ଅଶ୍ୱତ୍ଥ ପୂଜାର ମାହାତ୍ମ୍ୟ
ପୌରାଣିକ କଥା ଅନୁଯାୟୀ ମା’ ଲକ୍ଷ୍ମୀ ଓ ତାଙ୍କ ସାନ ଭଉଣୀ ଦରିନ୍ଦ୍ରା ବିଷ୍ଣୁଙ୍କ ପାଖକୁ ଯାଇ ପ୍ରାର୍ଥନା କଲେ । କହିଲେ ପ୍ରଭୁ ଆମେ କେଉଁଠି ରହିବୁ? ଏହି କଥା ଶୁଣି ବିଷ୍ଣୁ ଭଗବାନ କହିଲେ, ଆଜିଠାରୁ ତୁମେମାନେ ଅଶ୍ୱତ୍ଥ ବୃକ୍ଷରେ ରୁହ । ତା’ପରେ ଦୁଇ ଭଉଣୀ ଅଶ୍ୱତ୍ଥ ବୃକ୍ଷରେ ରହିବାକୁ ଲାଗିଲେ । ବିଷ୍ଣୁ ଭଗବାନ ସେମାନଙ୍କୁ ବରଦାନ ଦେଇଥିଲେ ଯେ, ଯିଏ ଶନିବାର ଅଶ୍ୱତ୍ଥ ଗଛ ପୂଜା କରିବେ, ସେମାନଙ୍କୁ ଶନିଗ୍ରହ ପ୍ରଭାବରୁ ମୁକ୍ତି ମିଳିବ ଓ ତା’ ଉପରେ ଲକ୍ଷ୍ମୀଙ୍କର ଅପାର କୃପା ରହିବ । ଶନିଙ୍କ କୋପରୁ ଘରର ଐଶ୍ୱର୍ଯ୍ୟ ନଷ୍ଟ ହୋଇଥାଏ । କିନ୍ତୁ ଶନିବାର ଅଶ୍ୱତ୍ଥ ବୃକ୍ଷ ପୂଜା କଲେ ଉଭୟ ଲକ୍ଷ୍ମୀ ଓ ଶନିଙ୍କ କୃପା ସର୍ବଦା ରହିବ । ସେଥିପାଇଁ ଅଶ୍ୱତ୍ଥ ବୃକ୍ଷ କାଟିବାକୁ ଲୋକମାନେ ଡରିଥାନ୍ତି । ଯଦି ଏହାକୁ କାଟିବା ଆବଶ୍ୟକୀୟ ହୋଇଥାଏ ତା’ହେଲେ ରବିବାର କଟାଯାଇପାରେ । ଗୀତାରେ ଅଶ୍ୱତ୍ଥକୁ ଶରୀର ସହ ତୁଳନା କରାଯାଇଛି । ଅଶ୍ୱତ୍ଥ ଗଛ କାଟିବା ଶରୀର କାଟିବା ପରି ହୋଇଥାଏ । ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହା ପ୍ରାଣବାୟୁର କେନ୍ଦ୍ର ଅଟେ । ଅର୍ଥାତ ଅଶ୍ୱତ୍ଥ ବୃକ୍ଷ ପର୍ଯ୍ୟାପ୍ତ ପରିମାଣର ଅଙ୍ଗାରକ୍ଲାମ ଗ୍ରହଣ କରି ଅମ୍ଳଜାନ ଛାଡ଼ିଥାଏ । ସଂସ୍କୃତରେ ଏହାକୁ ‘ଚଲଦଲତରୁ’ କୁହାଯାଏ । କାହିଁକି ନା ପବନ ନଥିଲେ ବି ଏହାର ପତ୍ର ଦୋହଲୁଥାଏ ।

November 2017
Mo Tu We Th Fr Sa Su
30 31 1 2 3 4 5
6 7 8 9 10 11 12
13 14 15 16 17 18 19
20 21 22 23 24 25 26
27 28 29 30 1 2 3