍ତି ନାହିଁ କି ଅନ୍ୟକୁ ଏ ସଂକ୍ରାନ୍ତରେ ଆଲୋଚନା କରିବାକୁ ପ୍ରୋସôାହନ ବା ପ୍ରଶ୍ରୟ ଦଦିଅନ୍ତି ନାହିଁ । କାରଣ, ସନ୍ନ୍ୟାସ ନେବାର ପୂର୍ବାବସ୍ଥାକୁ ସେମାନେ ତାଙ୍କ ସ୍ମୃତିରୁ ସମ୍ପୂର୍ଣ୍ଣ ପୋଛିଦେଦବାକୁ ଚେଷ୍ଟା କରନ୍ତି ।

ମହାତ୍ମା କବୀର ତାଙ୍କର ଏକ ଦେଦାହାରେ କହିଛନ୍ତି- ‘ଜାତି ନ ପୁଁଛୋ ସାଧୁକୀ, ପୁଁଚ୍ଛ ଲିଜିୟୋ ଜ୍ଞାନ/ ମୋଲ୍ କରୋ ତଲ୍ବାର୍କା ପଡ଼ା ରହନ୍ ଦେଦା ମ୍ୟାନ ।’ ଅର୍ଥାତ୍, ‘ସାଧୁସନ୍ଥମାନଙ୍କର ଜାତିପତିର ସନ୍ଧାନ କରନା । ସେମାନଙ୍କ ଜ୍ଞାନ ଓ ଗୁଣର ପରୀକ୍ଷା କର । ତରବାରୀର ଧାତୁ ଓ ମୂଲ୍ୟର ପରୀକ୍ଷା କର, ତା’ର ଖୋଳକୁ ଦଦୂରରେ ପକାଇ ଦଦିଅ ।’

 

November 2017
Mo Tu We Th Fr Sa Su
30 31 1 2 3 4 5
6 7 8 9 10 11 12
13 14 15 16 17 18 19
20 21 22 23 24 25 26
27 28 29 30 1 2 3